www.samajalive.in
Monday, December 8, 2025
14.1 C
Bhubaneswar

ଗରିବଙ୍କ ଜୀବନ ସହ ଖେଳି ଶାସକ ଦଳର ସାଂସଦ ଓ ବିଧାୟକମାନେ ବାହାଦୂରି ମାରୁଛନ୍ତି : ବିଜେପି

ଭୁବନେଶ୍ୱର : କରୋନାର ଭୟାବହତା ସମଗ୍ର ବିଶ୍ୱକୁ ଥରହର କରୁଥିବା ସମୟରେ ଓ ଏହାକୁ ରୋକିବା ପାଇଁ ଚାରିଆଡେ ଲକଡାଉନ, ସଟଡାଉନ ପରି ବିକଳ୍ପ ବ୍ୟବସ୍ଥା କରାଯାଉଛି। କରୋନା ମହାମାରୀ ସମୟରେ ନବରଙ୍ଗପୁର ସାଂସଦ କୋଭିଡ ନିୟମକୁ ବେଖାତିର କରି ହଜାର ହଜାର ଗରିବ, ନିରୀହ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି। ଯେଉଁ ସମୟରେ ସରକାରୀ, ରାଜନୈତିକ ତଥା ଧାର୍ମିକ କାର୍ଯ୍ୟକ୍ରମ କରିବା ମନା ଓ ବିବାହ ପାଇଁ ମାତ୍ର ୫୦ ଲୋକ, ଦଶାହ ପାଇଁ ମାତ୍ର ୨୫ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରିବା ପାଇଁ ସରକାର ନିୟମ କରିଛନ୍ତି, ସେ ସମୟରେ ସାସଂଦ ମହୋଦୟ ପେନ୍‍ସନ୍‍ ବାଂଟିବା ନାଁରେ ଶହ ଶହ ଲୋକଙ୍କୁ ଏକାଠି କରିବାର ନଜିର ସାମ୍ନାକୁ ଆସୁଛି। ପେନସନ ବାଂଟିବା ନାଁରେ ଗରିବଙ୍କ ଜୀବନ ସହିତ ଖେଳି ଶାସକ ଦଳ ସାଂସଦ/ବିଧାୟକମାନେ ବାହାଦୂରି ମାରୁଛନ୍ତି ବୋଲି ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି।
କରୋନା ସମୟରେ ଗରିବ ଲୋକ କୌଣସି ଅସୁବିଧାରେ ନ ପଡନ୍ତୁ, ତା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବହୁତ ସୁବିଧା ଯୋଗାଉଛନ୍ତି। ତା ମଧ୍ୟରେ ବୃଦ୍ଧାବସ୍ଥା ପେନ୍‍ସନ୍‍, ବିଧବା ପେନ୍‍ସନ୍‍ ଓ ଦିବ୍ୟାଙ୍ଗଜନ ପେନ୍‍ସନ୍‍ଧାରୀଙ୍କୁ ୧୦୦୦ଟଙ୍କା, ଜନ୍‍ଧନ୍‍ ବ୍ୟାଙ୍କ ଖାତାଧାରୀଙ୍କୁ ୧୫୦୦ ଟଙ୍କା, ନିର୍ମାଣ ଶ୍ରମିକଙ୍କୁ ୧୫୦୦ଟଙ୍କା, ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧୀ ଯୋଜନାଧାରୀଙ୍କୁ ୨୦୦୦ଟଙ୍କା, ଉଜ୍ଜାଳା ହିତାଧିକାରୀଙ୍କୁ ୬ମାସ ପାଇଁ ମାଗଣା ଗ୍ୟାସ ସିଲିଣ୍ଡର, ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୮ମାସ ପାଇଁ ମାଗଣା ପ୍ରତି ବ୍ୟକ୍ତି ପ୍ରତିମାସ ୫କେ.ଜି ଚାଉଳ/ଗହମ ଓ ପ୍ରତି ପରିବାରକୁ ଏହି ସମୟରେ ପ୍ରତିମାସ ୧ କେ.ଜି ଡାଲି ଦେବାର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।
ଦୁଃଖ ସମୟରେ ଏହି ସୁବିଧା ଯେତେ ଶୀଘ୍ର ପହଂଚିବ ଲୋକ ସେତେ ଉପକୃତ ହେବେ। କିନ୍ତୁ ରାଜ୍ୟସରକାର ଗରିବ ଲୋକଙ୍କ ପାଇଁ ସାମାନ୍ୟ ସମୟରେ କିମ୍ବା କରୋନା ସମୟରେ ସେମିତି କିଛି ଆଖିଦୃଶିଆ କାମ ନ କରି କେନ୍ଦ୍ର ସରକାରଙ୍କ ଯୋଜନାକୁ ତାଙ୍କ ନିଜର କହି ଆସୁଛନ୍ତି। ବିଭିନ୍ନ ପେନ୍‍ସନ୍‍ ଓ ଚାଉଳକୁ ବିଜୁ ଜନତା ଦଳର ସାଂସଦ/ବିଧାୟକମାନେ ନିଜେ ଠିଆ ହୋଇ ବାଂଟି ଥାନ୍ତି ଓ ପାଟିକରି କହିଥାନ୍ତି ଯେ, ଏସବୁ ନବିନ ପଟ୍ଟନାୟକ ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ସହିତ ଏମିତି କୌଣସି କେନ୍ଦ୍ର ଯୋଜନା ନାହିଁ ଯାହାକୁ ବିଜୁ ଜନତା ଦଳର ନେତାମାନେ ତାଙ୍କର ନିଜର ବୋଲି କହନ୍ତି ନାହିଁ।ଏହି କୁପ୍ରଚାର ସେମାନେ କରୋନା ସମୟରେ ମଧ୍ୟ କରିବାକୁ ପଛାଉ ନାହାଁନ୍ତି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି।
ଶ୍ରୀ ମାଝୀ କହିଛନ୍ତି ଯେ, ଗତ କିଛି ଦିନ ହେଲା ନବରଙ୍ଗପୁରର ସାସଂଦ ବିଭିନ୍ନ ଯାଗା ବୁଲି ନିଜେ ଏହି ସବୁ ପେନ୍‍ସନ୍‍ ଓ କେନ୍ଦ୍ରର ଅନ୍ୟାନ୍ୟ ସୁବିଧା ବାଂଟୁଛନ୍ତି। ନିଜର ମିଥ୍ୟା ପ୍ରଚାର ପାଇଁ ସେ ଗରିବ ଲୋକଙ୍କୁ କରୋନାର ଶିକାର କରାଇବାକୁ ଯାଉଛନ୍ତି। ଭଲ ହୁଅନ୍ତା, ଯଦି ଏହି ଅଂଚଳର ସାଂସଦ/ବିଧାୟକମାନେ, ଏହି ଅଂଚଳ ପାଇଁ କିଛି ଦୀର୍ଘ ମିଆଦି କାମ କରନ୍ତେ। ଗରିବ ଲୋକଙ୍କ ଜୀବନ ସହିତ ଖେଳି ରାଜନୀତି ନ କଲେ ଭଲ ହୁଅନ୍ତା। ଲୋକ ବୁଝି ସାରିଲେଣି କିଏ ସେବା ଦେଉଛି ଓ କିଏ ଶସ୍ତା ରାଜନୀତି କରୁଛି।
କିନ୍ତୁ ଦୁଃଖର ବିଷୟ ସାଂସଦ/ବିଧାୟକଙ୍କ ଏପରି କାମକୁ କିଛି ସ୍ଥାନୀୟ ଗଣମାଧ୍ୟମ ଉତମ ସେବା ଭାବରେ ଚିତ୍ରଣ କରୁଛନ୍ତି ଏବଂ ଏପରି ଏକ ରୂପ ଦେଉଛନ୍ତି ଯେମିତି ଏହି ସାଂସଦ/ବିଧାୟକମାନେ ଯଦି ଏହି ସମୟରେ ଆସି ଏହି ସେବା ସବୁ ବାଂଟି ନଥାନ୍ତେ ତାହେଲେ ଲୋକମାନେ ମରିଯାଇଥାନ୍ତେ। ସାଧାରଣ ବିତରଣ ବିଭାଗ ଏହି ସବୁ କାମ କରିବା ପାଇଁ ଗଠନ କରାଯାଇଛି। ଅସଲ କଥା ହେଉଛି, ଏହି ପ୍ରଚାର ସର୍ବସ୍ୱ ନେତାମାନେ ବାହାଦୂରୀ ନେବା ପାଇଁ ଏହି ସୁବିଧା ସବୁକୁ ମାସ ମାସ ଧରି ଅଟକାଇ ରଖୁଛନ୍ତି ନିଜ ସୁବିଧାରେ ବାଂଟିବା ପାଇଁ। ଯାହା ଜଣା ପଡୁଛି ଏହି ନେତା ମାନଙ୍କ ପାଇଁ ୪ମାସର ପେନ୍‍ସନ୍‍ ଏକାଥରେ ଦିଆଯାଉଛି। ତେଣୁ ଏମାନେ ନଆସିଲେ ଲୋକ ମରିଥାନ୍ତେ, ତାହା ନୁହଁ, ଏହିମାନଙ୍କ ପାଇଁ ଲୋକ ମରିବେ। ଯେଉଁ ପେନ୍‍ସନ୍‍ ପ୍ରତି ମାସ ମିଳିବା କଥା, ତାହା ୪ ମାସ ପରେ ମିଳୁଛି। ଏହା ଗରିବଙ୍କୁ ଉପହାସ ନୁହେଁ ତ ଆଉ କଣ ? ଏହା କରା ନଯାଉ ବୋଲି ଶ୍ରୀ ମାଝୀ କହିଛନ୍ତି।
କେରୋନା ନିୟମକୁ ସମେସ୍ତ କଡାକଡି ଭାବେ ପାଳନ କରନ୍ତୁ ଓ ଖିଲାପକାରୀଙ୍କ ବିରୁଦ୍ଧରେ ରାଜ୍ୟସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ସେ ଯୋଜନା ବୋର୍ଡ ଉପାଧକ୍ଷ ହୁଅନ୍ତୁ କିମ୍ବା ସାସଂଦ ହୁଅନ୍ତୁ। ସାଧାରଣ ବିତରଣ ବ୍ୟବସ୍ଥା ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା କରାଯାଉ ଓ ଠିକ୍‍ ସମୟରେ ହିତାଧିକାରୀଙ୍କ ପାଖକୁ ପହଚାଂଇବା ବ୍ୟବସ୍ତା କରାଯାଉ ବୋଲି ଶ୍ରୀ ମାଝୀ ଦାବୀ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories