www.samajalive.in
Monday, December 8, 2025
20.1 C
Bhubaneswar

ବଡ଼ମ୍ବାରେ ରାପିଡ୍‍ ଆଣ୍ଟିଜେନ ଟେଷ୍ଟ୍‍ ଆରମ୍ଭ

ବଡ଼ମ୍ବା: କଟକ ଜିଲା ବଡ଼ମ୍ବା ବ୍ଲକରେ ଶୁକ୍ରବାର ପ୍ରଥମକରି ୭୬ଜଣଙ୍କର କୋଭିଡ ଭୂତାଣୁ ପରୀକ୍ଷାଲାଗି ଆଣ୍ଟିଜେନ ଟେଷ୍ଟ୍‍ କରାଯାଇଛି। ସ୍ୱାସ୍ଥ୍ୟବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁଯାଇ ସ୍ଥାନୀୟ ମୋହନ ସୁବୁଦ୍ଧି ହାଇସ୍କୁଲସ୍ଥିତ ଟିଏମସି କେନ୍ଦ୍ରରେ ଅନୁଷ୍ଠିତ ଏହି ଶିବିରରେ ୩୫ଜଣ ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀ ଏବଂ ୪୧ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଆଣ୍ଟିଜେନ ଟେଷ୍ଟଲାଗି ନାକରୁ ସ୍ୱାବ୍‍ ସଂଗ୍ରହ କରାଯାଇଥିଲା। ଶିବିର ପରିଚାଳନା କରୁଥିବା ଡାକ୍ତର ବିଶ୍ୱନାଥ ଆଢେକଙ୍କ ସୂଚନାନୁଯାଇ ସାଧାରଣ ସ୍ୱାବ୍‍ ପରୀକ୍ଷା ଅପେକ୍ଷା ଆଣ୍ଟିଜେନ ପରୀକ୍ଷାରେ ଅପେକ୍ଷାକୃତ ଶିଘ୍ର(ରାପିଡ) ରିପୋର୍ଟ ମିଳିପାରିବ ବୋଲି ଟେକନିସିଆନଙ୍କ ଠାରୁ ପ୍ରକାଶ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାଣିଆବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ଉଦୟଜ୍ୟୋତି ମଲ୍ଲିକଙ୍କ ସମେତ ସହଯୋଗି ଡାକ୍ତର,ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ। ବିପିଏମ ରଶ୍ମିରଞ୍ଜନ ସ୍ୱାଇଁ ଏହି ଶିବିର ସଂଯୋଜନା କରିଥିଲେ। ତେବେ ପ୍ରାପ୍ତ ସୂଚନା ମୁତାବକ ସ୍ୱାବ୍‍ ସଂଗ୍ରହ ହେବାର ପ୍ରାୟ କିଛି ସମୟ ମଧ୍ୟରେ ଯଦିଓ ପଜିଟିଭ କେଶ ଜାଣି ହେଉଛି,ତେବେ ଆନୁଷ୍ଠାନିକ ଭାବେ ବିଧିବଦ୍ଧ ଘୋଷଣା କାରଣରୁ ଏହାକୁ ତୁରନ୍ତ ପ୍ରକାଶ କରାଯାଉନଥିବା ଅସମର୍ଥିତ ସୂତ୍ରରୁ ଜଣାଯାଇଛି। ଅପରପକ୍ଷରେ ପରୀକ୍ଷା କେନ୍ଦ୍ରରେ ତତ୍କାଳ ରିପୋର୍ଟ ପ୍ରକାଶ କରାଗଲେ ହୁଏତ ଆକ୍ରାନ୍ତଙ୍କ ତୁରନ୍ତ ଚିକିତ୍ସା,ସଂକ୍ରମିତଙ୍କ ସଂଷ୍ପର୍ଷରେ ଆସିଥିବା ବ୍ୟକ୍ତି ଚିହ୍ନଟ ସହିତ ଅଞ୍ଚଳର ସୁରକ୍ଷା ଜନିତ ପଦକ୍ଷେପ ନେବା ଦିଗରେ ଶିଘ୍ର କିଛି ପ୍ରଶାସନିକ ପଦକ୍ଷେପ ନିଆଯାଇପାରିବ ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories