www.samajalive.in
Monday, December 8, 2025
27.1 C
Bhubaneswar

ଭାଲୁ ମୁହଁରୁ ସାନଭାଇ ବଞ୍ଚାଇଲା ବଡ଼ଭାଇର ଜୀବନ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଅଧୀନ କଣ୍ଟାବଣିଆ ଗାଁର ରସାନନ୍ଦ ବିନ୍ଧାଣୀ (୫୬) ଗାଁ ପାଣିପମ୍ପ ସଜାଡ଼ିବା ପାଇଁ ଘରୁ ବାହାରୁଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ତେବେ ତାଙ୍କ ସାନଭାଇଙ୍କ ପାଇଁ ଭାଲୁ ମୁହଁରୁ ଜୀବନ ବଞ୍ଚିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ରସାନନ୍ଦ ଘରୁ ବାହରିବା ସମୟରେ ଏକ ଭାଲୁ ତାଙ୍କୁ ଘର ସମ୍ମୁଖରେ ଅଚାନକ ଆକ୍ରମଣ କରିଥିଲା। ତାଙ୍କ ହାତ, କାନ୍ଧ ଓ ଛାତିରେ କ୍ଷତାକ୍ତ କରି ଭାଲୁଟି ହିଂସ୍ର ହୋଇ ଚାଲିଥିବା ଦେଖି ସେ ଜୋରରେ ଚିତ୍କାର କରିଥିଲେ। ଏତିକିବେଳେ ତାଙ୍କ ସାନଭାଇ ଲମ୍ବୁ ଓରଫ ସଦାନନ୍ଦ ବିନ୍ଧାଣୀ (୫୨) ଏକ କାଠଫାଳିଆରେ ଭାଲୁର ମୁହଁରେ ଦି’ ପାହାର ଦେବାରୁ ଭାଲୁଟି ଦୌଡ଼ି ନିକଟସ୍ଥ ସ୍ୱର୍ଣ୍ଣଚୂଡ଼ ଜଙ୍ଗଲକୁ ପଳାଇଥିଲା। ପରେ ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଯେ, ଉକ୍ତ ଗାଁଟି ନୀଳଗିରିର ସ୍ୱର୍ଣ୍ଣଚୂଡ଼ ଜଙ୍ଗଲର ପାଦଦେଶରେ ହୋଇଥିବା ଯୋଗୁ ଏଠାରେ ସଦାସର୍ବଦା ଭାଲୁଙ୍କ ଭୟ ରହିଥାଏ। ସନ୍ଧ୍ୟା ବାଜିଲେ ଲୋକମାନେ ତାଟି କବାଟ ଦେଇ ଘରକୁ ପଶି ଯାଉଥିବା କୁହାଯାଇଛି। ଦୀର୍ଘବର୍ଷ ହେଉ ଉକ୍ତ ଗାଁରେ ଭାଲୁ ଉପଦ୍ରବ ଘଟି ଚାଲିଛି। ବହୁ ଲୋକ ଏଥିରେ କ୍ଷତାକ୍ତ ହୋଇ ବିକୃତ ପାଲଟି ଯାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories