www.samajalive.in
Monday, December 8, 2025
20.1 C
Bhubaneswar

ରେଙ୍ଗାଲିରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ ; ସଂଖ୍ୟା ୭କୁ ବୃଦ୍ଧି

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକରେ ରାଉରକେଲା ଏବଂ ଝାରସୁଗୁଡା ବେହେରାମାଲ ପଜିଟିଭ୍‍ ଲିଙ୍କ ସଂସ୍ପର୍ଶରେ ଆସିଥିବା ରେଙ୍ଗାଲି ରେଲବାଇ କଲୋନୀର ଜଣେ ଏବଂ କତରବଗା ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ପଜିଟିଭକୁ ମିଶାଇ ରେଙ୍ଗାଲି ବ୍ଳକରେ କରୋନା ପଜିଟିଭ୍‍ ସଂଖ୍ୟା ବର୍ତ୍ତମାନ ୭କୁ ପହଞ୍ଚିଛି। ଏହା ପୂର୍ବରୁ ବିଗତ ମାସରେ ପଜିଟିଭ୍‍ ଚିହ୍ନଟ ହୋଇଥିବା ୧୨ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେର ଆସିଲେଣି। ଅପର ପକ୍ଷରେ ବିଗତ ଦିନରେ ଗୁମଲୋଇ ଗ୍ରାମରେ ପଜିଟିଭ୍‍ ଚିହ୍ନଟ ହୋଇଥିବା ଦୁଇ ଜଣ ଆକ୍ରାନ୍ତଙ୍କ ପ୍ରାଇମେରୀ କଣ୍ଟ୍ରାକ୍ଟ ଟ୍ରେସିଂରେ ୨୯ ଜଣ ଏବଂ ରେଙ୍ଗାଲି ରେଲବାଇ କଲୋନୀରେ ପଜିଟିଭ୍‍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪ ଜଣକୁ ମିଶାଇ ମୋଟ ୩୩ ଜଣଙ୍କୁ ହୋମ୍‍ କ୍ୱାରେଣ୍ଟାଇନରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଏବଂ ବ୍ଳକ୍‍ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ୩୩ ଜଣଙ୍କ ସ୍ୱାବ୍‍ ସଂଗ୍ରହ କରାଯାଇ ପରୀକ୍ଷଣ ସକାଶେ ବୁର୍ଲାକୁ ପଠାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାପଡିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories