www.samajalive.in
Tuesday, December 9, 2025
16.1 C
Bhubaneswar

ସୁଶାନ୍ତ ମୃତ୍ୟୁ ପଛରେ ରହିଛି ମନ୍ତ୍ରୀଙ୍କ ହାତ, ମୁମ୍ବଇ ପୁଲିସ ଚାପରେ ରହି ତଦନ୍ତ କରୁଛି: ନାରାୟଣ ରାଣେ

ମୁମ୍ବଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନାରାୟଣ ରାଣେ ରବିବାର ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଏବଂ ଏହା ପଛରେ ଜଣେ ମନ୍ତ୍ରୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି। ତେଣୁ ମୁମ୍ବଇ ପୁଲିସ ଚାପରେ ରହି ମାମଲାର ତଦନ୍ତ କରୁଛି ବୋଲି ରାଣେ ଅଭିଯୋଗ କରିଛନ୍ତି।

ରବିବାର ଏକ ଟିଭି ଚ୍ୟାନେଲକୁ ରାଣେ କହିଛନ୍ତି, ସୁଶାନ୍ତଙ୍କୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଜରୁରୀ। ସୁଶାନ୍ତ ଏବଂ ଦିଶା ସାଲିୟନଙ୍କ ମୃତ୍ୟୁ ମଧ୍ୟରେ ସମ୍ପର୍କ ରହିଛି। ଏସବୁ ଆତ୍ମହତ୍ୟା ନୁହେଁ। ଶିବସେନାର ମନ୍ତବ୍ୟ ବେଶ୍‌ ସନ୍ଦେହ ସୃଷ୍ଟି କରୁଛି। ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଟାର୍ଗେଟ କରି ରାଣେ କହିଛନ୍ତି ଯେ, ମୁଁ ଆଦିତ୍ୟ ଠାକ୍‌ରେଙ୍କ ନାମ ନେଇନାହିଁ। ଯେତେବେଳେ ଏହି ମାମଲା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ତେବେ ସେ କାହିଁକି ମୁହଁ ଖୋଲୁଛନ୍ତି। ଏହି ମାମଲା ସୁପ୍ରିମକୋର୍ଟ ଯାଇଥିବାରୁ ସୁଶାନ୍ତଙ୍କ ନ୍ୟାୟ ମିଳିବା ରାସ୍ତା ମଜଭୁତ ହୋଇଛି।

- Advertisement -

ଏହା ପୂର୍ବରୁ ରାଣେ ଗତ ୫ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି। ମହାରାଷ୍ଟ୍ର ସରକାର ଏହି ମାମଲାରେ କିଛି ଲୋକଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି। ଗତ ଜୁନଜ ୧୩ ତାରିଖ ରାତିରେ ସୁଶାନ୍ତଙ୍କ ଘରେ ପାର୍ଟି ହୋଇଥିଲା। ଏହି ପାର୍ଟିରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଉପସ୍ଥିତ ଥିଲେ। ପାର୍ଟି ଶେଷ ହେବା ପରେ ମନ୍ତ୍ରୀ ସୁଶାନ୍ତଙ୍କ ଘରୁ ଚାଲିଯାଇଥିଲେ ଏବଂ ପରଦିନ ସକାଳେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ସେ କହିଛନ୍ତି, ସୁଶାନ୍ତଙ୍କ ଘର ନିକଟରେ ଥିବା ଅଭିନେତା ଡିନୋ ମାରିୟାଙ୍କ ଘରକୁ ସମ୍ପୃକ୍ତ ମନ୍ତ୍ରୀ ନିୟମିତ ଆସନ୍ତି। ସେ ପ୍ରତିଦିନ ସେଠାକୁ ଆଣି କ’ଣ କରନ୍ତି ବୋଲି ରାଣେ ପ୍ରଶ୍ନ କରିଥିଲେ। ତେବେ ରାଣେ ସମ୍ପୃକ୍ତ ମନ୍ତ୍ରୀଙ୍କ ନାମ ନେଇନାହାନ୍ତି। ସେ କହିଛନ୍ତି ଯେତେବେଳେ ପୁଲିସ ତାଙ୍କୁ ଗିରଫ କରିବ, ତେବେବେଳେ ସମସ୍ତଙ୍କୁ ଏ ବିଷୟରେ ଜଣାପଡ଼ିଯିବ। ଏହା ସହିତ ସେ ବି ମନ୍ତ୍ରୀଙ୍କ ଫଟୋ ଏବଂ ପ୍ରମାଣ ଗଣମାଧ୍ୟମକୁ ଦେବେ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories