www.samajalive.in
Sunday, December 7, 2025
15.1 C
Bhubaneswar

କରୋନା ସଚେତନତା ଚିତ୍ର ଓ ମାସ୍କ ଜାତୀୟସ୍ତରୀୟ ପ୍ରତିଯୋଗିତା; ପ୍ରଥମ ହେଲେ ଓଡ଼ିଆ ଚିତ୍ରଶିଳ୍ପୀ ରାଜକିଶୋର ମହାରଣା

ଭୁବନେଶ୍ୱର: କରୋନା ସମ୍ପର୍କରେ ଚିତ୍ର ଓ ମାସ୍କରେ ସଚେତନତା ସୃଷ୍ଟି ପାଇଁ ଜାତୀୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଜାତୀୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ଓଡ଼ିଆ ଚିତ୍ରଶିଳ୍ପୀ ରାଜକିଶୋର ମହାରଣା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପଞ୍ଜାବସ୍ଥିତ ଚିତ୍ରକର ବିଶ୍ୱବିଦ୍ୟାଳୟର ଚିତ୍ରକଳା ସ୍କୁଲ ଅଫ୍‍ ଆର୍ଟ ଆଣ୍ଡ୍‍ ଡିଜାଇନ୍‍ ଏବଂ ଫାଇନ୍‍ ଆର୍ଟ ବିଭାଗ ପକ୍ଷରୁ ‘ମାସ୍କ ଓ ଫିଲିଆ’ ଇଣ୍ଟରନ୍ୟାସ୍‍ନାଲ୍‍ ମାସ୍କ ଡ୍ରଇଂ/ପେଣ୍ଟିଂ କର୍ମଶାଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜକିଶୋର ମହାରଣା ପ୍ରଥମ ହେବା ସୌଭାଗ୍ୟ ଲାଭକରି ଓଡ଼ିଶାକୁ ଗୌରବ ଆଣି ଦେଇଛନ୍ତି। ଜାତୀୟସ୍ତରରେ ଚିତ୍ରକଳା କ୍ଷେତ୍ରରେ ସଫଳତା ହାସଲ କରିଥିବାରୁ ରାଜକିଶେର ମହାରଣାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ନଗର ଅଞ୍ଚଳର ଏହି ଯୁବ ଚିତ୍ରଶିଳ୍ପୀଙ୍କ ପିଲାଟି ଦିନରୁ କଳାତ୍ମକ ରୁଚ ରହିଛି। ସେ ବିଭିନ୍ନ ପଟ୍ଟଚିତ୍ର ଅଙ୍କନ କରୁଥିବା ବେଳେ ଏବେ କରୋନା ମହାମାରୀ ସମୟରେ ତାଙ୍କର ସଚେତନତାତ୍ମକ ଚିତ୍ରକଳା ମଧ୍ୟ ତାଙ୍କୁ ଏ ଦିଗରେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇଛି। ପୂର୍ବରୁ ସେ କରୋନାରୁ ସତର୍କ ରହିବା ପାଇଁ କାନ୍‍ଭାସ୍‍ରେ ଚିତ୍ର କରି ମଧ୍ୟ ଚିତ୍ରକର ବିଶ୍ୱବିଦ୍ୟାଳୟର ଏବଂ ଓଡ଼ିଶା ଲଲିତକଳା ଏକାଡ଼େମୀ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories