www.samajalive.in
Monday, December 8, 2025
27.1 C
Bhubaneswar

ମନୋଜ ସିହ୍ନା ଜମ୍ମୁ ଓ କାଶ୍ମୀର ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ : ବିଜେପି ନେତା ତଥା ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ହେବେ ଜମ୍ମୁ ଓ କାଶ୍ମୀରର ନୂଆ ଉପରାଜ୍ୟପାଳ । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଥିବା ସୂଚନା ମିଳିଛି । ଗିରୀଶ ମୁର୍ମୁ ଇସ୍ତଫା ଦେବା ପରେ ମନୋଜ ସିହ୍ନାଙ୍କୁ ଏହି ଦାୟିତ୍ବ ମିଳିଛି ।


ମନୋଜ ସିହ୍ନା ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ହୋଇଥିବାବେଳେ ସେ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଉତ୍ତରପ୍ରଦେଶର ଗାଜିପୁର ଲୋକସଭା ଆସନରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ୧୯୯୯ ମସିହାରେ ଦ୍ବିତୀୟ ଥର ପାଇଁ ମଧ୍ୟ ସେ ଲୋକସଭାର ସଦସ୍ୟ ହୋଇଛନ୍ତି । ୨୦୧୪ ମସିହାରେ ସେ ତୃତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହେବା ସହ ରେଳ ରାଷ୍ଟ୍ରମନ୍ତ୍ରୀର ଦାୟିତ୍ବ ନେଇଥିଲେ ।ଏହାସହ ୨୦୧୬ ମସିହାରେ ମୋଦି କ୍ୟାବିନେଟର ସମ୍ପ୍ରସାରଣ ସମୟରେ ତାଙ୍କୁ ଅତିରିକ୍ତ ଭାବେ ଯୋଗାଯୋଗ ମନ୍ତ୍ରଣାଳୟର ସ୍ବାଧିନ ଦାୟିତ୍ବ ମିଳିଥିଲା । ସେପଟେ ୧୯୯୯ ମସିହାରେ ସେ ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ ହୋଇଥିଲେ

- Advertisement -

ସୂଚନାଯୋଗ୍ୟ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ପଦରୁ ଗିରୀଶ ଚନ୍ଦ୍ର ମୁର୍ମୁ ଗତକାଲି(ବୁଧବାର) ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଛନ୍ତି । ତେବେ ସେ ପରବର୍ତ୍ତୀ ସିଏଜି(କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ) ଭାବେ ଅବସ୍ଥାପିତ ହେବେ ବୋଲି ସୂଚନା ମିଳିଛି ।ଚଳିତ ସପ୍ତାହରେ ସିଏଜି ରାଜୀବ ମହର୍ଷିଙ୍କ କାର୍ଯ୍ୟାଳୟ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଗିରୀଶ ଦାୟିତ୍ବ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଗିରୀଶଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଗ୍ରହଣ କରିଛନ୍ତି ନା ନାହିଁ ତାହା ଜଣାପଡିନାହିଁ । ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ମୁର୍ମୁ ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଇଥିଲେ । ସେ ଗତବର୍ଷ ଅକ୍ଟୋବର ୩୧ ତାରିଖରେ ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ ।ତେବେ ୧୯୮୫ ମସିହା ଆଇଏଏସ ଅଫିସର ଗିରୀଶ ମୁର୍ମୁଙ୍କ ଘର ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ । ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories