www.samajalive.in
Tuesday, December 9, 2025
17.1 C
Bhubaneswar

୩ ବାଇକ୍‍ରେ ଆସିଲେ ୫ ଲୁଟେରା, ବନ୍ଧୁକ ଦେଖାଇ ଲୁଟିନେଲେ ୧ ଲକ୍ଷ ୩୨ ହଜାର ଟଙ୍କା

କଣ୍ଟାବାଞ୍ଜି : ଦିନ ଦ୍ୱିପହରରେ ୩ଟି ବାଇକ୍‍ରେ ୩ ଲୁଟେରା ଆସିଲେ। ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୩୨ହଜାର ଟଙ୍କା ଲୁଟିନେଲେ ଓ ଫେରାର ହୋଇଗଲେ। ଏଭଳି ଏକ ଘଟଣା ଘଟିଛି କଣ୍ଟାବାଞ୍ଜି ଅଞ୍ଚଳରେ। ଏ ସଂକ୍ରାନ୍ତରେ ତୁରେକେଲା ଥାନାରେ ଅଭିଯୋଗ ହେବା ପରେ ଲୁଟେରା ଧରିବା ପାଇଁ ପୁଲିସ ଜାଲ ବିଛାଇଛି। ଖୁବ୍‍ ଶୀଘ୍ର ଲୁଟେରାମାନଙ୍କୁ ଧରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏ ଘଟଣା ଏବେ କଣ୍ଟାବାଞ୍ଜି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ତୁରେକେଲା ବ୍ଲକ ଝରଣି-କଣ୍ଟାବାଞ୍ଜି ରାସ୍ତା ବସ ଷ୍ଟପେଜ ପାଖରେ ଗୁରୁବାର ଦିନ ଦ୍ୱିପହରରେ ୩ଟି ବାଇକରେ ୫ ଜଣ ମୁଖା ପିନ୍ଧା ଲୁଟେରା ବନ୍ଧୁକ ଓ ଧାରୁଆ ଅସ୍ତ୍ର ଦେଖାଇ ୧ ଲକ୍ଷ ୩୨ ହଜାର ଟଙ୍କା ଡକାୟତ କରି ଫେରାର ହୋଇଯାଇଥିଲେ। ଗତକାଲି ଅପରାହ୍ନରେ ତୁରେକେଲା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଛାନବିନ ଜାରୀ ରଖିଥିବା ଜଣାପଡିଛି।
ତୁରେକେଲା ଗ୍ରାମୀଣ ଇଣ୍ଡିଆନ ଗ୍ୟାସ ଏଜେନ୍ସି ମାଲିକ କ୍ଷୀରୋଦ ମେହେର ଲିଖିତ ଅଭିଯୋଗ ଅନୁସାରେ ନିଜ ଘରୁ ମଧ୍ୟାହ୍ନ ଭୋଜନ ସାରି ନିଜ ବାଇକରେ ଏକ ହେଣ୍ଡ ବ୍ୟାଗ ରେ ୧ ଲକ୍ଷ ୩୨ ହଜାର ଟଙ୍କା ନେଇ କଣ୍ଟାବାଞ୍ଜିର ଏକ ବ୍ୟାଙ୍କରେ ଜମା କରିବା ପାଇଁ ଆସୁଥିଲେ। ଠିକ୍ ସେହି ସମୟରେ ତୁରେକେଲା ରୁ କଣ୍ଟାବାଞ୍ଜି ରାସ୍ତା ଝରଣୀ ବସ ଷ୍ଟପେଜ ପାଖରେ ୩ ଟି ବାଇକରେ ୫ ଜଣ ଲୁଟେରା ହଠାତ୍ ଆସି କ୍ଷୀରୋଦ ମେହେରଙ୍କୁ ଅଟକାଇ ବନ୍ଧୁକ ଓ ଧାରୁଆ ଅସ୍ତ୍ର ଦେଖାଇ ଟଙ୍କା ଲୁଟ କରିଥିଲେ। ଏହାସହିତ ଲୁଟେରାମାନେ କ୍ଷୀରୋଦ ମେହେରଙ୍କ ମୋବାଇଲ ଛଡାଇ ନେଇ ଭାଙ୍ଗି ଦେଇଥିଲେ ଓ ମନିପର୍ସକୁ ମଧ୍ୟ ନେଇଯାଇଥିଲେ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ତୁରେକେଲା ପୋଲିସ ଏକ ଡକାୟତ ମାମଲା କେସ ନଂ ୧୮୫/୨୦୨୦ ଦଫା ୩୯୫ ରୁଜୁ କରିଛି। ଏହି ମାମଲାର ତଦନ୍ତ ଭାର ଥାନା ଭାରପ୍ରାପ୍ତ ଅଧିକାରୀ କମଲ ଲୋଚନ ବେହେରା ନେବା ସହ ଚାରିଆଡେ ଛାନବିନ ଜାରୀ ରଖିଥିବା ବେଳେ ଏ ପର୍ଯର୍୍ୟନ୍ତ ଲୁଟେରାମାନେ ଧରା ପଡି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories