www.samajalive.in
Monday, December 8, 2025
27.1 C
Bhubaneswar

ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ନାମରେ ଏତଲା ଦେଲା ବିଜେପିି

କଳାପଥର(ବାଙ୍କୀ) : ବାଙ୍କୀ ନିକଟସ୍ଥ ଜାତମୁଣ୍ଡିଆ ନିକଟରେ ଏକ ପେଟ୍ରୋଲ ପମ୍ପ ଉଦ୍‍ଘାଟନ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇଥିବା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ  ଅଡୁଆରେ ପଡିଛନ୍ତି। କୋଭିଡ୍‍ କଟକଣା ଉଲଂଘନ କରିଥିବା ଅଭିଯୋଗରେ ତାଙ୍କ ନାମରେ ସ୍ଥାନୀୟ ଥାନାରେ ବିଜେପି ପକ୍ଷରୁ ଏତଲା ଦିଆଯାଇଛି ।

ଶୁକ୍ରବାର ଜାତମୁଣ୍ଡିଆଠାରେ ବାଙ୍କୀର ଜଣେ ବିଜେଡି ନେତାଙ୍କ ପେଟ୍ରୋଲ ପମ୍ପ ଉଦ୍‍ଘାଟନ କରାଯାଇଥିଲା। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ସେଠାରେ ବହୁ ବ୍ୟକ୍ତିଙ୍କ ସମାଗମ ହୋଇଥିଲା ।  ଏକତ୍ରିତ ହୋଇଥିବା ବହୁ ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ମୁହଁରେ ମାସ୍କ ନଥିବାବେଳେ ମାତ୍ର କେତେକ ଲୋକ ପରିଧାନ କରିଥିଲେ। ନିୟମତଃ କୋଭିଡ୍‍ କଟକଣା ଦୃଷ୍ଟିରୁ କୈାଣସି ସ୍ଥାନରେ ଏକାଧିକ ଲୋକଙ୍କ ସମାଗମ ଉପରେ ସରକାର କଟକଣା ଜାରି କରିଛନ୍ତି। ଏପରିକି ବିବାହ, ବ୍ରତଘର, ଦଶାହ ଆଦି କାଯ୍ୟକ୍ରମରେ ଅତି ବେଶୀରେ ୨୦ରୁ ୫୦ ଜଣଙ୍କ ମଧ୍ୟରେ କାର୍ଯ୍ୟ ସମାପନ କରାଯିବାକୁ ନିର୍ଦେଶ ରହିଛି। ନିକଟରେ ବୈଦ୍ୟେଶ୍ୱର ନିକଟସ୍ଥ ପୋଡାପାଟଣା ଗ୍ରାମରେ ଏମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ସମାଗମ ହୋଇଥିବାନେଇ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ପୁଲିସ୍‍ ପକ୍ଷରୁ ନିଜଆଡୁ ମାମଲା ରୁଜୁ କରିବା ସହିତ ୬୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। କିନ୍ତୁ ଶୁକ୍ରବାର ଜାତମୁଣ୍ଡିଆ ପେଟ୍ରୋଲ ପମ୍ପ ଉଦ୍‍ଘାଟନ ସମୟରେ କିପରି ଭାବରେ ସରକାରୀ ନିତି ନିୟମକୁ ଅଣଦେଖା କରାଗଲା ଏବଂ ଜଣେ ବର୍ଷିଆନ ରାଜନେତା ନିୟମ ଉଲଂଘନ କରି ଦଳୀୟ କର୍ମୀଙ୍କୁ ସାଙ୍ଗରେ ଧରି ଏହାର ଉଦ୍‍ଘାଟନୀ କଲେ ତାହା ଏଠାରେ ଆଲୋଚନାର ବିଷୟ ହୋଇଛି। ଜଣେ ସାଧାରଣ ଲୋକ ମୁହଁରେ ମାସ୍କ ନପିନ୍ଧିଲେ ତାକୁ ଜୋରିମନା ଦେବାକୁ ପଡୁଥିବାବେଳେ ଜାତମୁଣ୍ଡିଆ ଠାରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଶାସନ ଅଧିକାରୀମାନେ କିପରି ଜାଣିପାରିଲେ ନାହିଁ ବୋଲି ବିଜେପି ନେତାମାନେପ୍ରଶ୍ନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories