www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଭିଡିଓ କନଫରେନ୍ସି ଜରିଆରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ବର : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି, ସମସ୍ତ ଜିଲା ଆରକ୍ଷୀ ଅଧୀକ୍ଷକ, ଭୁବନେଶ୍ୱର ଓ କଟକ ଡ.ସି.ପି ଏବଂ କଟକ/ରାଉରକେଲା ରେଳବାଇ ଆରକ୍ଷୀ ଅଧ୍ୟକ୍ଷକଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୁଡିକର ସମୀକ୍ଷା କରିଛନ୍ତି ।

ଜଣେ ପୁଲିସ କର୍ମଚାରୀ ବା ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ପରେ କି କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଦ୍ବିତୀୟରେ ସାମ୍ପ୍ରତିକ ପରିସ୍ଥିତିରେ ଅଭିଯୁକ୍ତଙ୍କ ଗିରଫ, ରିମାଣ୍ଡ ଓ ହାଜତ ପାଇଁ ଆଚରଣ ବ୍ୟବସ୍ଥା କିପରି କରାଯାବି ସେ ନେଇ ସମୀକ୍ଷା କରାଯାଇଥିଲା ।

- Advertisement -

ଉକ୍ତ ସମୀକ୍ଷାରେ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ପ୍ରସଙ୍ଗ। ନିଶାଦ୍ରବ୍ୟ ଚୋରାଚାଲାଣ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ । ଜିଲା ମାନଙ୍କ ଦ୍ଵାରା  Goverment e market । ପୁଲିସ ପଦକ ପାଇଁ ମନୋନୟନ । ପୁଲିସ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ବର୍ତ୍ତମାନ ସ୍ଥିତି । ପୁଲିସ କର୍ମାଚାରୀଙ୍କ ପାଇଁ ପୁଲିସ ଦ୍ବାରା ପରିଚାଳିତ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମ । କର୍ମାଚାରୀଙ୍କ ବ୍ୟକ୍ତିଗତ ଅଭାବ ଅସୁବିଧା ବିଷୟରେ ସମୀକ୍ଷା କରାଯାଇଥିଲା।

ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ), ପୁଲିସ କମିଶନର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଓ ଆଇ.ଜି ଭିଡିଓ କନଫରେନ୍ସି ଜରିଆରେ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories