www.samajalive.in
Monday, December 8, 2025
20.1 C
Bhubaneswar

ଚାରିଟା ପୁଅ ଥାଇ ମଧ୍ୟ ଅସହାୟ ବୃଦ୍ଧା

ବଲାଙ୍ଗିର : ମୋର ଚାଏର ଚାଏଟା ପୁଅ ଅଛନ ଗୋ ବୁଆ। ହେଲେ କିହେ ଝନେ ବି ନାଇଁ ପଚରାବାର। କେନ କେ ଯିମି କାଏଁ କରମି। କିଛି ବୁଝି ନାଇଁ ହେବାର। ଚାଲୁଛେ ଜେନ ଆଡେ ଯିବାର କଥା ମହାପୁରୁ ମୋତେ କଢେଇ ନେବା ନ। ବୁଢୀ ତ ହେଲିନ,ଆର କେତେ ଦିନ ବାଁଚିମି। ଯେତେବେଳେ ଛୁଆ ଛୁଆ ଥିଲେ ଚାଏର ଚାଏଟା କେ ନିଜେ ଭୁକେ ରହି ସେମାନଙ୍କୁ ପୁଷୁଥିଲି। ହେଲେ ଆଏଜ୍‍ କିହେ ନାଇଁ ପଚରାବାର। ଏ ହେଉଛି ଜଣେ ଅସହାୟ ବୃଦ୍ଧାଙ୍କ କଥା। ଦୀର୍ଘ ଦିନ ହେଲା ଲୋଇସିଂହା ବ୍ଲକ ସରଗାଡ ଅଞ୍ଚଳରେ ଘୁରି ବୁଲୁଛନ୍ତି। ଭୁତିଆରବାହାଲ ତାଙ୍କ ଘର କହୁଥିବା ବେଳେ ଏବେ ୟା ଠୁ, ତା ଠୁ ମାଗି ଖାଉଛନ୍ତି। ଲକଡାଉନ ସମୟରେ ନିରାଶ୍ରୟ ହୋଇଯାଇଥିବା ବେଳେ ବୃଦ୍ଧା ସମୟରେ ତାଙ୍କୁ ଘରୁ ତଡି ଯିବା ଯିବା ଘଟଣାକୁ ସ୍ୱେଚ୍ଛାସେବୀମାନେ ତୀବ୍ର ନିନ୍ଦା କରିଛନ୍ତି।

ବୃଦ୍ଧା ଦୁର୍ବସହ ଜୀବନ କଥା ଜାଣିବା ପରେ ସ୍ଥାନୀୟ ଅଞ୍ଚଳର ଯୁବକ ଜିତୁ ସାହୁ ସାମାଜିକ ଦାୟିତ୍ୱ ପୂର୍ବକ ସ୍ଥାନୀୟ ପ୍ରଶାସନ ତଥା ଜନ ପ୍ରତିନିଧିମାନଙ୍କୁ ଜଣାଇଥିଲେ। ଏପରିକି ସ୍ୱେଚ୍ଛାସେବୀମାନଙ୍କୁ ହାତ ବଢେଇବା ପାଇଁ ନିବେଦନ କରିଥିଲେ। ମାହେଶ୍ୱରୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚି ତାଙ୍କୁ ଏକ ଅଟୋ ରିକ୍ସାରେ ବଲାଙ୍ଗିରକୁ ଆଣିଥିଲେ। ସରକରଙ୍କ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମରେ ଛାଡି ଦେଇଥିବା ଜଣାପଡିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories