www.samajalive.in
Monday, December 8, 2025
20.1 C
Bhubaneswar

ଏହା ନିଃସନ୍ଦେହ, ବୁଦ୍ଧ ନେପାଳରେ ଜନ୍ମ ଗ୍ରହଣ କରିଛନ୍ତି – ଭାରତ

ଭାରତ ଆଜି ସ୍ପଷ୍ଟ କରିଛି ଯେ ଗୌତମ ବୁଦ୍ଧ ନେପାଳରେ ଜନ୍ମ ହୋଇଥିବା ନେଇ କୌଣସି ସନ୍ଦେହ ନାହିଁ। ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟକୁ ସଠିକ ଭାବେ ତର୍ଜମା ନ କରି ନେପାଳ ପକ୍ଷରୁ ବିରୋଧ କରାଯିବା ପରେ ଭାରତ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ମନ୍ତ୍ରୀ ଜୟଶଙ୍କରଙ୍କ ମନ୍ତବ୍ୟର ସ୍ପଷ୍ଟୀକରଣ ଦେଇଛନ୍ତି। ଜୟଶଙ୍କର ଏକ ମନ୍ତବ୍ୟ ଦେଇ କହିଥିଲେ ଯେ ଗୌତମ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀ ଏଭଳି ଦୁଇ ମହାନ ଭାରତୀୟ ଅଟନ୍ତି ଯାହାଙ୍କୁ ବିଶ୍ୱର କୋଣ ଅନୁକୋଣରେ ଲୋକମାନେ ମନେ ରଖିଛନ୍ତି।

ଜୟଶଙ୍କରଙ୍କ ମନ୍ତବ୍ୟକୁ ବିରୋଧ କରିବାକୁ ଯାଇ ନେପାଳର ବୈଦେଶିକ ମନ୍ତ୍ରୀ ଏକ ବିବୃତ୍ତିରେ କହିଥିଲେ ଯେ ଗୌତମ ବୁଦ୍ଧ ନେପାଳର ଲୁମ୍ବିନୀର ଜନ୍ମ ଗ୍ରହଣ କରିଥିବା ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଦ୍ୱାରା ସିଦ୍ଧ ହୋଇଛି। ଜୟଶଙ୍କରଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ଶ୍ରୀବାସ୍ତବ କହିଛନ୍ତି, ‘ଗତକାଲି ସିଆଇଆଇର ଏକ କାର୍ଯ୍ୟକ୍ରମରେ ବିଦେଶ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଭାରତରେ ଥିବା ବୌଦ୍ଧ ଐତିହ୍ୟକୁ ସୂଚିତ କରୁଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories