www.samajalive.in
Monday, December 8, 2025
17.1 C
Bhubaneswar

ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି କେନ୍ଦ୍ରର ବିଜେପି ସରକାର ବିପଦ: କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ରର ବିଜେପି ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ଏବଂ କ୍ରମାଗତ ଭାବେ କଂଗ୍ରେସ ଶାସିତ ରାଜ୍ୟରେ  ନିର୍ବାଚିତ ସରକାରଙ୍କୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ଉଦ୍ୟମ କରୁଛି ଅଭିଯୋଗ କରିଛି କଂଗ୍ରେସ । ଏହାର ପ୍ରତିବାଦରେ ବିିଭିନ୍ନ ରାଜ୍ୟରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ଓ ରାଜଭବନ ଘେରାଉ କରାଯାଇଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ରାଜସ୍ଥାନରେ ବହୁମତ ପାଇ ସରକାର ଗଠନ କରିଥିବା କଂଗ୍ରେସ ଦଳର ବିଧାୟକଙ୍କୁ ଅର୍ଥ ଓ ମନ୍ତ୍ରୀପଦ ପ୍ରଲୋଭନରେ ଆକୃଷ୍ଟ କରି ବିଜେପି ସରକାରରେ ଅସ୍ଥିରତା ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀଅଶୋକ ଗେହେଲଟଙ୍କ କ୍ୟାବିନେଟ ଅନୁମୋଦନରେ ଜରୁରି ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ  ରାଜ୍ୟପାଳ ଗ୍ରହଣ ନକରିବା ଅଗଣତାନ୍ତ୍ରିକ। ବିଜେପି ଅର୍ଥବଳ ଓ ବାହୁବଳ ଖଟାଇବା ସହ କେନ୍ଦ୍ରୀୟ ପ୍ରଶାସନିକ ବ୍ୟବସ୍ଥାର ଦୁରୁପଯୋଗ କରି ନିର୍ବାଚିତ ବିଧାୟକ ମାନଙ୍କୁ ଅର୍ଥର ପ୍ରଲୋଭନ ଦେଖାଉଛି।ଗୋଟିକ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ କଂଗ୍ରେସ ଦଳର ବିଧାୟକ ମାନଙ୍କୁ ବହୁଳ ଅର୍ଥ ଏବଂ କ୍ଷମତାର ଲୋଭରେ ବଶୀଭୂତ କରି ନିଜ ଆଡକୁ ନେବାପାଇଁ ଉଦ୍ୟମ କରୁଛି।ଅତି ଚତୁରତାର ସହ ଦଳବଦଳ ଆଇନରୁ ବର୍ତ୍ତିବା ଉଦ୍ଦେଶ୍ୟ ରେ ଆବସ୍ୟକ ସଂଖ୍ୟକ ବିଧାୟକ ମାନଙ୍କୁ ଅର୍ଥ ଓ କ୍ଷମତା ଦ୍ୱାରା ବଶୀଭୂତ କରିବାରେ ବିଫଳ ହେଲେ ବାହୁବଳ ପ୍ରୟୋଗ ପାଇଁ ବିଜେପି ର ନେତାମାନେ ପଛାଉ ନାହାନ୍ତି। ବିଜେପି ତଥା କେନ୍ଦ୍ର ସରକାରଙ୍କର ଏତାଦୃଶ ଆଚରଣର ପ୍ରତିବାଦ କରି ଏବଂ ଗଣତନ୍ତ୍ର ଓ ସମିଧାନର ସୁରକ୍ଷାପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

- Advertisement -

ବିକ୍ଷୋଭରେ କାର୍ଯ୍ୟକାରୀ ସଭାପତି  ପ୍ରଦୀପ ମାଝୀ ,ପୂର୍ବତନ ସଭାପତି  ଜୟଦେବ ଜେନା,ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ସମେତ ବିଧାୟକ  ସୁରେଶ କୁମାର ରାଉତରାୟ,ତାରାପ୍ରସାଦ ବାହିନୀପତି,ପଞ୍ଚାନନ କାନୁନଗୋ,ଦେବାଶିଷ ପଟ୍ଟନାୟକ,ଜଗନ୍ନାଥ ପଟ୍ଟନାୟକ, ବିପିନ ଦାଶ, ଶିବାନନ୍ଦ ରାୟ,ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଜ୍ଞାନରଞ୍ଜନ ବେହୁରା, ବିଶ୍ୱରଂଜନ ଦାଶ, ରାଜୀବ ପଟ୍ଟନାୟକ, ସୁଦର୍ଶନ ଦାଶ, ଅଭିଷେକ ମହାନନ୍ଦ, ରଶ୍ମି ମହାପାତ୍ର, ହଳଧର ସେଠୀ, ରଜନୀ କୁମାର ମହାନ୍ତି, ଅମୀୟ ପାଣ୍ଡବ,ପଦ୍ମାକର ଗୁରୁ,ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ବଜିତ ଦାଶ, ଦୀପକ କୁମାର ମହାପାତ୍ର, ମାନସ ଆଚାର୍ଯ୍ୟ ,ସୁଶାନ୍ତ ତ୍ରିପାଠୀ,ଲିଙ୍ଗରାଜ ସାହୁ, ଚିନ୍ମୟ ଦାଶ, ତରୁଣ ମିଶ୍ର, ପ୍ରକାଶ ମିଶ୍ର,ୟାଶୀର ମହମ୍ମଦ, ଜମ୍ବେଶ୍ୱର ମଲ୍ଲିକ, ପ୍ରତ୍ୟୁଷ ଜେନା, ଦେଓ ପ୍ରସାଦ, ନରେଶ ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ପ୍ରସନ୍ନ ନାୟକ, ମୋହନ ଜେନା, ଲଲାଟେନ୍ଦୁ ଦାଶ, ସୁଶାନ୍ତ ବେହେରା, କନକଲତା ମଲ୍ଲିକ, ଆଦିତ୍ୟ ପ୍ରୀତମ ଦାସ,ନିରଞ୍ଜନ ନାୟକ,ରଞ୍ଜିତ ପାତ୍ର,ମନୋରଞ୍ଜନ ରାଉତରାୟ,ଲୁଲୁ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories