www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଥମ ଟେଷ୍ଟରେ ପାକିସ୍ଥାନକୁ ହରାଇଲା ଇଂଲଣ୍ଡ; ୧-୦ରେ ସିରିଜ ଅଗ୍ରଣୀ

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ପାକିସ୍ଥାନ ମଧ୍ୟରେ ମାଞ୍ଚେଷ୍ଟରରେ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଛି । ଏହା ସହିତ ଘରୋଇ ଦଳ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଦ୍ବିତୀୟ ଟେଷ୍ଟ ଆସନ୍ତା ୧୩ ତାରିଖରେ ଖେଳାଯିବ । ଦ୍ବିତୀୟ ଇନିଂସରେ ଜୋସ ବଟଲର୍ ୭୫ ଓ କ୍ରିସ ଭୋକ୍ସ ଅପରାଜିତ ୮୪ ରନ କରି ଦଳର ବିଜୟ ରାସ୍ତା ପରିଷ୍କାର କରିଛନ୍ତି । ଜୋସ ବଟଲର ଓ କ୍ରିସ ଷଷ୍ଠ ୱିକେଟ୍ ନିମନ୍ତେ ୧୩୯ ରନ୍ ସଂଗ୍ରହ କରିଥିଲେ, ଯାହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା । କ୍ରିସ୍ ଭୋକ୍ସଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ମିଳିଛି ।

୧୧୭ ରନରେ ୫ଟି ୱିକେଟ ପତନ ପରେ ଇଂଲଣ୍ଡ ସଙ୍କଟଜନକ ସ୍ଥିତିରେ ପହଞ୍ଚି ଯାଇଥିଲା । ମାତ୍ର ବଟଲର୍ ଓ ଭୋକ୍ସ କ୍ରିଜକୁଆସିବା ପରେ ପରିସ୍ଥିତି ବଦଳି ଯାଇଥିଲା । ଉଭୟ ପାକ୍ ବୋଲରମାନଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ । ଶେଷରେ ପାକ୍ ସ୍ପିନର ୟାସିର ଶାହା ବଟଲରଙ୍କୁ ଆଉଟ କରିବା ପରେ ଏହି ଯୋଡ଼ି ଭାଙ୍ଗିଥିଲା । ବଟଲର୍ ୧୦୧ ବଲ୍ ସମ୍ମୁଖୀନ ହୋଇ ୭ଟି ଚୌକା ଓ ଗୋଟିଏ ଛକ୍କା ମାରିଥିଲେ । ବଟଲର ଆଉଟ ହେବା ବେଳକୁ ବିଜୟ ପାଇଁ ଇଂଲଣ୍ଡକୁ ଆଉ ୨୧ ରନ୍ ଆବଶ୍ୟକ ଥିଲା ଓ ଏହାକୁ ଅନ୍ୟ ଖେଳାଳିମାନେ ହାସଲ କରି ନେଇଥିଲେ ।

- Advertisement -

ଏହି ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ପାକିସ୍ଥାନ ୩୨୬ ରନ୍ ସଂଗ୍ରହ କରିଥିଲା ଓ ପ୍ରଥମ ଇନିଂସରେ ଇଂଲଣ୍ଡ ମାତ୍ର ୨୧୯ ରନ୍ କରି ଅଲ ଆଉଟ ହୋଇଥିଲା । ପ୍ରଥମ ଇଂନିସରେ ପଛୁଆ ଥିବା ଇଂଲଣ୍ଡ ପାକିସ୍ଥାନର ଦ୍ବିତୀୟ ଇଂନିସକୁ ମାତ୍ର ୧୬୯ ରନରେ ସୀମିତ ରଖିବାକୁ ସକ୍ଷମ ହୋଇଥିଲା । ବିଜୟ ପାଇଁ ଆବଶ୍ୟକ ୨୭୭ ରନ୍ ନିଜର ଦ୍ବିତୀୟ ପାଳିରେ ଇଂଲଣ୍ଡ ୭ ୱିକେଟ ହରାଇ ସଂଗ୍ରହ କରିଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories