www.samajalive.in
Monday, December 8, 2025
20.1 C
Bhubaneswar

ବିକାଶ ମଞ୍ଚ ପକ୍ଷରୁ ମାଟ୍ରିକ ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଆଠଗଡ: ଓଡିଶା ମାଧ୍ୟମିକ ବୋର୍ଡ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାର ବ୍ଲକ ଟପ୍ପର ହୋଇଥିବା ଖୁଣ୍ଟକଟା ଗୋପବନ୍ଧୁ ବାଳିକା ହାଇସ୍କୁଲର ଛାତ୍ରୀଙ୍କୁ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଆଠଗଡ ବ୍ଲକରେ ସର୍ବାଧିକ ୫୫୪ ନମ୍ବର ରଖି ଟପ୍ପର ହୋଇଥିବା ରାଧାଦର୍ଶନପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନବକିଶୋର ଦାଶଙ୍କ ନାତୁଣୀ ତଥା ଆଇନଜୀବୀ ସୁରେନ୍ଦ୍ର କୁମାର ଦାଶଙ୍କ ଝିଅ ଶୁଭଲକ୍ଷ୍ମୀ ଦାଶଙ୍କୁ ବିକାଶମଞ୍ଚର ସଭାପତି ମାନସ ବସ୍ତିଆ ଶନିବାର ଭେଟିବା ସଙ୍ଗେ ସଙ୍ଗେ ପୁଷ୍ପଗୁଚ୍ଛ ଓ କଲମ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସଭାପତି ବସ୍ତିଆ ତାଙ୍କ ସହ କଥାବାର୍ତ୍ତା ସମୟରେ ସେ ଭବିଷ୍ୟତରେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଥିବା ଶୁଭଲକ୍ଷ୍ମୀ ପ୍ରକାଶ କରିବା ପରେ ତାଙ୍କ ସଫଳତା ଓ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories