www.samajalive.in
Tuesday, December 9, 2025
17.1 C
Bhubaneswar

କରୋନା ଡ଼ରରେ ୨୦ ବର୍ଷ ପରେ ଘରବାହୁଡ଼ା, ପରିବାର ଲୋକ ଖୁସିରେ ଆତ୍ମହରା

ଧାନବାଦ: କରୋନା ସମୟରେ ଅନେକ କରୁଣ କାହାଣୀ ଦେଖିବାକୁ ମିଳିଛି, ଶୁଣିବାକୁ ମିଳିଛି । ମହାମାରୀ ଯୋଗୁଁ ଲୋକଙ୍କ ଜୀବନଜୀବିକା ଉଚ୍ଛନ୍ନ ହୋଇ ଯାଇଛି । ମାତ୍ର କରୋନା ଡ଼ର ବିହାରର ଏକ ପରିବାର ପାଇଁ ଆଣିଛି ଖୁସି । ପାରିବାରିକ ବିବାଦ ଯୋଗୁଁ ୨୦ ବର୍ଷ ତଳେ ଘର ଛାଡ଼ି ଚାଲି ଯାଇଥିବା ଜଣେ ବ୍ୟକ୍ତି କରୋନା ଯୋଗୁଁ ଘରକୁ ଫେରି ଆସିଛନ୍ତି ।
ଘଟଣାଟି ଧାନବାଦ ନିକଟସ୍ଥ ଝରିଆ ଅଞ୍ଚଳରେ । ବେଲଗଡ଼ ଝୁମୁରି ତଲୈୟାରେ ରହୁଥିବା ଗଜାଧର ସୋନାରଙ୍କ ପରିବାର ପାଇଁ କରୋନା ଆଣିଛି ଖୁସି । ୨୦୦୦ ମସିହାରେ ଘରେ କଳି ଝଗଡ଼ା କରି ଚାଲି ଯାଇଥିବା ଗଜାଧର ଘରୁ ଚାଲି ଯାଇଥିଲେ।  ସେତେବେଳେ ତାଙ୍କୁ୩୫ ବର୍ଷ ହୋଇଥିଲା । ଘରୁ ପଳାଇଯିବା ପରେ ସେ ନାଁ ସତ୍ୟନାରାୟଣ ଯାଦବକୁ  ବଦଳାଇ ଅନ୍ୟତ୍ର ରହୁଥିଲେ । ତାଙ୍କ ନିଖୋଜ ହେବା ନେଇ ପତ୍ନୀ ପୁଲିସରେ ଅଭିଯୋଗ କରିଥିଲେ ହେଁ ସତ୍ୟନାରାୟଣଙ୍କ ଖୋଜଖବର ମିଳି ନ ଥିଲା ।
ଘରୁ ଚାଲିଯିବା ପରେ ଗଜାଧର ଓରଫ ସତ୍ୟନାରାୟଣ  ପାଖରେ ଥିବା କିଛି ପଇସାରେ ଏକ ଓଜନ ମେସିନ କିଣିଥିଲେ । ବିଭିନ୍ନ ସ୍ଥାନରେ ରାସ୍ତାରେ ବସି ସେ ଲୋକଙ୍କ ଓଜନ ମାପୁଥିଲେ ଓ ଯାହା ପଇସା ମିଳୁଥିଲା ସେଥିରେ କୌଣସି ପ୍ରକାର ଚଳି ଯାଉଥିଲେ। ମାତ୍ର ଗତ ୧ ସପ୍ତାହ ଧରି ତାଙ୍କ ଦେହ ଅକସ୍ମାତ ଅସୁସ୍ଥ ହୋଇ ପଡ଼ିଥିଲା । ଥଣ୍ଡା ଜର ସହ ଛିଙ୍କ ହେବାରୁ ତାଙ୍କୁ କରୋନା ହୋଇଥିବା ଆଶଙ୍କାରେ ଆଖପାଖର ଲୋକମାନେ ତାଙ୍କର ଠିକଣା ପଚାରିଥିଲେ । ମାତ୍ର ସତ୍ୟନାରାୟଣ ତାଙ୍କର କେହି ନ ଥିବା କହିଥିଲେ । ଏହାପରେ ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ପୁଲିସ ସତ୍ୟନାରାୟଣଙ୍କୁ ଯେତେବେଳେ ଧମକଚମକ ଦେଲା ସେତେବେଳେ ସେ ସବୁ ସତ କଥା କହିଥିଲା ।
ତାଙ୍କ ନାଁ ସତ୍ୟନାରାୟଣ ଯାଦବ ନୁହେଁ, ଗଜାଧର ସୋନାର ଏବଂ ସେ ଘରୋଇ କଳି ଯୋଗୁଁ ୨୦୦୦ ମସିହାରେ ଘରୁ ଲୁଚି ପଳାଇ ଆସିଥିଲା । ତାଙ୍କ ନିଜ ଘର ବେଲଗଡ଼ ଝୁମୁରିତଲୈୟା ଥାନା ଅଞ୍ଚଳରେ ବୋଲି ସ୍ବୀକାର କରିଥିଲା । ସେ ୧୯୮୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏକ ମେଡ଼ିକାଲରେ କାମ କରୁଥିଲା ବୋଲି କହିଥିଲା । ଏହାପରେ ପୁଲିସ ସତ୍ୟନାରାୟଣ ଓରଫ ଗଜାଧରଙ୍କୁ ତାଙ୍କ ନିଜ ଘରକୁ ପଠାଇ ଦେଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories