www.samajalive.in
Monday, December 8, 2025
17.1 C
Bhubaneswar

ଅବୋଧ ଶିଶୁକୁ ଡାକ୍ତରଙ୍କ ମାଡ଼ ଅଭିଯୋଗ

ଟିଟିଲାଗଡ଼ : ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ଜଣେ ୩ବର୍ଷର କୋମଳମତି ଶିଶୁକୁ ଜନୈକ ଡାକ୍ତର ଚାପୁଡା ମାରିବା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଭୟରେ ବେଡ ଛାଡି ଅସୁସ୍ଥ ଶିଶୁକୁ ଧରି ମାଁ ଡାକ୍ତରଖାନା ଛାଡି ଚାଲି ଯାଇଥିବା ଜଣାପଡିଛି। ଘଟଣାଟିର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ନେଇ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଯୋଗ୍ୟ, ସିନ୍ଧେକେଲା ଥାନା ଅଞ୍ଚଳର ଜନୈକ ପରିବାର ନିଜ ଶିଶୁ ସନ୍ତାନର ଦେହ ଅସୁସ୍ଥ ହେବା ନେଇ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏ ସମୟରେ ୱାର୍ଡ ପରିଦର୍ଶନ କରୁଥିବା ଡାକ୍ତର ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ କୁଆଡେ ଶିଶୁଟି ଡାକ୍ତରଙ୍କ ଷ୍ଟେଥୋସ୍କୋଫକୁ ଟାଣି ଦେଇଥିଲା। ଏଥିରେ ଉତ୍‍କ୍ଷିପ୍ତ ହୋଇ ଡାକ୍ତର ଶିଶୁଟିର ଗାଲରେ ୪/୫ ଚାପୁଡା ମାରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏନେଇ ଶିଶୁଟି ଯନ୍ତ୍ରଣାରେ କାନ୍ଦ ବୋବାଳି ଛାଡିଥିବାବେଳେ ଡାକ୍ତର ମହାଶୟ ସେଠାରୁ ଚାଲିଯାଇଥିବା ଜଣାଯାଇଛି। ଘଟଣାଟି ପ୍ରଘଟ ହେବା ପରେ ମହିଳାଙ୍କ ଉପରେ ଅଭିଯୋଗ ନ କରିବା ପାଇଁ ଚାପ ପ୍ରୟୋଗ କରାଯାଇଥିବା ଜଣାଯାଇଛି। ଏନେଇ ଭୟରେ ମହିଳା ନିଜ ଶିଶୁ ପୁତ୍ର ସହ ବେଡ ଛାଡି ଚାଲିଯାଇଥିବା ଆଲୋଚନା ହୋଇଛି। ଏସମ୍ପର୍କରେ ଖବରପାଇ ଟିଟିଲାଗଡ ଗରିବ ସେନା ସଭାପତି ଆଇନଜୀବୀ ବିରେନ୍ଦ୍ର ବାଗ ଡାକ୍ତରଖାନା ଯାଇ ନିଷ୍ପାପ ଶିଶୁକୁ ମାଡ ମାରିବାର ପ୍ରତିବାଦ କରିଥିଲେ। କୌଣସି ଥିଲାବାଳା ଲୋକଙ୍କ ସନ୍ତାନ ଏଭଳି କରିଥିଲେ ଡାକ୍ତର ଗେଲ କରିଥାନ୍ତେ, ଗରିବ ପରିବାରର ଶିଶୁ ବୋଲି ମାଡ ଦେଲେ ବୋଲି ଶ୍ରୀ ବାଗ ଅଭିଯୋଗ କରିଛନ୍ତି। ଏନେଇ ରାଜ୍ୟ ପିସିସି ସାଧାରଣ ସମ୍ପାଦକ ମୁକେଶ ଜୈନ, ବଲାଙ୍ଗିର ଜିଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର ବଲାଙ୍ଗିର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ ସହ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଥିବା କହିଛନ୍ତି। ଘଟଣା ସମ୍ପର୍କରେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କୃଷ୍ଣଚନ୍ଦ୍ର ପାଲଙ୍କୁ ଯୋଗାଯୋଗ କରିବାରୁ ଡାକ୍ତର ଜଣକ ଏଭଳି କରିବା କଥା ନୁହେଁ ତେବେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories