ବଲାଙ୍ଗିର: ବିପଦ ସଙ୍କୁଳ ଅବସ୍ଥାରେ ଡେମପଡା ଡ୍ୟାମ୍। ଏ ନେଇ ଏଠିକାର ଲୋକେ ଆଶଙ୍କା ପ୍ରକାଶ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଗତବର୍ଷ ବନ୍ୟାରେ ଡ୍ୟାମ୍ ଭିତରେ ନିର୍ମାଣ ହୋଇଥିବା ଚେକ ଡ୍ୟାମ୍ ଭୁଷୁଡି ପଡିଥିବା ବେଳେ ଏଥର କିନ୍ତୁ ମୁଖ୍ୟ ଡ୍ୟାମର ସ୍ଥିତି ଅଲଗା ରହିଛି। ଡ୍ୟାମର ଯେଉଁ କଂକ୍ରିଟ ରହିଛି ତାର ଅଂଶ ଗୁଡିକ ନଷ୍ଟ ହେଉଥିବା ବେଳେ ଛଡ ଗୁଡିକ ବାହାରି ପଡିଲାଣି। ଏପରିକି ଉପର ସ୍ତର ନଷ୍ଟ ହୋଇଗଲାଣି। ଡ୍ୟାମକୁ ପ୍ରତ୍ୟେହ ଗାଧୋଇବାକୁ ଆସୁଥିବା ଲୋକେ ଏଠାରୁ ଅନ୍ୟ ସ୍ଥାନରେ ଗାଧୋଉଥିବା ଦେଖାଦେଇଛି। ଏପରିକି ଏହି ଡ୍ୟାମରେ ପର୍ୟ୍ୟାପ୍ତ ପରିମାଣରେ ପାଣି ଥିବା ବେଳେ ବଡ ଧରଣର ବର୍ଷା ହେଲେ ଏଭଳି ବିପଦକୁ ଏଡାଇ ଦିଆଯାଇ ନ ପାରେ ବୋଲି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ମତପ୍ରକାଶ ପାଉଛି। ଏ ନେଇ ବିଭାଗ ପକ୍ଷରୁ ଯଥାଶୀଘ୍ର ଆବଶ୍ୟକୀୟ ମରାମତି କରିବାକୁ ଦାବି ହୋଇଛି।
Popular Categories



