www.samajalive.in
Monday, December 8, 2025
27.1 C
Bhubaneswar

ଛେଳିକୁ କାମୁଡ଼ିଲା କୁକୁର; ଦୁଇ ଭାଈଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୩ ଆହତ

ବାରାଣାସୀ : କୁହାଯାଏ ଝିମିଟି ଖେଳରୁ ମହାଭାରତ। ଗୋଟିଏ ଭାଈର ପୋଷା କୁକୁର ଅନ୍ୟ ଭାଈର ଛେଳିକୁ କାମୁଡିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସଂଘର୍ଷର ରୂପ ନେଇଛି। ଦୁଇ ଭାଈର ପରିବାରବର୍ଗ ଧାରୁଆ ଅସ୍ତ୍ରରେ ପରସ୍ପର ମଧ୍ୟରେ ପିଟାପିଟି ହୋଇ ରକ୍ତାକ୍ତ ହୋଇଛନ୍ତି। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲାର ଧନୁରା ଗ୍ରାମରେ ଏହି ଘଟଣା ଘଟିଛି।

ରିପୋର୍ଟ ଅନୁଯାୟୀ, ଧାନୁରା ଗାଁରେ ଜଣେ ଭାଈର ପୋଷା କୁକୁର ଅନ୍ୟ ଭାଈର ଛେଳିକୁ କାମୁଡ଼ି ଦେଇଥିଲା। ପରେ ଛେଳି ରଖିଥିବା ଭାଈ ସେହି କୁକୁରକୁ ପିଟିପିଟି ହତ୍ୟା କରିଥିଲା। କେବଳ ଏତିକି ନୁହେଁ, ଏହାକୁ କେନ୍ଦ୍ର କରି ଦୁଇ ଭାଈ ଓ ସେମାନଙ୍କ ପରିବାର ପରସ୍ପରକୁ ଆକ୍ରମଣ କରିଥିଲେ। ଯେଉଁଥିରେ ଜଣଙ୍କର ଅବସ୍ଥା ଗୁରୁତର ହୋଇଥିବାବେଳେ ତିନି ଜଣ ଆହତ ହୋଇଥିଲେ।

- Advertisement -

ଏହି ମାମଲାରେ ସୋନଭଦ୍ର ପୁଲିସ ଅଧୀକ୍ଷକ ଆଶିଷ ଶ୍ରୀବାସ୍ତବ କହିଛନ୍ତି ଯେ, ଗତ ସୋମବାର ଦିନ କୁକୁର ଛେଳିକୁ କାମୁଡିଥିଲେ। ଏହି ମାମଲା ଶଙ୍କର ପ୍ରସାଦ ଏବଂ ରାମରତୀ ନାମକ ଦୁଇ ଭାଇଙ୍କ ଘର ମଧ୍ୟରେ। କୁକୁରର ଛେଳିକୁ କାମୁଡିବା ପରେ ରାମରତୀ ଓ ତାର ପରିବାର ଶଙ୍କର ପ୍ରସାଦଙ୍କ ପରିବାରକୁ ଆକ୍ରମଣ କରିଥିଲେ। ଏହି ସଂଘର୍ଷରେ ଶଙ୍କର ପ୍ରସାଦ ତାଙ୍କ ପତ୍ନୀ ଏବଂ ପୁଅ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟର (CHC)କୁ ନିଆଯାଇଥିଲା, ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇ ଡାକ୍ତରମାନେ ତାଙ୍କୁ ଟ୍ରମା କେନ୍ଦ୍ର ବାରାଣାସୀକୁ ପଠାଇଥିଲେ। ପୀଡିତାଙ୍କ ପରିବାରର ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରି ତିନି ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories