www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସଂଖ୍ୟା ୪୦୦୦ ଟପିଲା

ଭୁବନେଶ୍ୱର:ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ କିଛି ଦିନ ହେବ ରାଜଧାନୀରେ ଆଶାତୀତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ପୁଣି ୧୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆଜି ସୁଦ୍ଧା ଭୁବନେଶ୍ବରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୬୨କୁ ବୃଦ୍ଧଇ ପାଇଛି। ଭୁବନେଶ୍ବରରେ ଆଜି ସୁଦ୍ଧା ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୪୦୬୨ ଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୨୬୭୩ରେ ପହଞ୍ଚିଛି। ରାଜଧାନୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୬୭ ରହିଥିବାବେଳେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି।
ଆଜି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୧୩୩ଜଣଙ୍କ ମଧ୍ୟରୁ ୯୬ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବାବେଳେ ୩୭ଜଣ ଲୋକାଲ୍‌ କଣ୍ଟାକ୍ଟ। ସେହିପରି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।
ଭୁବନେଶ୍ୱରରେ ଲୋକାଲ୍‌ କଣ୍ଟାକ୍ଟରେ ଚିହ୍ନଟ ହୋଇଥିବା ୩୭ଜଣଙ୍କ ମଧ୍ୟରେ ୟୁନିଟ-୮ ଅଞ୍ଚଳରୁ ଜଣେ ପୁରୁଷ, ଭିମଟାଙ୍ଗୀ ଅଞ୍ଚଳରୁ ଜଣେ ପୁରୁଷ, ଚିନ୍ତାମଣିଶ୍ୱେର ଅଞ୍ଚଳରୁ ଜଣେ ପୁରୁଷ, ଝାରପଡ଼ା ଅଞ୍ଚଳରୁ ତିନିଜଣ, ସାମନ୍ତରାପୁର ଅଞ୍ଚଳରୁ ଜଣେ ମହିଳା, କଟକ ପୁରୀ ରୋଡରୁ ଜଣେ ପୁରୁଷ, ପୋଖରୀପୁଟ ଲିଙ୍ଗରାଜ ବିହାର ଅଞ୍ଚଳରୁ ଜଣେ ପୁରୁଷ, ଭିଏସ୍‌ଏସ୍‌ ନଗର, କାଳୀ ମନ୍ଦିର,ଡମଣା, ଭୋଇ ନଗର,ଲକ୍ଷ୍ମୀସାଗର, ନୀଳାଦ୍ରି ବିହାର, ପଟିଆ ପ୍ରଶାନ୍ତି ବିହାରରୁ ଜଣେ ଲେଖାଏଁ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଡୁମ୍‌ଡୁମା ଫେଜ୍‌-୨ରୁ ୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିପରି ଜୟଦେବ ବିହାରରୁ ଦୁଇଜଣ, ଚନ୍ଦ୍ରଶେଖରପୁରରୁ ଜଣେ, ଭରତପୁରରୁ ଜଣେ, ଡୁମ୍‌ଡୁମାରୁ ଜଣେ, ଆଇଆରସି ଭିଲେଜ ଏନ୍‌-୫ରୁ ଜଣେ, ଡେଲଟା ସ୍କୋୟାର ପାଇକ ନଗର ଅଞ୍ଚଳରୁ ଜଣେ ମହିଳା, ସହିଦ ନଗର ତେଲଗୁ ବସ୍ତି ଅଞ୍ଚଳରୁ ଜଣେ ପୁରୁଷ, ଚନ୍ଦ୍ରଶେଖରପୁର ବିଳାଶୁଣୀ ମଣ୍ଡପ ଅଞ୍ଚଳରୁ ଜଣେ ପୁରୁଷ, ଆଇଆରସି ଭିଲେଜ ଏନ୍‌-୬ରୁ ଜଣେ ପୁରୁଷ, ବିଜେବି ନଗର ମହିଷଖାଲରୁ ଜଣେ ମହିଳା, କପିଳେଶ୍ୱେର କୁମ୍ଭାର ସାହିରୁ ଜଣେ ପୁରୁଷ, ଗୋସାଗୋରେଶ୍ୱର ଛକରୁ ଜଣେ ମହିଳା, ରଣସିଂହପୁରରୁ ଜଣେ ପୁରଷ, ସୂର୍ଯ୍ୟନଗରରୁ ଦୁଇଜଣ ଓ ୟୁନିଟ-୯ରୁ ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories