www.samajalive.in
Monday, December 8, 2025
24.1 C
Bhubaneswar

ସଟଡାଉନରେ ବୁଡିଲା ଜୀବିକା: ଜିଲାପାଳଙ୍କୁ ଘେରିଲେ ବ୍ୟବସାୟୀ, ସଟଡାଉନରେ ପରିବା ବିକ୍ରୀ କରିବେ ଶିକ୍ଷକ

ଟିଟିଲାଗଡ଼: କରୋନା ମହାମାରୀ ନେଇ ଗତ ମାର୍ଚ୍ଚ ୨୪ରୁ ପ୍ରଶାସନ ପକ୍ଷରୁ ମାସ ମାସ ଧରି ଲକଡାଉନ, ସଟଡାଉନ ଜାରି ପରିପ୍ରେକ୍ଷୀରେ ଅନେକ ପରିବାର ସର୍ବସ୍ୱାନ୍ତ ହୋଇସାରିଥିବା ଅଭିଯୋଗ ହୋଇଛି। ମଧ୍ୟବିତ, ଗରିବ ପରିବାର ଏନେଇ ନିଜ ଜୀବିକା ହରାଇଥିବା ବେଳେ ଅଦ୍ୟାବଧି ସପ୍ତାହାନ୍ତ ସଟଡାଉନ, ସପ୍ତାହକୁ ଚାରି ଦିନ ସଟଡାଉନ, ସାନ୍ଧ୍ୟକାଳିନ କର୍ଫ୍ୟୁ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି। ଏଭଳି କ୍ଷେତ୍ରରେ ଅନେକ ପରିବାରଙ୍କ ଦୁଇ ଓଳି ଅନ୍ନମୁଠାଏ ଯୋଗାଡ କରିବା ମୁସ୍କିଲ ହୋଇପଡ଼ିଛି। ସଂକଟରେ ପଡ଼ିଥିବା ଅନେକ ପରିବାର ଏନେଇ ତ୍ରାହି ଛାଡୁଥିବା ବେଳେ ଲୋକ ଲଜ୍ଜ୍ୟା ଭୟରେ ବାହାରେ ଖବର ପ୍ରକାଶ କରିପାରୁନାହାନ୍ତି।

୧୯୭୬ରୁ ଚା ଦୋକାନ କରି ପରିବାରର ପେଟ ପୋଷିଆସୁଥିବା ଭିନ୍ନକ୍ଷମ ରମେଶ ଭଳି ଅନେକ ନିଜ ଦୁଃଖ ବଖାଣୁଥିବା ବେଳେ ପ୍ରଶାସନ ବେପରବାୟ ହୋଇ ରହିଥିବା ଅଭିଯୋଗ ହୋଇଛି। ଅଦ୍ୟାବଧି ତାଙ୍କୁ ଟଙ୍କାଟିଏ ମଧ୍ୟ ସରକାରି ସହାୟତା ପ୍ରଦାନ କରାଯାଇନାହିଁ। ଏଭଳି ଅନେକ ଯୁବକ ଅଣ୍ଡା, ଗୁପଚୁପ, ଚାର୍ଟ, ଫାଷ୍ଟଫୁଡ, ଚାପାନ, ଫଳମୁଳ ଆଦି ଛୋଟନୋଟ ଦୋକାନ କରି ପେଟ ପୋଷି ଆସୁଛନ୍ତି। ହେଲେ ସଟଡାଉନରେ ବେରୋଜଗାର ସାଜି ମାନସିକ ଭାରାକାନ୍ତ ତାଙ୍କ ପରିବାରର ଅବସ୍ଥା ବୁଝିବାକୁ କେହି ନାହାନ୍ତି। ଅନ୍ୟ ସମସ୍ତ ବ୍ୟବସାୟ ମଧ୍ୟ ଠପ ହୋଇଛି। ପଶ୍ଚିମ ଓଡିଶାର ପବିତ୍ର ପର୍ବ ନୁଆଖାଇରେ ମଧ୍ୟ ସଟଡାଉନରେ ରିହାତି ନଥିବା ନେଇ ବ୍ୟବସାୟୀ ତାତିଛନ୍ତି। ଆଜି ଟିଟିଲାଗଡ ଆସିଥିବା ବଲାଙ୍ଗିର ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ସହରର କପଡା ବ୍ୟବସାୟୀ ସଂଘ ପକ୍ଷରୁ ରାଜେଶ ସାହୁ, ମନସାରାମ ଅଗ୍ରୱାଲ, ଦେବୀପ୍ରସାଦ ଶର୍ମା, ଆନନ୍ଦ ଖୈତାନ, ଗୌତମ ଜୈନ, ମୋହିତ ଜୈନ, ଆରୁଷ ଶର୍ମା, ଅଜୟ କମାନି, ମୁକେଶ ଖୈତାନ ପ୍ରମୁଖ ଘେରିଥିଲେ। ପ୍ରାୟ ଚାରି ମାସ ଧରି ବ୍ୟବସାୟ ବୁଡିଥିବା ବେଳେ ନୁଆଖାଇରେ ୧୫ ଦିନ ପାଇଁ ପ୍ରାୟତଃ କରୋନା ସଂକ୍ରମଣ ନେଇ ସୁରକ୍ଷିତ ଟିଟିଲାଗଡ ସହରରେ ସଟଡାଉନ ପ୍ରତ୍ୟାହାର କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ବିଭିନ୍ନ ସୁତ୍ରରୁ ଋଣ କରି ବ୍ୟବସାୟ କରୁଥିବା ଦୋକାନୀ ବୁଡି ଚାଲିଥିବା ନେଇ ପ୍ରଶାସନ ଆଖିବୁଜି ବସିଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏନେଇ ବିଚାର କରାଯିବ ବୋଲି ଜିଲାପାଳ ପ୍ରତିଶୃତି ଦେଇଥିବା ବ୍ୟବସାୟୀ ନିରାଶ ହୋଇଛନ୍ତି। ଅପରପକ୍ଷରେ ସଟଡାଉନ ନେଇ ନିଜ ଜୀବିକା ହରାଇଥିବା ଜନୈକ ଘରୋଇ ସ୍କୁଲ ଶିକ୍ଷକ ଆସନ୍ତା କାଲି ସଟଡାଉନରେ ସହରରେ ପରିବା ବିକ୍ରୟ କରିବେ ବୋଲି ସାମାଜିକ ଗଣମାଧ୍ୟମରେ ଆବେଗଭରା ପୋଷ୍ଟ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories