www.samajalive.in
Monday, December 8, 2025
27.1 C
Bhubaneswar

ଶୁଭାରମ୍ଭ ହେଲା ‘ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ’ ୨୦୨୦-୨୧

ନୂଆଦିଲ୍ଲୀ :  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଶନିବାର ‘ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ’ ୨୦୨୦-୨୧ ର ଶୁଭାରମ୍ଭ କରିଛନ୍ତି। ଷଷ୍ଠରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମନରେ ବିଜ୍ଞାନ ପ୍ରତି ଜିଜ୍ଞାସା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ଦେଶର ଯେଉଁ ଛାତ୍ରଛାତ୍ରୀମାନଙ୍କର ବିଜ୍ଞାନ ପ୍ରତି ଆଗ୍ରହ ରହିଛି ସେମାନଙ୍କୁ ଚିହ୍ନଟ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ ୨୦୨୦କୁ ଶୁଭାରମ୍ଭ କରିବା ଅବସରରେ ଉଦ୍‍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ବିଜ୍ଞାନ ପ୍ରତି ଆଗ୍ରହ ଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଖୋଜି ବାହାର କରିବା ଲାଗି ଏହା ଏକ
ମଞ୍ଚ ଓ ଏହା ସେମାନଙ୍କର ମନରେ ବିଜ୍ଞାନ ପ୍ରତି ଆହୁରି ଅଧିକ ଆଗ୍ରହ ଜନ୍ମାଇବ। ସେ କହିଛନ୍ତି, ଏକ ନୂଆ ଭାରତର ସୃଷ୍ଟି ପାଇଁ ଛାତ୍ରଛାତ୍ରୀମାନେ ସହାୟତା କରିପାରିବେ ଓ ଏହି ମଞ୍ଚ ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରିବ। ନୂଆ ଜାତୀୟ ଶିକ୍ଷାନୀତିର ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷାନୀତି ପ୍ରଣୟନ କରାଯାଇଛି ଓ ଏହା ଭାରତକୁ ବିଶ୍ୱରେ ଜ୍ଞାନର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories