www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ୍‍-୧୯ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ : ଭୃଗୁ ବକ୍ସିପାତ୍ର

ଭୂବନେଶ୍ୱର : କୋଭିଡ୍‍-୧୯ ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସମୟରେ ଔଷଧ, ପିପିଇ କିଟ୍‍ ଆଦି ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାହିଁକି ବିଡିଓଙ୍କୁ ଅନୁରୋଧ କରିବେ ? ଏଭଳି ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ସମୟରେ ଆବଶ୍ୟକୀୟ ଔଷଧ, ପିପିଇ କିଟ୍‍ କାହିଁକି ଅଳ୍ପ ମାତ୍ରାରେ ଯୋଗାଇ ଦିଆଯାଉଛି ? କାହିଁକି ନିମ୍ନମାନର ଔଷଧ ଓ ପିପିଇ କିଟ୍‍ ଯୋଗାଇ ଦିଆଯାଉଛି ? ଏଥି ପାଇଁ କଣ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ନୁହନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି।
ଶ୍ରୀବକ୍ସିପାତ୍ର ଅଭିଯୋଗ କରି କହିଛନ୍ତି ଯେ, ଗତ କିଛି ଦିନ ହେଲାଣି ଗଂଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅକ୍ସିଜେନ ଅଭାବ କାରଣରୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି। ଗୋଟିଏ ଅକ୍ସିଜେନ ସିଲିଣ୍ଡରର ମୂଲ୍ୟ ପାଖା ପାଖି  ୧୦ ହଜାର ଟଙ୍କା ଏବଂ ୨-୩ ଦିନ ଚାଲିବା କଥା, ମାତ୍ର ୨-୩ ଘଂଟାରେ ଅକ୍ସିଜେନ ସିଲିଣ୍ଡର ସରିଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟଜନକ। ଆବଶ୍ୟକ ସମୟରେ ଅକ୍ସିଜେନ ସିଲିଣ୍ଡରର ଅଭାବ କାରଣରୁ ମୃତ୍ୟୁ ଘଟୁଛି ବୋଲି ମୃତକଙ୍କ ସଂପର୍କୀୟ ଅଭିଯୋଗ କରୁଛନ୍ତି। ରାତିରେ ଅକ୍ସିଜେନ ସରିଗଲେ, ଅଭାବ କିମ୍ବା ଅନ୍ୟ କୈାଣସି କାରଣରୁ ତା ପରଦିନ ସକାଳ ୧୦-୧୧ ଟା ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଇ ଦିଆଯାଇ ପାରୁନାହିଁ ବୋଲି ସାଧାରଣରେ ଅନୁଭବ ହେଉଛି ବୋଲି ଶ୍ରୀବକ୍ସିପାତ୍ର ଅଭିଯୋଗ କରିଛନ୍ତି।
ପରିଚାଳନା ତୃଟି କାରଣରୁ ଡାକ୍ତରଖାନାରେ ୨୪X୭ ଡାକ୍ତରୀସେବାର ଅଭାବ ପରିଲକ୍ଷିତହେଉଛି। ଜିଲ୍ଲାରେ କୋଭିଡ୍‍ ଚିକିତ୍ସା ପାଇଁ ମାତ୍ର ୩୦୦ଟି ବେଡ୍‍ ରହିଥିବାବେଳେ ଅକ୍ସିଜେନ ଅଭାବ ପରିଲକ୍ଷିତ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଶ୍ରୀବକ୍ସିପାତ୍ର ଅଭିଯୋଗ କରିଛନ୍ତି। ଅକ୍ସିଜେନ ସିଲିଣ୍ଡର ଯୋଗାଉ ଥିବା ସଂସ୍ଥା କିମ୍ବା ଭେଣ୍ଡରକୁ କାହିଁକି ରାଜ୍ୟ ସରକାରଏବଂ ପ୍ରଶାସନ ପ୍ରଶ୍ନ କରୁନାହାନ୍ତି ?
ସେହିପରି କୋଭିଡ୍‍ ଚିକିତ୍ସା ପାଇଁ ଯୋଗାଇ ଦିଆଯାଉଥିବା ପାରାସିଟାମୋଲ ଓ ଆଜିଥ୍ରୋମାଇସିନ ଟାବଲେଟ୍‍, ପିପିଇ କିଟ୍‍ ଅତ୍ୟନ୍ତ ନିମ୍ନମାନର ହୋଇଥିବା କାରଣରୁ ରୋଗୀଟି ପ୍ରକୃତ ଚିକିତ୍ସା ପାଇବାରୁ ବଂଚିତ ହେଉଛିଏବଂ କ୍ରମଶଃ ଆକ୍ରାନ୍ତର ସ୍ଥିତି ଜଟିଳ ହେବାରେ ଲାଗିଛି। ଏଭଳି ସମୟରେ ଅକ୍ସିଜେନ ମଧ୍ୟ ମିଳୁ ନାହିଁ। ରାଜ୍ୟ ସରକାରଙ୍କ ନିୟମାନୁଯାୟୀ କୋଭିଡ୍‍ ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ, ଟେଷ୍ଟିଂ ସାମଗ୍ରୀ ଆଦି ସ୍ଥାନୀୟ ବିଡିଓ ଡାକ୍ତରଙ୍କୁ ଯୋଗାଇ ଦିଅନ୍ତି। ଏପରିକି ଡାକ୍ତରଙ୍କ ଆବଶ୍ୟକୀୟ ମୁତାବକ ଔଷଧ, ଟେଷ୍ଟିଂ ସାମଗ୍ରୀ, ପିପିଇକିଟ୍‍ ଆଦି ବିଡିଓ ଯୋଗାଉ ନାହାନ୍ତି। ଆଜିକାର ଏଭଳି ସଂକଟ ସମୟରେ ବିଡିଓଙ୍କୁ କାହିଁକି ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀବକ୍ସିପାତ୍ର ପ୍ରଶ୍ନକରିଛନ୍ତି।
ରୋଗୀଟି ଥରେ ଆଇସୋଲେସନ କେନ୍ଦ୍ରକୁ ଗଲା ପରେ ତାଙ୍କର ସ୍ଥିତି ସଂପର୍କରେ କେହି ହେଲେ ଜାଣି ପାରୁ ନାହାନ୍ତି। ଏପରିକି ଆକ୍ରାନ୍ତଙ୍କ ପରିବାର ସଦସ୍ୟ ମଧ୍ୟ କିଛିଜାଣୁ ପାରୁ ନାହାନ୍ତି। ପରିବାର ସଦସ୍ୟ ପଚାରିଲେ ତାଙ୍କୁ ବିଭିନ୍ନ ଆଳ ଦେଖାଇ କିଛି କୁହାଯାଉ ନାହିଁ। ସମସ୍ତ କୋଭିଡେ ସେଂଟର ଓ ଡାକ୍ତରଖାନାରେ ସିସିଟିଭି ଲଗାଯାଉ ଏବଂ ଏମିତି କିଛି ଅଭିଯୋଗ ଆସିଲେ ସତ୍ୟାସତ୍ୟକୁ ପ୍ରଶାସନ ଓ ରାଜ୍ୟ ସରକାର ପ୍ରମାଣ କରନ୍ତୁ ନଚେତ୍‍ ବ୍ୟବସ୍ଥା ଉପରେ ସନ୍ଦେହ ଆହୁରି ଅଧିକ ଘନିଭୂତ ହେବ ବୋଲି ଶ୍ରୀବକ୍ସିପାତ୍ର କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories