www.samajalive.in
Monday, December 8, 2025
27.1 C
Bhubaneswar

ଆଠଗଡ ବିକାଶ ମଞ୍ଚ ପକ୍ଷରୁ କଖଡିରେ ବାରିକ ସମାଜକୁ ରାସନ ସାମଗ୍ରୀ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡର ଅଗ୍ରଣୀ ସାମାଜିକ ସଂଗଠନ ଆଠଗଡ ବିକାଶମଞ୍ଚ ପକ୍ଷରୁ ଆଜି ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ବାରିକ ସମାଜକୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଲକଡାଉନ ସମୟରେ ସେଲୁନ ବନ୍ଦ ହୋଇଯିବା ଏବଂ ଆଉକିଛି ଗାଁରେ ବୁଲିବୁଲି କ୍ଷୌର କରୁଥିବା ବାରିକ ସମାଜର ଜୀବନ ଜୀବିକା ସଂପୂର୍ଣ୍ଣ ଉଜୁଡି ଯାଇଛି। ବହୁ କଷ୍ଟ ଭିତରେ ପରିବାର ପୋଷଣ କରୁଛନ୍ତି। କହିବାକୁ ଗଲେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିଯାଇଛି। ଏଭଳି ସମୟରେ ସରକାର ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ବିକାଶମଞ୍ଚ ପକ୍ଷରୁ ଶ୍ରୀ ବସ୍ତିଆ ଆଜି କଖଡିର ବାରିକ ସମାଜକୁ ରାସନ ସାମଗ୍ରୀ ଯୋଗାଇଦେଇଛନ୍ତି। ଯେଉଁଥିରେ ଆଳୁ,ଡାଲି, ଚାଉଳ ସହିତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରହିଅଛି। ଏହି ସାମଗ୍ରୀ ପ୍ରଦାନ ସମୟରେ ଉପସ୍ଥିତ ବାରିକ ସମାଜର କର୍ମକର୍ତ୍ତାଙ୍କୁ ଶ୍ରୀ ବସ୍ତିଆ ସରକାର ଙ୍କ କୋଭିଡ ମୁକାବିଲା ସଂପର୍କିତ ସଚେତନତା ବାର୍ତ୍ତା ବାଣ୍ଟିବା ସହିତ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ଅତ୍ୟାବଶ୍ୟକ ନଥିଲେ ବାହାରକୁ ନବାହାରିବା ପାଇଁ କହିଥିଲେ। ମଞ୍ଚର ଏଭିଳି କାର୍ୟ୍ୟକୁ କଖଡିର ବାରିକ ସମାଜ ପ୍ରଂଶସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories