www.samajalive.in
Tuesday, December 9, 2025
16.1 C
Bhubaneswar

ମହାଙ୍ଗା ପଡିଲା ପୁଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ, ଗିରଫ ହେଲେ ୨ ଡାକ୍ତରଙ୍କ ସମେତ ୮ ଅଭିଯୁକ୍ତ

କେନ୍ଦ୍ରାପଡା : ପୁଲିସ ଓ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଡାକ୍ତରଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି । ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡା ସହରରେ । କେନ୍ଦ୍ରାପଡ଼ା ସହରରେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଘରୋଇ ନର୍ସିଂହୋମର ଦୁଇ ଜଣ ଡାକ୍ତର । ସେମାନଙ୍କ ସହ ଅନ୍ୟ ୬ ଜଣଙ୍କୁ ବି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ ସୂଚନା ଅନୁସାରେ ଜଣେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ଖବର ପାଇ ଏକ ନିର୍ଦ୍ଦିଷ୍ଟ ଓ୍ବେଵ ପୋର୍ଟାଲ୍‌ରେ କାର୍ଯ୍ୟରତ ସାମ୍ବାଦିକ ଗତକାଲି ରାତି ପ୍ରାୟ ୯ଟା ବେଳେ ଖବର ସ˚ଗ୍ରହ ପାଇଁ କେନ୍ଦ୍ରାପଡ଼ା ସହରରେ ଥିବା ଦୁର୍ଗା ନର୍ସି˚ହୋମ୍‌କୁ ଯାଇଥିଲେ। ସେଠାରେ ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରୁଥିବା ବେଳେ ନର୍ସି˚ହୋମ୍‌ ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ପୁଅ ଡାକ୍ତର ଦେବାଶିଷ ଓ ଡାକ୍ତର ଶିବାଶିଷ ହଠାତ୍‌ ଆସି ଗାଳିଗୁଲଜ୍‌ କରିବା ସହ ମାଡ଼ ମାରିଥିଲେ। ଏପରିକି ସାମ୍ବାଦିକଙ୍କ ବାଇକ୍‌ ଓ ମୋବାଇଲ୍‌ ଛଡ଼ାଇ ରଖି ଦେଇଥିଲେ। ଏହି ସମୟରେ ନର୍ସି˚ହୋମ୍‌ ଆଗରେ ଭିଡ଼ ହୋଇଥିବା ଦେଖି ସେହି ବାଟ ଦେଇ ଯାଉଥିବା ଜଣେ ପ୍ରଶାସନିକ ଅଧିକାରୀ ପୁଲିସକୁ ଖବର ଦେଇଥିଲେ।

- Advertisement -

ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଘଟଣାସମ୍ପର୍କକରେ ପଚରାଉଚୁରା କରିବା ସହ ସାମ୍ବଦିକଙ୍କ ମୋବାଇଲ ଓ ବାଇକ ଫେରାଇବା ପାଇଁ ନର୍ସି˚ହୋମ୍‌ ମାଲିକଙ୍କ ଦୁଇ ପୁଅଙ୍କୁ କହିଥିଲେ । କିନ୍ତୁ ନର୍ସି˚ହୋମ୍‌ ମାଲିକଙ୍କ ଦୁଇ ପୁଅ ଦେବାଶିଷ ଓ ଶିବାଶିଷ ସାମ୍ବଦିକଙ୍କ ମୋବାଇଲ ଓ ବାଇକ ଫେରାଇବା ପାଇଁ ମନା କରିଥିଲେ । ପରେ ପୁଲିସ ନର୍ସି˚ହୋମରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପାଇଁ କହିଥିଲେ । ପୁଲିସ କହିଥିଲେ କି ସିସିଟିଭି ଯାଞ୍ଚ ପରେ ପକୃତ ସତ୍ୟ ଜଣାପଡିବ । କିନ୍ତୁ ନର୍ସି˚ହୋମ୍‌  ମାଲିକଙ୍କ ଦୁଇ ପୁଅ ଦେବାଶିଷ ଓ ଶିବାଶିଷ ପୁଲିସକୁ ସିସିଟିଭି ଯାଞ୍ଚ କରିବାକୁ ନଦେଇ ଠେଲାପେଲା କରିବା ସହ ଗାଳି ଗୁଲଜ କରିଥିଲେ ।

ଏହି ଘଟଣା ପରେ ସାମ୍ବାଦିକ ଜଣଙ୍କ ଏନେଇ ଥାନାରେ ଏତଲା ଦାୟର କରିଥିଲେ । ପୁଲିସ ତାଙ୍କ ଅଭିଯୋଗ ଅନୁଯାୟୀ ଦୁର୍ଗା ନର୍ସି˚ହୋମ୍ ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ପୁଅ ଡାକ୍ତର ଦେବାଶିଷ ଓ ଡାକ୍ତର ଶିବାଶିଷଙ୍କୁ ଗିରଫ କରିଛି । ଏଥି ସହ ପୁଲିସ ଉକ୍ତ ଘଟଣାରେ ଡାକ୍ତର ଦେବାଶିଷ ଓ ଡାକ୍ତର ଶିବାଶିଷଙ୍କୁ ସହଯୋଗ କରୁଥିବା ୬ ଜଣ ସାଥୀଙ୍କୁ ମଧ୍ୟ ଗିରଫ କରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories