www.samajalive.in
Monday, December 8, 2025
16.1 C
Bhubaneswar

୫୦ କୋଟିରେ ନିର୍ମାଣ ହେବ କ୍ରିକେଟ ଏକାଡେମୀ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଆପେକ୍ସ କାଉନସିଲ ବୈଠକ ଶୁକ୍ରବାର ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନ୍ତର୍ଜାତୀୟସ୍ତରର କ୍ରିକେଟ ଏକାଡ଼େମୀ ନିର୍ମାଣ ନେଇ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ କ୍ରିକେଟ ଏକାଡ଼େମୀ କଟକ-ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ୨୦ରୁ ୪୦ ଏକର ଜମି ମଧ୍ୟରେ ନିର୍ମାଣ କରାଯିବ। ଏଥିରେ ୨ରୁ ୩ଟି କ୍ରିକେଟ ଅଭ୍ୟାସ ପଡ଼ିଆ ସହିତ ଅତ୍ୟାଧୁନିକ କ୍ରିକେଟ ପାଇଁ ଉପଲବ୍ଧ ସୁବିଧା ପ୍ରାକ୍ଟିସ୍‍ ୱିକେଟ, ମ୍ୟାଚ ଫିଲ୍ଡ,ସନ୍ତରଣାଗାର, ଷ୍ଟାଣ୍ଡ ପିଟ୍‍, ଜିମ୍ନାସିୟମ, ଡ୍ରେସିଂ ରୁମ୍‍, ଆବାସିକ କ​‌େ​‌ମ୍ପ୍ଲକ୍‌ସ ଆଦି ସୁବିଧା ଉପଲବ୍ଧ ହେବ। ଏଥିପାଇଁ ୫୦ କୋଟି ଟଙ୍କା ବଜେଟ ରଖାଯାଇଛି। ସେହିପରି ବାରବାଟୀ ଷ୍ଟାଡ଼ିୟମ ଭିତ୍ତିଭୂମିର ବିକାଶ ନେଇ ମଧ୍ୟ ଯୋଜନା କରାଯାଇଛି। ଷ୍ଟାଡ଼ିୟମର ୭ ନମ୍ବର ଗ୍ୟାଲେରୀ ନବୀକରଣ ସହ ସଚିନ ତେନ୍ଦୁଲକର ଇନ୍‍ଡୋର ହଲ୍‍, କ୍ଲବ ହାଉସ୍‍, ଓସିଏ ଏକାଡ଼େମୀ, ବାରବାଟୀ ଷ୍ଟାଡ଼ିୟମ ଗ୍ରାଉଣ୍ଡ ଆଦି ସମେତ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି।

ଏହାଛଡ଼ା ଓସିଏ ଅନୁବନ୍ଧିତ ୟୁନିଟ୍‍ ଗୁଡ଼ିକର କ୍ରିକେଟ ଭିତ୍ତିଭୂମିର ବିକାଶ ନେଇ ମଧ୍ୟ ଯୋଜନା କରାଯାଇଛି। ଏଥିପାଇଁ ଉକ୍ତ ୟୁନିଟ୍‍ ଗୁଡ଼ିକୁ ମଧ୍ୟ ଅବଗତ କରଯାଇଛି। କ୍ରିକେଟ ଭିତ୍ତିଭୂମି ବିକାଶ ସହ ପ୍ରଶିକ୍ଷକ, ତୃଣମୂଳସ୍ତରରୁ କ୍ରିକେଟର ବିକାଶ ସହିତ ଟର୍ଫ ୱିକେଟ ଗୁଡ଼ିକର ଉନ୍ନତୀକରଣ କରାଯିବା ନେଇ ବୈଠକରେ ପ୍ରସ୍ତାବ ଅନୁମୋଦିତ ହୋଇଛି। କ୍ରିକେଟର ବିକାଶ ନେଇ ଓସିଏ ଭିଜନ -୨୦୨୪ ଯୋଜନା ଆରମ୍ଭ କରିଛି। କରୋନା ମହାମାରୀ ପାଇଁ ଘରୋଇ କ୍ରିକେଟ ବାଧାପ୍ରାପ୍ତ ହୋଇଛି। ବିସିସିଆଇର ଗାଇଡ୍‍ଲାଇନ୍‍ ଅନୁଯାୟୀ ଘରୋଇ କ୍ରିକେଟ ଆୟୋଜନ କରାଯିବ। ବିସିସିଆଇ ଘରୋଇ କ୍ରିକେଟ ଆୟୋଜନ ନେଇ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ଏସ୍‍ଓପି ଆଧାରରେ କ୍ରିକେଟ କାର୍ୟ୍ୟକ୍ରମ ଆରମ୍ଭ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

- Advertisement -

ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧି, ପ୍ରଶିକ୍ଷକଙ୍କୁ ଉନ୍ନତ ପ୍ରଶିକ୍ଷଣ ସୁଯୋଗ ନେଇ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜିତ ହେବାକୁ ବୈଠକରେ ସ୍ଥିର ହୋଇଛି। ଆଇସିଏ ସଦସ୍ୟ ଅବକାଶ ଖଟୁଆଙ୍କ ପ୍ରସ୍ତାବ କ୍ରମେ ରାଜ୍ୟର ଅଗ୍ରଣୀ କ୍ରିକେଟରମାନଙ୍କୁ ପ୍ରଦାନ କରାଯାଉଥିବା ପେନସନକୁ ବୃଦ୍ଧି କରାଯାଇଛି। ୨୫ଟିରୁ କମ୍‍ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ଖେଳାଳିଙ୍କୁ ଏହି ପେନସନ ବୃଦ୍ଧିରେ ସାମିଲ କରାଯାଇଛି। ୧ରୁ ୪ଟି ମ୍ୟାଚ ଖେଳିଥିବା ୪୩ଜଣ କ୍ର୍ରିକେଟର ପୂର୍ବରୁ ୧୫୦୦ ଟଙ୍କା ପାଉଥିବାବେଳେ ୨୫୦୦କୁ, ୫ରୁ ୧୪ଟି ମ୍ୟାଚ ଖେଳିଥିବା ୨୭ଜଣ କ୍ରିକେଟର ପୂର୍ବରୁ ୩୦୦୦ ଟଙ୍କା ପାଉଥିବାବେଳେ ଏହାକୁ ୪୫୦୦ ଟଙ୍କାକୁ, ୧୫ରୁ ୨୪ଟି ମ୍ୟାଚ ଖେଳିଥିବା ୧୫ଜଣ କ୍ରିକେଟର୍‌ ପୂର୍ବରୁ ୫୦୦୦ ଟଙ୍କା ପେନସନ ପାଉଥିବା ବେଳେ ଏହାକୁ ୭୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଉକ୍ତ ପେନସନ ବୃଦ୍ଧି ୨୦୨୦-୨୧ ବର୍ଷରୁ ପ୍ରଦାନ କରାଯିବ ବୋଲି ଶନିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓସିଏ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଆପେକ୍ସ କାଉନ୍‌ସିଲ ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା,ଉପ ସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହେତାବ୍‍ ଖାନ,କୋଷାଧ୍ୟକ୍ଷ ବିକାଶ ପ୍ରଧାନ,ଆପେକ୍ସ କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି,ସିଏଜି ଓଡ଼ିଶା ମନୋନୟନ ସଦସ୍ୟ ଦୀପକ ରଘୁ, ଆଇସିଏ ମନୋନୀତ ସଦସ୍ୟ (ପୁରୁଷ)ଅବକାଶ ଖଟୁଆ, ରଶ୍ମିତା ମହାନ୍ତି(ମହିଳା), ଓସିଏ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories