www.samajalive.in
Sunday, December 7, 2025
16.1 C
Bhubaneswar

୮ ମାସରେ ୬ଜଣଙ୍କ ସ୍ତ୍ରୀ ବନିଲେ ଯୁବତୀ, ବିବାହର ଦୁଇ ଦିନ ପରେ ମିଳୁଥିଲା ସ୍ବାମୀଙ୍କ ମୃତଦେହ

ବିବାହର ୨ ଦିନ ପରେ କନ୍ୟା ବାପ ଘର ଯିବାକୁ ଜିଦ୍‌ କରୁଥିଲା। କନ୍ୟା ସହିତ ନବ ବିବାହିତ ବର ବି ସାଥୀରେ ଯାଉଥିଲା। ଯିବା ବାଟରେ ବରକୁ କିଛି ଅଡୁଆ ଅଡୁଆ ଲାଗୁଥିଲା। କିନ୍ତୁ ସେତେବେଳକୁ ତା’ର ହତ୍ୟା ଯୋଜନା ହୋଇସାରିଥିଲା। ପର ଦିନ ଗଛରୁ ବରର ଝୁଲନ୍ତା ମୃତଦେହ ମିଳୁଥିଲା। ପରେ ଜଣାପଡ଼ୁଥିଲା ସେ ଯାହାକୁ ବିବାହ କରିଥିଲା, ସେ ଯୁବତୀ ଜଣେ ଲୁଟେରା। କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହିପରି ଭାବେ ଯୁବତୀ ଜଣକ ୮ମାସ ଭିତରେ ୬ଥର ବିବାହ କରିସାରିଥିଲା। ପ୍ରତିଥର ବିବାହ ଲାଗି ତା’କୁ ୧୦ହଜାର ଟଙ୍କା ମିଳୁଥିଲା। ଏପରି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ମଧ୍ୟପ୍ରଦେଶ ପୁଲିସ। ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

୭ ଦିନ ତଳେ ରତଲାମ ଜିଲାର ସୈଲାନା ନିକଟରୁ ମହେନ୍ଦ୍ର କଲାଲ(୨୯) ନାମକ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହାର ୨ଦିନ ପୂର୍ବେ ମହେନ୍ଦ୍ରଙ୍କର ବିବାହ ହୋଇଥିଲା। ପୁଲିସୗ ମାମଲାର ତଦନ୍ତ କରିବା ସମୟରେ ପୂରା ଘଟଣାର ପର୍ଦ୍ଦାଫାଶ କରିଥିଲା। ହତ୍ୟା ପଛରେ ରହିଥିଲେ ମହେନ୍ଦ୍ରଙ୍କ ନବ ବିବାହିତା ସ୍ତ୍ରୀ ମିନାକ୍ଷୀ।

- Advertisement -

ତଦନ୍ତରୁ ଜଣାପଡ଼ିଛି ଯେ, ମହେନ୍ଦ୍ର ଏବଂ ମିନାକ୍ଷୀଙ୍କ ବିବାହ ମ୍ୟାରେଜ ବ୍ୟୁରୋ ଜରିଆରେ ହୋଇଥିଲା। ଘଟଣା ପରେ ମିନାକ୍ଷୀଙ୍କ ବାପାଙ୍କ ମୋବାଇଲ୍‌ ନମ୍ବର ଜରିଆରେ ପୁଲିସ ଇନ୍ଦୋରର ବରୋଲୀରେ ପହଞ୍ଚି ମିନାକ୍ଷୀଙ୍କୁ ଗିରଫ କରିଥିଲା। ମିନାକ୍ଷୀ ୩ ବର୍ଷ ତଳେ ତାଙ୍କ ସ୍ବାମୀଙ୍କୁ ଛାଡ଼ି ବାପଘରକୁ ପଳାଇଥିଲେ। କିନ୍ତୁ ବାପ ଘରେ ଝଗଡ଼ା ହେବାରୁ ସେ ସେଠାରେ ସବୁବେଳେ ରହୁ ନ ଥିଲେ। ଏହା ମଧ୍ୟରେ ତାଙ୍କର ଉତ୍ତରପ୍ରଦେଶର ପୁଷ୍ପେନ୍ଦ୍ର ଦୁବେ ନାମକ ବ୍ୟକ୍ତି ସହ ସାକ୍ଷାତ ହୋଇଥିଲା। ପୁଷ୍ପେନ୍ଦ୍ର ମିନାକ୍ଷୀଙ୍କର ନକଲି ଭାଇ ସାଜି ତାଙ୍କର ମିଥ୍ୟା ବିବାହ କରାଉଥିଲେ। ପରେ ଯୋଜନା ମୁତାବକ ବିବାହିତ ଯୁବକଙ୍କଠାରୁ ଲୁଟ୍‌ କରୁଥିଲେ। ପ୍ରତି ବିବାହ ପାଇଁ ମିନାକ୍ଷୀଙ୍କୁ ୧୦ ହଜାର ଟଙ୍କା ଦେଉଥିଲେ। ନିକଟରେ ବିବାହ କରିଥିବା ମହେନ୍ଦ୍ରଙ୍କଠାରୁ ପୁଷ୍ପେନ୍ଦ୍ର ଅଢ଼େଇ ଲକ୍ଷ ଟଙ୍କା ନେଇଥିଲେ। ବିବାହର ୨ ଦିନ ପରେ ପୁଷ୍ପେନ୍ଦ୍ର ୪ ଜଣଙ୍କୁ ମହେନ୍ଦ୍ରଙ୍କ ଘରକୁ ପଠାଇଥିଲେ। ସେମାନେ ମିନାକ୍ଷୀଙ୍କ ସମ୍ପର୍କୀୟ ପରିଚୟ ଦେଇ ତାଙ୍କୁ ଘରକୁ ନେବାକୁ କହିଥିଲେ। ମହେନ୍ଦ୍ର ବି ସେମାନଙ୍କ ସହିତ ଯାଇଥିଲେ। ବାଟରେ ସେମାନେ ମହେନ୍ଦ୍ରଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ। ପରେ ସେମାନେ ଫେରାର ହୋଇଯାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories