www.samajalive.in
Monday, December 8, 2025
27.1 C
Bhubaneswar

ଶିଶୁ ଯତ୍ନ ଅନୁଷ୍ଠାନର ୪୧ ଜଣରୁ ୩୮ ଜଣ ମାଟ୍ରିକରେ କୃତକାର୍ଯ୍ୟ

ଭବାନୀପାଟଣା : ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ପରିଚାଳିତ କଳାହାଣ୍ଡି ଜିଲ୍ଲାର ୧୩ ଟି ଶିଶୁ ଯତ୍ନ ଅନୁଷ୍ଠାନର ୪୧ ଜଣ ଅନ୍ତେବାସୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିରୁ ଗୋଟିଏ ବି-୧ ଓ ଗୋଟିଏ ବି-୨ ଗ୍ରେଡ ସହିତ ସମୁଦାୟ ୩୮ ଜଣ ଅନ୍ତେବାସୀ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। କେସିଙ୍ଗା ସ୍ଥିତ ଏନ୍‍ଏସ୍‍ଏମ୍‍ ଶିଶୁଯତ୍ନ ଅନୁଷ୍ଠାନର ତନୁଜ ନାଏକ ୪୬୨ ନମ୍ବର ରଖି ୭୭ ପ୍ରତିଶତ ସହ ବି-୧ ଗ୍ରେଡରେ ଉର୍ତ୍ତୀର୍ଣ୍ଣ ହୋଇ ଶିଶୁ ଯତ୍ନ ଅନୁଷ୍ଠାନଗୁଡିକ ମଧ୍ୟରେ ଜିଲ୍ଲା ଟପ୍ପର ହୋଇଛନ୍ତି। ସେହିପରି ଭବାନୀପାଟଣା କଣ୍ଟାବାଞ୍ଜି ସ୍ଥିତ ବାଲଗୋପାଲ ସବୋ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ମଙ୍ଗଳ ନାଏକ ୬୦.୧୭ ପ୍ରତିଶତ ନମ୍ବର ରଖି ବି-୨ ଗ୍ରେଡ୍‍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନଗୁଡିକ ମଧ୍ୟରେ ନେହେରୁ ସେବା ସଂଘର ୮ ଜଣ, ବାଳଗୋପାଳ ସେବା ନିକେତନର ୮ ଜଣ, ଏନ୍‍ଏଲ୍‍ ପିଜିଏଫ୍‍ କେସିଙ୍ଗାର ୩ ଜଣ, ଉଏମ୍‍ଆଇ ଧର୍ମଗଡର ୪ ଜଣ, ଏନ୍‍ଏସ୍‍ଏମ୍‍ କେସିଙ୍ଗାର ୩ ଜଣ, ବୁରାଟର ଏଏଲ୍ଟିସି ୩ ଜଣ, ଗମ୍ଭାରିଗୁଡାର ଯଶୋଦା ଅନାଥ ଆଶ୍ରମ ୩ ଜଣ, ପଣ୍ଡକୁଳ ଡକ୍ଟର ବିଆର ଆମ୍ବେଦକର ଅନାଥ ଆଶ୍ରମର ୨ ଜଣ, ବନବାସୀ ସେବା ସମିତି ଡଙ୍ଗରୀଗୁଡାର ୪ ଜଣ ଅନ୍ତେବାସୀ ମାଟ୍ରିକ ପରୀକ୍ଷାରେ କୃତକାର୍ୟ୍ୟ ହୋଇଛନ୍ତି। ସେହିପରି ସିବିଏସ୍‍ଇ ଦଶମ ପରୀକ୍ଷାରେ ଯଶୋଦା ଅନାଥା ଆଶ୍ରମର ଜଣେ ଅନ୍ତେବାସୀ ୬୫.୨ ଶତକଡା ନମ୍ବର ରଖି ବି-୨ ଗ୍ରେଡରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ମାଟ୍ରିକରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଅନ୍ତେବାସୀଙ୍କୁ ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ରାଜେଶ ନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ପ୍ରମୁଖ ଅଭିନନ୍ଦନନ ଜଣାଇଛନ୍ତି।

- Advertisement -

ପ୍ରକାଶ ଯେ, ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ୩ ଟି ସ୍ଥାନରେ ଥିବା ଜିଲ୍ଲାର ଅନ୍ତେବାବସୀଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories