www.samajalive.in
Sunday, December 7, 2025
15.1 C
Bhubaneswar

ବିଦାୟ ’କ୍ୟାପଟେନ୍ କୁଲ୍’: ୩୯ ବର୍ଷ ୩୯ ଦିନରେ ନେଲେ ଅବସର

ଭାରତୀୟ କ୍ରିକେଟ ଦଳର ସବୁଠୁ ସଫଳ ଅଧିନାୟକ, ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ଫିନିସର ‘କ୍ୟାପଟେନ୍ କୁଲ୍’ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ୟାଟିଂ ଯାଦୁ, ୱିକେଟ୍ କିପିଂର କୌଶଳ ଆଉ ଆନ୍ତର୍ଜାତିକ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ ।

- Advertisement -

ଧୋନୀ ଭାରତୀୟ କ୍ରିକେଟ ଦଳକୁ ଏକ ନୂଆ ଶିଖରରେ ପହଞ୍ଚାଇଥିଲେ ଓ ଯୁବ ଖେଳାଳିଙ୍କୁ ନେଇ ବିଶ୍ଵର ଶ୍ରେଷ୍ଠ ଦଳରେ ପରିଣତ କରିବାରେ ସକ୍ଷମ ହୋଇଥିଲେ । ୧୯୮୧ ଜୁଲାଇ ୭ ତାରିଖରେ ଝାଡ଼ଖଣ୍ଡର ରାଞ୍ଚି (ତତ୍କାଳୀନ ବିହାର)ରେ ଜନ୍ମଗ୍ରହଣ କରିଥିବା ଧୋନୀ ୩୯ ବର୍ଷ ୩୯ ଦିନରେ ନିଜର ଅବସର ଘୋଷଣା କରିଛନ୍ତି ।

Cricket – Sri Lanka v India – Fourth One Day International Match – Colombo, Sri Lanka – August 31, 2017 – MS Dhoni of India hits a boundary. REUTERS/Dinuka Liyanawatte

ଧୋନୀ ୯୦ଟି ଟେଷ୍ଟ ମ୍ୟାଚରେ ୧୪୪ ଇନିଂସ ଖେଳି ୪୮୭୬ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଟେଷ୍ଟ ହାରାହାରି ରନ୍ ହେଉଛି ୩୮.୦୯ । ଟେଷ୍ଟରେ ତାଙ୍କର ସର୍ବାଧିକ ରନ୍ ରହିଛି ୨୨୪ ଏବଂ ସେ ୧୬ଟି ଶତକ, ୩୩ ଅର୍ଧଶତକ ହାସଲ କରିଛନ୍ତି । ଟେଷ୍ଟରେ ୫୪୪ ଚୌକା ଓ ୭୮ଟି ଛକ୍କା ମାରିବାର ରେକର୍ଡ଼ ତାଙ୍କ ନାମରେ ରହିଛି । ଟେଷ୍ଟରେ ତାଙ୍କର ସ୍କୋରିଂ ରେଟ୍ ରହିଛି ୫୯.୧୨ ।

୩୫୦ ଦିନିକିଆ ଖେଳିବାରେ ରେକର୍ଡ଼ ଧୋନୀଙ୍କ ନାଁରେ ରହିଛି । ସେ ୨୯୭ଟି ଇନିଂସ ଖେଳି ୧୦୭୭୩ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଦିନିକିଆ ଆଭରେଜ ୫୦.୫୮ ଓ ସ୍କୋରିଂ ରେଟ୍ ୮୭.୫୬ । ଦିନିକିଆରେ ତାଙ୍କର ସର୍ବାଧିକ ରନ ହେଉଛି ୧୮୩ । ତାଙ୍କ ନାମରେ ୧୦ଟି ଶତକ, ୭୩ ଅର୍ଧଶତକ ରହିଛି । ଦିନିକିଆରେ ଧୋନୀ ୨୨୯ ଛକ୍କା  ଓ ୮୨୬ ଚୌକା  ମାରିଛନ୍ତି।

ମହେନ୍ଦ୍ର ସିଂହ ଧୋନୀ ୯୮ଟି ଟି-୨୦ ମ୍ୟାଚ୍ରେ ୮୫ ଇନିଂସ ଖେଳି ୧୬୧୭ ରନ୍ ସଂଗ୍ରହ କରିଛନ୍ତି । ଟି-୨୦ରେ ତାଙ୍କର ସ୍କୋରିଂ ରେଟ୍ ୧୨୬.୧୩ ଓ ହାରାହାରି ମ୍ୟାଚ୍ ରନ ୩୬.୭ । ଟି-୨୦ରେ ସେ ୪୨ଥର ଅପରାଜିତ ରହିଛନ୍ତି । ଏଥିରେ ସେ ୫୨ ଛକ୍କା ଓ ୧୧୬ ଚୌକା ମାରିଛନ୍ତି

ଆଇପିଏଲରେ ମଧ୍ୟ ଧୋନୀ ସବୁଠୁ ସଫଳ ଅଧିନାୟକ ରହିଛନ୍ତି । ୧୯୦ ମ୍ୟାଚରେ ୧୭୦ ଇନିଂସ ଖେଳି ୬୫ ଥର ଅପରାଜିତ ରହିଛନ୍ତି । ୧୩୭.୮୫ ସ୍କୋରିଂ ରେଟ୍ ସହ ୪୨.୨୧ ଆଭରେଜରେ ସେ ୪୪୩୨ ରନ୍ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ ରହିଛି ୨୦୯ ଛକ୍କା ଓ ୨୯୭ ଚୌକା ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories