www.samajalive.in
Monday, December 8, 2025
27.1 C
Bhubaneswar

ଯୁବକଙ୍କ ଜୀବନ ବଞ୍ଚାଇଲା ଫେସ୍‌ବୁକ; ଆତ୍ମହତ୍ୟା କରିବା ପୂର୍ବରୁ ପହଞ୍ଚିଲା ପୁଲିସ

ଫେସବୁକରେ ଲାଇଭ୍‌ରେ ରହି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ଯୁବକ। ଆୟର୍ଲାଣ୍ଡରେ ବସିଥିବା ଫେସବୁକ୍‌ ଅଧିକାରୀମାନେ ଏହା ଜାଣିବା ପରେ ତୁରନ୍ତ ଦିଲ୍ଲୀ ପୁଲିସ ସହିତ ସମ୍ପର୍କ କଲେ। ଦିଲ୍ଲୀ ପୁଲିସକୁ ଫେସବୁକ୍‌ ପକ୍ଷରୁ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଦିଆଗଲା। ସେହି ତଥ୍ୟ ଆଧାରରେ ଯୁବକଙ୍କୁ ଖୋଜି ଖୋଜି ପହଞ୍ଚିଥିଲା ମଣ୍ଡାୱଲୀସ୍ଥିତ ଘରେ। ପରେ ଜଣା ପଡ଼ିଲା ଉକ୍ତ ଆକାଉଣ୍ଟଟି ଯୁବକଙ୍କ ପତ୍ନୀଙ୍କର। ଯୁବକ ଜଣକ ତାଙ୍କ ପତ୍ନୀଙ୍କ ଫେସବୁକ୍‌ ଆକାଉଣ୍ଟ ବ୍ୟବହାର କରୁଥିଲେ ଏବଂ ସେ ସେତେବେଳେ ମୁମ୍ବଇରେ ଥିଲେ। ଦିଲ୍ଲୀ ପୁଲିସ ତୁରନ୍ତ ମୁମ୍ବଇ ପୁଲିସକୁ ଏହା ଜଣାଇଥିଲା। ମୁମ୍ବଇ ପୁଲିସ କାଳ ବିଳମ୍ବ ନ କରି ଯୁବକଙ୍କ ପାଖରେ ପହଞ୍ଚିଥିଲା ଏବଂ ଶେଷରେ ଆତ୍ମହତ୍ୟା କରିବା ପୂର୍ବରୁ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ଫେସବୁକ୍‌, ଦିଲ୍ଲୀ ପୁଲିସ ଏବଂ ମୁମ୍ବଇ ପୁଲିସର ତ୍ଵରିତ ପଦକ୍ଷେପ ଯୋଗୁ ଯୁବକଙ୍କ ଜୀବନ ବଞ୍ଚିପାରିଲା। ଏପରି ଏକ ଘଟଣା ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ଦିଲ୍ଲୀ ପୁଲିସର ସାଇବର ସେଲ୍‌ ଡେପୁଟି କମିଶନର ଡା. ଅନୀଶ ରାୟ କହିଛନ୍ତି, ଗତ ଶନିବାର ରାତି ପ୍ରାୟ ୭ଟା ୫୧ରେ ତାଙ୍କ ନିକଟକୁ ଆୟର୍ଲାଣ୍ଡରୁ ଫେସବୁକ୍‌ ଅଧିକାରୀ କଲ୍‌ କରିଥିଲେ। ଜଣେ ମହିଳା ଉକ୍ତ କଲ କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍‌ରେ ରହି ଆତ୍ମହତ୍ୟା ଉଦ୍ୟମ କରୁଥିବା ତାଙ୍କୁ ଜଣାଇଥିଲେ। ଏହା ପରେ ଉକ୍ତ ଆକାଉଣ୍ଟକୁ ଟ୍ରାକ୍‌ କରାଯିବାରୁ ତାହାର ଲୋକେଶନ ଦିଲ୍ଲୀର ମଣ୍ଡାୱଲି ଦେଖାଇଥିଲା। ସେ ତୁରନ୍ତ ପୂର୍ବ ଜିଲା ପୁଲିସ ଉପାୟୁକ୍ତ ଜସମିତ ସିଂହଙ୍କୁ ଜଣାଇଥିଲେ। ପ୍ରାପ୍ତ ଠିକଣାରେ ସ୍ଥାନୀୟ ପୁଲିସକୁ ପଠାଯିବାରୁ ସେଠାରେ ଜଣେ ମହିଳା ରହୁଥିବା ଜଣାପଡ଼ିଥିଲା। ମହିଳାଙ୍କ ସ୍ବାମୀ ୧୪ ଦିନ ତଳେ ଘରେ ଝଗଡ଼ା କରି ମୁମ୍ବଇ ଚାଲିଯାଇଥିଲେ। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଫୋନ ନମ୍ବର ପୁଲିସକୁ ​‌ଦେଇଥିଲେ କିନ୍ତୁ ତାଙ୍କ ଠିକଣା କହିପାରି ନ ଥିଲେ। ଅନୀଶ ତୁରନ୍ତ ମୁମ୍ବଇ ସାଇବର ସେଲ ପୁଲିସ ଉପାୟୁକ୍ତ ବାଲ୍‌ ସିଂହ ରାଜପୁତ ଏବଂ ଡା. ରଶ୍ମିଙ୍କ ସହିତ ସମ୍ପର୍କ କରିଥିଲେ। ସେମାନେ ଫୋନ ଜରିଆରେ ଯୁବକଙ୍କ ସହ ଯୋଗାଯୋଗ କରିବାରୁ ଯୁବକ ଜଣକ ଫୋନ୍‌ ବନ୍ଦ କରିଦେଇଥିଲେ। ତୁରନ୍ତ ଏକ ପୁଲିସ ଟିମ୍‌ ଯୁବକ ରହୁଥିବା ଲୋକେଶନକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲା। ଡିପ୍ରେସନରେ ରହି ସେ ଏପରି ପଦକ୍ଷେପ ନେଉଥିବା ଜଣାପଡ଼ିଛି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories