www.samajalive.in
Thursday, December 11, 2025
27.1 C
Bhubaneswar

ବୌଦ୍ଧରେ ୯ ପଜିଟିଭ ଚିହ୍ନଟ: କଣ୍ଟେନ୍‍ମେଣ୍ଟ ଜୋନ୍‍ ଘୋଷଣା ହେଲା  ଜହ୍ନାପଙ୍କ ଓ ବଲାସିଙ୍ଗା

ବୌଦ୍ଧ: ସଟଡାଉନ୍‍ ପାଇଁ  ଗତ ୪ ଦିନହେଲା  ବୌଦ୍ଧ ଜିଲ୍ଲାରେ ଲୋକଙ୍କ ଜୀବନଯାତ୍ରା କଷ୍ଟକର ହୋଇପଡିଛି । ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ମୁତାବକ ଆଜି ବୌଦ୍ଧ ଜିଲ୍ଳାରେ ପୁଣି ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ବୌଦ୍ଧ ବ୍ଲକର ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କମଳପୁର ଗ୍ରାମରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୁଣ୍ଟବନ୍ଧ ପଞ୍ଚାୟତର ଜହ୍ନାପଙ୍କ ଗ୍ରାମରୁ ୪ ଜଣ ପଜିଟିଭ ଓ ବଢିଗାଁ ପଞ୍ଚାୟତର ବଲାସିଙ୍ଗା ଗ୍ରାମରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ହରଭଙ୍ଗା ବ୍ଲକର ଧଳପୁର ଅଞ୍ଚଳରୁ ଆଉଜଣେ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହି ସବୁ ଅଞ୍ଚଳକୁ ସଂପୃକ୍ତ ସରପଞ୍ଚମାନେ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିବା ସହିତ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ବଲାସିଙ୍ଗାରୁ ଚିହ୍ନଟ ହୋଇଥିବା ୩ ଜଣ ପଜିଟିଭ ଗଂଜାମ ଲିଙ୍କ ରହିଥିବାବେଳେ ଅନ୍ୟ ସମସ୍ତ ବ୍ୟକ୍ତି ପୂର୍ବରୁ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି କଣ୍ଟାକ୍ଟ ଟ୍ରେସିଂ ହେଲା ପରେ ଗୃହ ସଙ୍ଗରୋଧରେ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀ ଡ. ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି । ତେବେ ନୂତନ ୯ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ପଜିଟିଭ ସଂଖ୍ୟା ୧୪୭ରେ ପହଞ୍ଚିଛି। ତେବେ ବୌଦ୍ଧରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ସୁସ୍ଥ ଥିବାବେଳେ ଦିନେ ଦୁଇଦିନ ମଧ୍ୟରେ ଅନେକ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଜଣାପଡିଛି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories