www.samajalive.in
Monday, December 8, 2025
17.1 C
Bhubaneswar

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାରନଗରୀ : ଦକ୍ଷିଣ ରାଉରକେଲା ନିକଟବର୍ତି ଜଲଦା ଗ୍ରାମପଞ୍ଚାତ ଅଞ୍ଚଳରେ ମଙ୍ଗଳବାର ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସ୍ଥାନୀୟ ଜଲଦା ଫାଣ୍ଡି ପୁଲିସ ମୃତ ଯୁବକଙ୍କ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ଜଲଦା ଫାଣ୍ଡି ଅର୍ନ୍ତଗତ ଜଲଦା ‘ଏ’ ବ୍ଲକରେ ରହୁଥିବା ରଘୁନାଥ ତନ୍ତୀଙ୍କ ୨୦ ବର୍ଷିୟ ପୁତ୍ର କ୍ରୀଷ୍ଣା ତନ୍ତୀର ଶବକୁ ଲୋକେ ମଙ୍ଗଳବାର ସକାଳେପୋଖରୀ ନିକଟ ଏକ କଂଟାଜାତୀୟ ଗଛରେ ଝୁଲିବା ଅବସ୍ଥାରେ ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟଲୋକେ ପୁଲିସକୁ ଖବର ଦେବା ପରେ ଜଲଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକର ଶବକୁ ଜବତ କରିଥିଲେ। କୌଣସି କାରଣ ବଶତଃ ଯୁବକ ଜଣଙ୍କ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି। ମୃତ ଯୁବକ ଜଣଙ୍କ ଦିନ ମଜୁରିଆ ଭାବେ କାର୍ଯ୍ୟକରି ନିଜ ଗୁଜୁରାଣ ମେଣ୍ଟାଉଥିଲେ। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories