www.samajalive.in
Monday, December 8, 2025
27.1 C
Bhubaneswar

ଅନ୍ଧକାରରୁ ଆଲୋକକୁ ରାସ୍ତା “ଜନ୍ମାଷ୍ଟମୀ”

ଧରାରୁ ପାପ ରୂପକ ଅନ୍ଧକାରକୁ ଦୂର କରି ଧର୍ମର ମହାଲୋକ ପ୍ରଦାନ କରିବା ପାଇଁ ପରଂବ୍ରହ୍ମ ଶ୍ରୀକୃଷ୍ଣ ଅବତାରୀ ପୁରୁଷ ସାଜିଛନ୍ତି। ମାନବ ରୂପରେ ଲୀଳାଖେଳା କରି ପାପକୁ ଧ୍ୱଂସ କରିବା ସହ ପାପୀଙ୍କୁ ବିନାଶ କରିଛନ୍ତି। ଦ୍ୱାପରରେ କୃଷ୍ଣ ରୂପରେ ଜନ୍ମ ନେଇ କଂସକୁ ବିନାଶ କରି ଧର୍ମରାଜ୍ୟ ପ୍ରତିଷ୍ଠା ପାଇଁ ବହୁ ଲୀଳାଖେଳା କରିଛନ୍ତି। ସକଳ କ୍ରୂରତାକୁ ଯିଏ ବିନାଶ କରେ ସେ ହିଁ କୃଷ୍ଣ। ଦୁରାଚାରୀ କଂସର ଅସହ୍ୟ ଉତ୍ପୀଡ଼ନ ପ୍ରତିହତ ଲାଗି ଭଗବାନ ବିଷ୍ଣୁ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଭକ୍ତ ବସୁଦେବ ଓ ଦେବକୀଙ୍କ କୋଳମଣ୍ଡନ କରିଥିଲେ ଶ୍ରୀକୃଷ୍ଣ ରୂପରେ। ଏହି ତିଥି ଜନ୍ମାଷ୍ଟମୀ ନାମରେ ପ୍ରସିଦ୍ଧ।
ତମାମ ଜୀବନ ଶ୍ରୀକୃଷ୍ଣ ଧର୍ମ ପ୍ରତିଷ୍ଠାର ଆହ୍ୱାନ ଦେଇ ପାପ, ପାପୀଙ୍କର ବିନାଶ ଘଟାଇଛନ୍ତି। ଅଧର୍ମ ବିନାଶ ପାଇଁ ଲଢ଼ିଛନ୍ତି। ସାମାଜିକ ସ୍ଥିତିକୁ ଦୃଢ଼ କରିବା ପାଇଁ ଲଢ଼ିଛନ୍ତି ରାଜଶକ୍ତି ବିରୋଧରେ। ଅତି ଛୋଟ ବେଳୁ କାଳୀୟଦଳନଠାରୁ ଆରମ୍ଭ କରି କଂସର ନିଧନ ପର୍ଯ୍ୟନ୍ତ ନାନାପ୍ରକାର ଅତ୍ୟାଚାର ବିରୋଧରେ କାର୍ଯ୍ୟ କରି ସେ ଧର୍ମ ପ୍ରତିଷ୍ଠାରେ ମଣିଷର ସେବା କରିଛନ୍ତି। ଜନ୍ମାଷ୍ଟମୀ ଏକ ମହାଅଷ୍ଟମୀ। ସତ୍ୟର ସାମ୍ନା କରିବାକୁ ହେଲେ ଏପରି ପୁଣ୍ୟ ତିଥିର ମହାନତାକୁ ମର୍ମେମର୍ମେ ଅନୁଭବ କରିବାକୁ ହେବ। ସକଳ କ୍ରୂରତାକୁ ବିନାଶ କରି କୃଷ୍ଣକୁ ଆବାହନ କରିବାକୁ ହେବ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories