www.samajalive.in
Monday, December 8, 2025
27.1 C
Bhubaneswar

ବ୍ୟାଙ୍କଗୁଡିକର ଗୃହ ଋଣ ପୁନର୍ଗଠନ ​ଯୋଜନା, ଇଏମ୍‌ଆଇ ପଇଠ ଉପରେ ଗ୍ରାହକଙ୍କୁ ମିଳିପାରେ ଅଧିକ ମହଲତ

ମୁମ୍ବଇ:ଭାରତୀୟ ଷ୍ଟେଟ୍‌‌ ବ୍ୟାଙ୍କ (ଏସ୍‌ବିଆଇ) ସମେତ ଦେଶର ଅନ୍ୟ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ସେମାନଙ୍କର ଗୃହ ଋଣର ପୁନର୍ଗଠନ ​‌ଯୋଜନା କରୁଛନ୍ତି। ଏଥିରେ ବ୍ୟାଙ୍କ ଗ୍ରାହକଙ୍କୁ ଇଏମ୍‌ଆଇ ପଇଠ ଉପରେ ଅଧିକ ମହଲତ ଦେବା ନେଇ ବିଚାର କରୁଥିବା ଜଣାଯାଇଛି। ଆଉ କେତେକ ଇଏମ୍‌ଆଇ ଅବଧିର ସମ୍ପ୍ରସାରଣ ​‌ମଧ୍ୟ କରାଯାଇପାରେ।
ଇଏମ୍‌ଆଇ ପଇଠ ଉପରେ ଅଧିକ ମହଲତ ସେହି ଋଣକର୍ତ୍ତାଙ୍କୁ ମିଳିବ ଯାହାଙ୍କର କରୋନା ଯୋଗୁ ଚାକିରି ଏବେ ସଙ୍କଟଜନକ ସ୍ଥିତିକୁ ଆସିଯାଇଛି। ଏହାଛଡା ଋଣକର୍ତ୍ତା ଚାକିରି ହରାଇଥିବେ କିମ୍ବା ତାଙ୍କର ବେତନରେ କାଟ୍‌ ​ହେଉଥିବ। ପ୍ରାପ୍ତ ସୂଚନାନୁଯାୟୀ, କେ.ଭି. କାମତ୍‌ କମିଟି ରିଟେଲ ଏବଂ ଗୃହ ଋଣ ପୁନର୍ଗଠନ ପ୍ରସଙ୍ଗ ଦେଖିବ ନାହିଁ। କେତେ ସଂଖ୍ୟାରେ କରଜଦାତା ଋଣ ପରିଶୋଧ କ୍ଷେତ୍ରରେ ଚାପର ସମ୍ମୁଖୀନ ହେଉଛନ୍ତି, ତାହାକୁ ଆଧାର କରି ବ୍ୟାଙ୍କ ନିଜ ଆଡୁ ଏକ ପ୍ରସ୍ତାବ ପ୍ରସ୍ତୁତ କରିବ ଯାହାକୁ ଆସନ୍ତା ମାସରେ ବୋର୍ଡ ନିକଟକୁ ପଠାଇବ। ବ୍ୟାଙ୍କଗୁଡିକ ଋଣ ପୁନର୍ଗଠନ ଯୋଜନା ନିଜେ ହିଁ ପ୍ରସ୍ତୁତ କରିବେ। କାରଣ ଏହାଦ୍ବାରା ଋଣ ଖିଲାପକାରୀଙ୍କ ସଂଖ୍ୟା ଏବଂ ବ୍ୟାଙ୍କର ଅଣକାର୍ୟ୍ୟକାରୀ ସମ୍ପତ୍ତି (ଏନ୍‌ପିଏ) ପରିମାଣରେ ମଧ୍ୟ ବୃଦ୍ଧି ଘଟିବ ନାହିଁ।  ଏହାଛଡା ବ୍ୟାଙ୍କଗୁଡିକର କହିବା ​ହେଉଛି ଚାପ ପକାଇ ଅନାଦାୟ ଋଣ ଅସୁଲି କରିବା ଏବଂ ସମ୍ପତ୍ତି ଜବତ କରିବାର ବର୍ତ୍ତମାନ ଏକ ଉତ୍ତମ ସମୟ ନୁହେଁ। ସୂଚନାଯାଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସମସ୍ତ ବ୍ୟାଙ୍କଗୁଡିକୁ ଋଣ ପରିଶୋଧ ସମୟସୀମା ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ାଇବାକୁ କହିଥିଲା ା ତେବେ ବ୍ୟାଙ୍କଗୁଡିକ ମୋରାଟୋରିୟମ୍‌ ସୁବିଧା ଦେଇପାରିବେ ନାହିଁ ​ବୋଲି କହିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories