କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଡାଳଗୁମା ପଞ୍ଚାୟତରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣ ହେବା ଆଶଙ୍କା କରି ବ୍ଲକର ୩ ପଞ୍ଚାୟତ କୋକସରା, ରେଙ୍ଗାଲପାଲି ଓ ଡହଗାଁ ପଞ୍ଚାୟତକୁ ସରପଞ୍ଚ ମାନେ ସଟ୍ଡାଉନ୍ ଘୋଷଣା କରିଛନ୍ତି।
ସଂକ୍ରମଣ ହେବା ଆଶଙ୍କା କରି ଆଗୁଆ ସତର୍କତା ଦୃଷ୍ଟିରୁ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ପଞ୍ଚାୟତକୁ ବୁଧବାର ସକାଳ ୬ ଘଣ୍ଟା ଠାରୁ ଶୁକ୍ରବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ କରିଛନ୍ତି। ସେହିପରି ରେଙ୍ଗାଲପାଲି ସରପଞ୍ଚ ବିନୋଦ ପାଣିଗ୍ରାହୀ ପଞ୍ଚାୟତକୁ ବୁଧବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟ ଠାରୁ ଶୁକ୍ରବାର ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସଟ୍ଡାଉନ ଘୋଷଣା କରି ଥିବାବେଳେ ଡହଗାଁ ସରପଞ୍ଚ ପରୀମିତା ସିଂ ରାଜପୁତ ମଧ୍ୟ ପଞ୍ଚାୟତ କୁ ବୁଧବାର ଠାରୁ ୭୨ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି। ସଟ୍ଡାଉନ୍ ସମୟ ସୀମା ମଧ୍ୟରେ କୌଣସି ବ୍ୟକ୍ତି ବାହାରକୁ ବାହାରି ପାରିବେ ନାହିଁ, ଦୋକାନ, ବଜାର, ଅଫିସ, ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଭାବରେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଔଷଧ ଦୋକାନ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷେତ୍ରରେ ଏହି ନିୟମ କୋହଲ କରାଯାଇଛି। ସମସ୍ତ ଜନ ସାଧାରଣ ଙ୍କୁ କୋଭିଡ- ୧୯ ର ନିୟମ ମାନିବା ସହିତ ସହଯୋଗ କରିବା ପାଇଁ ସରପଞ୍ଚ ମାନେ ଅନୁରୋଧ କରିଛନ୍ତି।



