www.samajalive.in
Sunday, December 7, 2025
15.1 C
Bhubaneswar

ଲୋଇସିଂହା ବ୍ଳକର ୧୦ ଜଣ ସ୍ୱେଚ୍ଛାକୃତ ପ୍ଳାଜମା ଦାନ ପାଇଁ ରାଜି

ଲୋଇସିଂହା/ଲାଠୋର: ରାଜ୍ୟରେ ପ୍ଳାଜ୍‍ମାଥେରାପି ଚିକିତ୍ସା ଦ୍ୱାରା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସଫଳ ହେବା ପରେ ସ୍ୱେଚ୍ଛାକୃତ ଭାବରେ ପ୍ଳାଜମା ଦାନ ପାଇଁ ଲୋଇସିଂହା ବ୍ଳକ ଅଞ୍ଚଳରେ ଉଦ୍ୟମ ଆରମ୍ଭ ହୋଇଛି। ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା ବୁର୍ଡା, ବାଞ୍ଜିପାଲି, ବୁଢୀପଦର, ତେତେଲଖୁଣ୍ଟି, କୁଟେନପାଲି, ଗଡ ଶଙ୍କର ଡୁଙ୍ଗରିପାଲି ଆଦି ଗ୍ରାମଞ୍ଚଳରେ ସମ୍ପର୍କ କରି ସୁସ୍ଥ ହୋଇ ଫେରିଥିବା ୧୦ ଜଣଙ୍କୁ ସ୍ୱେଚ୍ଛାକୃତ ଭାବରେ ପ୍ଳାଜମା ଦାନ ପାଇଁ ସଚେତନ କରାଇଥିବା ସୂଚନା ମିଳିଛି।

ଦିନକୁ ଦିନ କରୋନା ରାଜ୍ୟରେ କାୟା ବିସ୍ତାର କରି ପରିସ୍ଥିତି ଉଦବେଗ ଜନକ ରହିଛି। ଏକ ପରୀକ୍ଷଣରୁ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ଳାଜମାରେ ଅନ୍ୟ କରୋନା ରୋଗୀଙ୍କୁ ସୁସ୍ଥ କରାଯାଇ ପାରିବ ଜଣାପଡିବା ପରେ ରାଜ୍ୟରେ ପ୍ଳାଜମାଥେରାପି ଚିକିତ୍ସା ଆରମ୍ଭ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ କରୋନାର ସୁସ୍ଥ ହେଉଥିବା ରୋଗୀଙ୍କ ଠାରୁ ପ୍ଳାଜ୍‍ମା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଗତ ତା.୩୦/୭/୨୦ ଦିନ ପାଟଣାଗଡ ବିଧାୟକ ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ସାନଗୁର୍ଜିଭଟା ଗ୍ରାମର ଏକ ଦାଦନ ପରିବାରଙ୍କ ଘରକୁ ପହଞ୍ଚି କରୋନାରୁ ସୁସ୍ଥ ହୋଇ ଫେରିଥିବା ମହିଳାଙ୍କୁ ଭେଟିଥିଲେ। ସଂପୃକ୍ତ ପରିବାର ବର୍ଗ ଗତ ୨୦୧୯ରେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ ସେମାନେ ତା.୨୩/୫/୨୦୨୦ରେ କରୁଆଁଝର ଟିଏମସିକୁ ପହଞ୍ଚି ସଂଘରୋଧରେ ରହିଥିଲେ। ସମୟ ଶେଷ ପରେ ନିଜ ଘରକୁ ଫେରି ପରୀକ୍ଷା କରାଇବାରୁ ପରିବାରର ଗର୍ଭବତୀ ମହିଳାଙ୍କର କରୋନା ପୋଜିଟିଭ ଚିହ୍ନଟ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବଲାଙ୍ଗିର କୋଭିଡ ହସପିଟାଲକୁ ନେଇ ଚିକିତ୍ସା କରିଥିଲେ। ସୁସ୍ଥ ହେବା ପରେ ଘରକୁ ଆସିଥିଲେ। ସରକାରୀ ନିର୍ଦ୍ଦେଶ ଅନୁସାରେ ବିଧାୟକ ମହିଳାଙ୍କୁ ପ୍ଳାଜମା ଦାନ ପାଇଁ ବୁଝାଇଥିଲେ। ମୋର ପ୍ଳାଜମା ଦାନ ଯୋଗୁଁ ଅନ୍ୟ କରୋନା ରୋଗୀ ଯଦି ସୁସ୍ଥ ହୋଇ ପାରିବେ ତାହେଲେ ପ୍ଳାଜମା ଦାନ ପାଇଁ ପ୍ରସ୍ତୁତ ଅଛି ବୋଲି ମହିଳା ଜଣକ କହିଥିଲେ। ନିଜର ପାରିବାରିକ ସ୍ଥିତି ଉପରେ ବିଧାୟକଙ୍କୁ ଗୁହାରି କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ମହିଳା ଜଣକ ଅନୁରୋଧ କରିବାରୁ ବିଧାୟକ ଘର ଖଣ୍ଡିଏ ସହ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣେଶରାମ ଭୋଇ, ଦଳିୟ କର୍ମୀ ନରେନ୍ଦ୍ର ଭୋଇ, ପଞ୍ଚୁଦେବ ସାହୁ, କରୁଆଁଝର ପଞ୍ଚାୟତ ସଭାପତି କାମାକ୍ଷାପ୍ରସାଦସିଂ ଭୋଇଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories