www.samajalive.in
Monday, December 8, 2025
20.1 C
Bhubaneswar

କାଳିଆ ଟଙ୍କା ଫେରସ୍ତ ପାଇଁ ଅଯୋଗ୍ୟଙ୍କୁ ନୋଟିସ କରିବା ଦୁର୍ଭାଗ୍ୟଜନକ:ଜୟଦେବ ଜେନା

ଭୁବନେଶ୍ୱର:ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନା ଏକ ପ୍ରେସ୍‌ ବାର୍ତ୍ତାରେ କହିଛନ୍ତି ଯେ ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ କରିବା ଦୁର୍ଭାଗ୍ୟଜନକ। ସେମାନେ ରାଜ୍ୟ ସରକାରଙ୍କୁ ଟଙ୍କା ମାଗି ନଥିଲେ ବରଂ ମୁଖ୍ୟମନ୍ତ୍ରୀ ଭୋଟ ପାଇବେ ବୋଲି ତାଙ୍କ ଦୁଆର ମୁହଁରେ ଟଙ୍କା ଦେଇଆସିଥିଲେ। ସେତେବେଳେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତରବର ହୋଇ ରାଜ୍ୟ ରାଜକୋଷରୁ ଟଙ୍କା ଦେଇଦେଲେ। ଭୋଟ କିଣିନେବା ଥିଲା ଅସଲ ଉଦେଶ୍ୟ। ଟଙ୍କା ବଦଳରେ ଭୋଟ ପାଇଲ ଏବେ କାହିଁକି ଟଙ୍କା ଫେରସ୍ତ ମାଗୁଛ ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି। କାଳିଆ ଦୁର୍ନୀତିର ରାଜ୍ୟସରକାର ଯେଉଁ ଚିତ୍ର ଦେଇଛନ୍ତି ତାହା ଏକା ପିଲା ଖେଳପରି। ପ୍ରଥମେ କୃଷିମନ୍ତ୍ରୀ କହିଲେ ସାଢେ ୩ ଲକ୍ଷ ଅଯୋଗ୍ୟ ଉପଭୋକ୍ତା ୧୭୦ କୋଟି ନେଇଛନ୍ତି, ମାତ୍ର ବିଜେଡି ମୁଖପାତ୍ର କହିଲେ ମନ୍ତ୍ରୀ ଭୁଲ କହୁଛନ୍ତି ଅସଲ ସଂଖ୍ୟା ହେଉଛି ୩୨ ହଜାର। ତେବେ ଉପଭୋକ୍ତାମାନଙ୍କୁ ଅନୁରୋଧ ସେମାନେ କାଳିଆ ଟଙ୍କା ଫେରାନ୍ତୁ ନାହିଁ। ଏହି ଟଙ୍କା ଅସାଧୁ ଅଫିସରଙ୍କ ଠାରୁ ରାଜ୍ୟ ସରକାର ଆଦାୟ କରିବାକୁ ଶ୍ରୀ ଜେନା ଦାବି କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories