www.samajalive.in
Monday, December 8, 2025
27.1 C
Bhubaneswar

ଟେଲିଫୋନରେ ଅଭିଯୋଗ ଶୁଣିବେ ପୁଲିସ

ଭୁବନେଶ୍ୱର : କୋଭିଡ୍‍-୧୯ ମହାମାରୀକୁ ଦୃଷ୍ଟିରେ ରଖି ନିରାପଦରେ ରହି ପୁଲିସ ଅଧିକାରୀମାନେ କିଭଳି ଜନସାଧାରଣଙ୍କର ସେବା କରିବା ସହିତ ସେମାନଙ୍କ ସମସ୍ୟା ସମାଧାନ କରିପାରିବେ ସେନେଇ ପୁଲିସ ମୁଖ୍ୟାଳୟରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସେଥିରେ ଟେଲିଫୋନ୍‍ ମାଧ୍ୟମରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତି ଜିଲା ପୁଲିସ ମୁଖ୍ୟାଳୟରେ ଏକ କଣ୍ଟ୍ରୋଲ୍‍ରୁମ୍‍ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ପାଇଁ କାର୍ଯ୍ୟ କରିବ। ଜନସାଧାରଣଙ୍କ ଅଭିଯୋଗ ପରିମାଣ ବୃଦ୍ଧି ପାଇଲେ ଏହାକୁ ଦୃଷ୍ଟିକୁ ନେଇ ଟେଲିଫୋନ୍‍ ଲାଇନ୍‍ର ସଂଖ୍ୟା ବୃଦ୍ଧି କରାଯାଉ। ଏସବୁକୁ ସାମାଜିକ ଗଣମାଧ୍ୟମ ଟୁଇଟର, ହ୍ୱାଟସ୍‍ଆପ୍‍ ଓ ଫେସ୍‍ବୁକ୍‍ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଉ। ସେହିପରି ପ୍ରତି ଥାନା ନିଜର ଟେଲିଫୋନ୍‍ ନମ୍ବର, ସିୟୁଜି ନମ୍ବର ଓ ଇ-ମେଲ୍‍କୁ ମଧ୍ୟ ଥାନା ଗେଟ୍‍ ନିକଟରେ ଲଗାଇବା ସହିତ ଏସବୁକୁ ଟୁଇଟର ଓ ଫେସ୍‍ବୁକ୍‍ ଆଦିରେ ଜନସାଧାରଣଙ୍କୁ ଜଣାଇ ଦିଆଯାଉ। ଯୋଗାଯୋଗ ପାଇଁ ଦିଆଯାଇଥିବା ଟେଲିଫୋନ୍‍ ନମ୍ବର ଯେପରି କାର୍ଯ୍ୟ କରୁଥିବ। ଜିଲା ଏସ୍‍ପି ଓ ଡିସିପିମାନେ ଏସବୁ ଟେଲିଫୋନ୍‍ ମାଧ୍ୟମରେ ଅଭିଯୋଗ ଶୁଣାଣି ଯେପରି ଥାନା ଓ ଜିଲାସ୍ତରୀୟ କଣ୍ଟ୍ରୋଲ୍‍ରୁମ୍‍ ମାଧ୍ୟମରେ ସମାଧାନ ହେଉଛି ତାହାର ନିୟମିତ ସମୀକ୍ଷା କରିବେ। ଘଥାନାକୁ ଜରୁରୀ କାର୍ଯ୍ୟପାଇଁ ଆସୁଥିବା ନାଗରିକଙ୍କ ସହିତ ଥାନା ଓ ଫାଣ୍ଡି କିଭଳି ଆଚରଣ ପ୍ରଦର୍ଶନ କରିବେ ସେନେଇ ମଧ୍ୟ ନିୟମାବଳୀ ଧାର୍ଯ୍ୟ କରାଯାଇଛି। ଥାନାର ଅଭ୍ୟର୍ଥନା ଡେସ୍କ ଥାନାର ମୁଖ୍ୟ ପ୍ରକୋଷ୍ଠ ବାହାରେ ରହିବ। ଥାନା ବାହାରେ ଯଦି କୌଣସି ଗୃହ ଥାଏ ଏହାକୁ ବ୍ୟବହାର କରାଯିବ। ସେହିପରି ଅଭ୍ୟର୍ଥନା ପ୍ରକୋଷ୍ଠରେ ନାଗରିକ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସ୍ୱଚ୍ଛ ପରଦା ରହିବା ଦରକାର। ଇଣ୍ଟରକମ୍‍ ମାଧ୍ୟମରେ ପରସ୍ପର ସହିତ କଥାବାର୍ତ୍ତା ହୋଇପାରିବେ। ଅଭ୍ୟର୍ଥନା ଡେସ୍କରେ ଅଭିଯୋଗକାରୀଙ୍କୁ ସାନିଟାଇଜ୍‍ ଯୋଗାଇ ଦିଆଯିବ। ସେମାନଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯିବ। ଅଭ୍ୟଥର୍ନା ପ୍ରକୋଷ୍ଠରେ ଛାଡିବା ପୂର୍ବରୁ ପୁଲିସ ଅଧିକାରୀ ଏହାକୁ ସଂକ୍ରମଣମୁକ୍ତ କରିବେ। ଫଳରେ ପରବର୍ତ୍ତୀ ସମୟରେ ଡ୍ୟୁଟିରେ ଯୋଗଦେଉଥିବା ଅଫିସର ଯେପରି ସଂକ୍ରମଣ ହେବେନାହିଁ।
ଥାନାର ଗେଟ୍‍ରେ ଏକ ଲେଟର ବାକ୍ସ ବା କମ୍ପେ୍ଲନ୍‍ ବାକ୍ସ ରଖାଯିବ। କୌଣସି ସେବା ବା ଅନୁମତି ପାଇଁ ଥିଲେ ଏଥିରେ ପକାଇବେ। ଆଭିଯୋଗକାରୀ ତାଙ୍କ ସହିତ ଯୋଗାଯୋଗ ପାଇଁ ଟେଲିଫୋନ୍‍ ନମ୍ବର ଦେବେ। ସେହିପରି ଅଭିଯୋଗକାରୀ ବା ଆବେଦନକାରୀଙ୍କୁ ତୁରନ୍ତ ଥାନାର ଅଧିକାରୀମାନେ ସେମାନଙ୍କ ଅଭିଯୋଗ ବା ଆବେଦନ ପାଇଥିବା ନେଇ ଟେଲିଫୋନ୍‍ କରି ନିଶ୍ଚିତ କରିବେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories