www.samajalive.in
Monday, December 8, 2025
20.1 C
Bhubaneswar

ଡାକ୍ତର ଛୁଟିରେ, ମହିଳାଙ୍କ ପ୍ରସବ କରାଇଲେ ବିଧାୟକ

ଆଇଜଲ: ଡାକ୍ତର ନ ଥିବାରୁ ଏକ ଜରୁରୀ ପରିସ୍ଥିତିରେ ମହିଳାଙ୍କ ପ୍ରସବ କରାଇଛନ୍ତି ଜଣେ ବିଧାୟକ। ମିଜୋରମର ଜମ୍ଫାଇ ଜିଲାରେ ଏହି ଘଟଣା ଘଟିଛି। ବିଧାୟକ ଜେଡ୍‌. ଆର. ଥିଆମସଙ୍ଗା ଭୂକମ୍ପ ଦ୍ବାରା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ତାଙ୍କୁ ଖବର ମିଳିଥିଲା ଯେ ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। କିନ୍ତୁ ଅପରେଶନ କରିବାକୁ ଡାକ୍ତର ନାହାନ୍ତି। ଡାକ୍ତର ଛୁଟିରେ ଯାଇଛନ୍ତି। ତେଣୁ ବିଧାୟକ ମହିଳାଙ୍କ ପାଖରେ ପହଞ୍ଚି ଅନରେଶନ ଜରିଆରେ ତାଙ୍କର ସୁରକ୍ଷିତ ପ୍ରସବ କରାଇଥିଲେ।

ତେବେ କଥା ହେଲା ବିଧାୟକ ଥିଆମସଙ୍ଗା ପେଶାରେ ଜଣେ ଡାକ୍ତର। ସେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ। ବିଧାୟକ ହୋଇଥିଲେ ବି ସେ ଅନେକ ସମୟରେ ନିଜର ଷ୍ଟେଥୋସ୍କୋପ ବେକରେ ପକାଇ ଉପାନ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥାନ୍ତି। ଲୋକଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ସହଯୋଗ କରିଥାନ୍ତି। ଗତ ସୋମବାର ସେ ମ୍ୟାନ୍‌ମାର ସୀମାନ୍ତ ନିଜ ନିର୍ବାଚନମଣ୍ଡଳୀ ଉତ୍ତର ଚମ୍ଫାଇ ଗସ୍ତ କରିଥିଲେ। କରୋନା ସ୍ଥିତି ସାଙ୍ଗକୁ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ନଗୁର ଗ୍ରାମର ସି. ଲାଲମାଙ୍ଗାଇସାଙ୍ଗି(୩୮) ନାମ୍ନୀ ଜଣେ ମହିଳା ପ୍ରସବ ଯନ୍ତ୍ରଣା ଭୋଗୁଥିଲେ। ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିଲା। ତୁରନ୍ତ ଅପରେଶନ ଜରିଆରେ ତାଙ୍କର ପ୍ରସବ କରାଇବା ଜରୁରୀ ଥିଲା। କିନ୍ତୁ ସେହି ଅଞ୍ଚଳର ଡାକ୍ତର ଛୁଟିରେ ଯାଇଥିଲେ। ଏହି ଖବର ପାଇବା ପରେ ବିଧାୟକ ତୁରନ୍ତ ନଗୁର ଗାଁକୁ ଯାଇଥିଲେ। ଆନୁସଙ୍ଗିକ ଉପରକରଣ ସହିତ ସେ ମହିଳାଙ୍କ ପ୍ରସବ କରାଇଥିଲେ। ଉଭୟ ମା’ ଏବଂ ନବଜାତ ସୁସ୍ଥ ଥିବା ବିଧାୟକ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories