www.samajalive.in
Tuesday, December 9, 2025
15.1 C
Bhubaneswar

ସୁୁନ୍ଦରଗଡ ଜିଲାପାଳଙ୍କ ବଣାଇ ଗସ୍ତ, ସୁଆରପାଲିରେ ପ୍ରତିଷ୍ଠା ହେବ ଟସର ପାର୍କ

ବଣାଇ : ଆଜି ସୁନ୍ଦରଗଡ ଜିଲାପାଳ ନିଖିଲ ପବନ କଲ୍ୟାଣ ବଣାଇ ଗସ୍ତରେ ଆସି ବିଭିନ୍ନ ଅଂଚଳ ପରିଦର୍ଶନ କରି ସୁନ୍ଦରଗଡ ଫେରିଯାଇଥିବା ଜଣାପଡିଛି । ପ୍ରଥମେ ଜିଲାପାଳ ବଣାଇଗଡ ବ୍ଲକ ଅନ୍ତର୍ଗତ ଝିର୍ଡାପାଲି ପଂଚାୟତରେ ପ୍ରାୟ ୭୦ ଏକର ପରିମିତ ସରକାରୀ ଜମିରେ ପ୍ରତିଷ୍ଠା ହେବାକୁ ବିଶାଳ ଶିକ୍ଷା ପ୍ରତିଷ୍ଠାନ ପାଇଁ ଜମି ପରିଦର୍ଶନ କରିବା ସହିତ ଚିହ୍ନଟ କରିଥିଲେ  ।

ଏହାପରେ ପିଠାଚୋର ପଂଚାୟତର ନିକ୍ତିମାଲ ଗ୍ରାମରେ ନାବାର୍ଡ ସହାୟତା ରେ ଲହୁଣିପଡା ଏସଜିୟୁପି ଦ୍ୱାରା ଚାଲୁଥିବା ଓ୍ୟାଡି ପ୍ରକଳ୍ପ ବୁଲି ଦେଖି ପ୍ରଶଂସା କରିଥିଲେ।ଏହାପରେ ଲହୁଣିପଡା ବ୍ଲକର ସୁଆରପାଲି ପରିଦର୍ଶନରେ ଯାଇ ଟସର ପାର୍କ ନିର୍ମାଣ ପାଇଁ ଭିତିଭୂମି ତଦାରଖ କରିଥିଲେ।ଏହା ସହିତ ଖୁଂଟଗାଁ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଂଚି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ।ସେହିପରି ମହୁଲତାରେ ଜିଲା ଖଣିଜ ସଂସ୍ଥାନ ପାଣ୍ଠିରୁ ନିର୍ମିତ ହୋଇଥିବା ୨ଟି ଉଠାଜଳସେଚନ ପ୍ରକଳ୍ପ ବୁଲି ଦେଖିବା ସହିତ ଏହା ଦ୍ୱାରା ଉପକୃତ ହେଉଥିବା ୩୬ଟି ଚାଷୀଙ୍କ ସହିତ ଆଲୋଚନା କରିଥିଲେ।ସେଠାରୁ ଫେରି ବଣାଇ ବନଖଣ୍ଡ କନଫରେନ୍ସ ହଲରେ ତାଳଚେର-ବିମଳାଗଡ ଜମିଅଧିଗ୍ରହଣ କାର୍ଯ୍ୟର ସମୀକ୍ଷା କରିଥିଲେ ।

- Advertisement -

ଟାଉନ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲା ଖଣିଜ ସଂସ୍ଥାନ ପାଣ୍ଠିରୁ ୨୦ ଲକ୍ଷା ଅନୁଦାନରେ ନିର୍ମିତ ହେଉଥିବା ପବ୍ଲିକ ଲାଇବ୍ରେରୀ ହଲ କୋଠରୀ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ।ପରେ ବଣାଇଗଡ ରାଜା ଧରଣୀଧର ଉଚ୍ଚବିଦ୍ୟାଳୟ ପରିସରରେ ପ୍ରସ୍ତୁତ ହେଉଥିବା କୋଭିଡ ଚିକିତ୍ସା କେନ୍ଦ୍ର ବୁଲି ଦେଖିବା ସହିତ ସେଠାରେ ବଉଳ,ଦେବଦାରୁ,ଅଶୋକ,ଟଗର ଓ ମନ୍ଦାର ଗଛ ରୋପଣ କରିଥିଲେ।ଏହା ସହିତ ସରକାରୀ ଅଧିକାରୀଙ୍କୁ ନେଇ କୋଭିଡ ପରିଚାଳନାର ସମୀକ୍ଷା ମଧ୍ୟ କରି ସୁନ୍ଦରଗଡ ଫେରିଯାଇଥିଲେ।ଜିଲାପାଳଙ୍କ ଏହି ପରିଦର୍ଶନ ସମୟରେ ବଣାଇ ଉପଜିଲାପାଳ ପ୍ରଦିପ ଡାଙ୍ଗ,ବିଡିଓ ସନ୍ତୋଷ କୁମାର ସାହୁ,ତହସଲିଦାର ସୁଶିଲ କୁମାର କୁଜୁର,ଆଲୋକ ଦେହୁରୀ,ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଚନ୍ଦନ କୁମାର ଗଡନାୟକ,ସରସରା ବଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱରଞ୍ଜନ ସାହୁ,ବିପିଏମ ତୁଷାର କାନ୍ତ ମହାପାତ୍ର,ଖୁଂଟଗାଁ ପିବିଡିଏ ସ୍ୱତନ୍ତ୍ର ଅଧିକାରୀ ଅଚ୍ୟୁତନା ନନ୍ଦ ନାୟକ ପ୍ରମୁଖ ସାମିଲ ହୋଇ ଜିଲାପାଳଙ୍କ ପରିଦର୍ଶନ କାର୍ଯ୍ୟରେ ସହାୟତା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories