www.samajalive.in
Monday, December 8, 2025
17.1 C
Bhubaneswar

ତିଗିରିଆ ଯୁବ କଳାବିକାଶ ପରିଷଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ତିଗିରିଆ: ତିଗିରିଆ ଅଞ୍ଚଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନିଜିଗଡ଼ର ଯୁବ କଳାବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାମାରୀ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ କୋଭିଡ଼ କଟକଣାଙ୍କୁ ପାଳନ ସହିତ ସାମାଜିକ ଦୂରତା ରକ୍ଷା ପୂର୍ବକ ଏହି କାର୍ୟ୍ୟକ୍ରମ ପରିଷଦ ପକ୍ଷରୁ ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ଉପଦେଷ୍ଠା ସୁଶାନ୍ତ ମହାନ୍ତିଙ୍କ ଆବାହକତ୍ୱ ଏବଂ ବୟୋଜେଷ୍ଠ ଉପଦେଷ୍ଟା ସୁବାସ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ପରିଷଦ ପକ୍ଷରୁ ମହାମାରୀ କରୋନା ସଂକ୍ରମଣ ରୋକିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୁଲିସ ପ୍ରଶାସନ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବିଭିନ୍ନ ଗଣମାଧ୍ୟମରେ କାର୍ୟ୍ୟରତ ସାମ୍ବାଦିକମାନଙ୍କ କାର୍ୟ୍ୟର ପ୍ରଶଂସା କରାଯାଇଥିଲା। ନିଜ ଜୀବନକୁ ବାଜି ଲଗାଇ କରୋନା ଯୋଦ୍ଧାମାନେ ଅଞ୍ଚଳ ଏବଂ ଏହାର ଜନସାଧାରଣଙ୍କ ସୁରକ୍ଷା ଦିଗରେ ଦିନରାତି ଲଢୁଥିବାରୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ଉତ୍ସାହିତ କରିବା ଜନସାଧାରଣଙ୍କର ଏକାନ୍ତ କାମ୍ୟ ବୋଲି ସଭାପତି ଶ୍ରୀ ଦାଶ ନିଜ ସଂକ୍ଷିପ୍ତ ବକ୍ତବ୍ୟରେ କହିଥିଲେ। ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଉପସ୍ଥିତ ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ, ଅତିରିକ୍ତ ହସିଲଦାର ହେମନ୍ତ କୁମାର ନାୟକ, ବିଡିଓ ଦିପ୍ତିମୟୀ ବେହେରା, ଅତିରିକ୍ତ ବିଡ଼ିଓ ଅଭିପ୍ସା ସ୍ୱାଇଁ, ତିଗିରିଆ ଥାନା ଅଧିକାରୀ ରବିନ୍ଦ୍ର କୁମାର ଭୁଜବଳ, ତିଗିରିଆ ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱବିକାଶ ରାଉତରାୟ, ଥାନା ଏଏସଆଇ ଦେବେନ୍ଦ୍ର ନାଥ ସ୍ୱାଇଁ, ଏଏସଆଇ କମଳିନୀ ନାୟକ, ଏଏସଆଇ ରତ୍ନାକର ବେହେରା, ରାୟଗୁରୁ ଗଙ୍ଗାଧର ସ୍ୱାଇଁ, ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଦୁର୍ଗାଦତ୍ତ ଦାଶ, ଆଗ୍ନିକ ଅନିଲ ଦତ୍ତମହାକୁଢ଼ଙ୍କ ସମେତ ଆଠଗଡ-ତିଗିରିଆର ବହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଠା ଗିରିଜା ପ୍ରସାଦ ପଟ୍ଟନାୟକ, କୃଷ୍ଣବଲ୍ଲଭ ଦାସ, ଜୟନ୍ତ କୁମାର ସାହୁ, ତ୍ରୈଲୋକ୍ୟ ବିହାରୀ ସାମନ୍ତ୍ରା, ଦିପ୍ତିରଞ୍ଜନ ଦାସ, ମନୋଜ କୁମାର ପଣ୍ଡା, ଜୟନ୍ତ ସିଂ, ସୁଶିଲ ପଟ୍ଟନାୟକ, ସମାଜସେବୀ ସରୋଜ ଦାଶ, ପ୍ରଣବ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବ୍ରଜ ସୁନ୍ଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories