www.samajalive.in
Sunday, December 7, 2025
15.1 C
Bhubaneswar

ସ୍ୱଳ୍ପ ବୃଷ୍ଟି ଯୋଗୁଁ ସତିଗୁଡା ଜଳଭଣ୍ଡାରର ଜଳ ନିମ୍ନସ୍ତରରେ, ମାଲକାନଗିରି ସହରକୁ ଜଳ ସଂକଟ ଆଶଙ୍କା

ମାଲକାନଗିରି : ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ କମ ବୃଷ୍ଟିପାତ ଯୋଗୁଁ ସତିଗୁଡା ଜଳଭଣ୍ଡାରର ଜଳସ୍ତର ନିମ୍ନସ୍ତରରେ ରହିଚି। ଯାହାଫଳରେ ମାଲକାନଗିରି ସହରକୁ ଜଳ ସଂକଟ ଆଶଙ୍କା ସୃଷ୍ଟି ହେବାକୁ ଯାଉଛିା ବିଶେଷ କରି ଚଳିତ ବର୍ଷ ଜାନୁଆରୀ ମାସରେ ସାତଟି ବ୍ଲକରେ ହାରାହାରି ବୃଷ୍ଟିପାତ ୧.୯୧ ହୋଇଥିବାବେଳେ ଫେବୃଆରୀ ମାସରେ ବର୍ଷା ହୋଇନାହିାଁ ସେହିପରି ମାର୍ଚ୍ଚ ମାସରେ ୧୧.୪୯, ଏପ୍ରିଲ ମାସରେ ୮୯.୦୭, ମଇ ମାସରେ ୪୫.୭୧, ଜୁନ୍‍ ମାସରେ ୨୩୮.୫୪, ଜୁଲାଇ ମାସ ୨୭ ତାରିଖ ସୁଦ୍ଧା ୩୪୭.୬୦ ମିଲିମିଟର ବୃଷ୍ଟିପାତ ହୋଇଛି। ସମସ୍ତ ବ୍ଲକର ହାରାହାରି ୭୩୪.୩୨ ମିଲିମିଟର ବୃଷ୍ଟି ପାତ ହୋଇଛିା ବିଗତ ବର୍ଷ ୨୦୧୯ ମସିହାରେ ୨୧୦୪.୨୪ ମିଲିମିଟର ବୃଷ୍ଟିପାତ ହୋଇଥିବାବେଳେ ୨୦୧୮ ମସିହାରେ ୨୨୫୯.୯୭ ମିଲିମିଟର ହାରାହାରି ବୃଷ୍ଟିପାତ ହୋଇଥିଲ।। ବିଗତ ବର୍ଷମାନଙ୍କଠାରୁ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ଅତି କମ୍‍ ବୃଷ୍ଟିପାତ ଯୋଗୁଁ ମାଲକାନଗିରି ସହରକୁ ପାନୀୟ ଜଳ ଯୋଗାଣ ଆଶଙ୍କା ସୃଷ୍ଟି କରିବ ବୋଲି ସାଧାରଣରେ ଆଲୋଚନା ହୋଇଛି। ଏହି ଜଳଭଣ୍ଡାରର ଜଳଧାରଣା କ୍ଷମତା ୧୯୨.୬୩ ମିଟର ରହିଥିବା ବେଳେ ବର୍ତ୍ତମାନ ଅତି ନିମ୍ନ ସ୍ତରରେ ୧୮୫.୫୦ ମିଟର ରହିଛି। ଯାହା ମାଲକାନଗିରି ସହରକୁ ଜଳ ଯୋଗାଣ ସମ୍ଭବପର ନୁହୋଁ ଏଭଳି ପରିସ୍ଥିତିରେ ଆଉ ମାତ୍ର କେଇ ମାସ ମାଲକାନଗିରିକୁ ପାନୀୟ ଜଳ ଯୋଗାଇବା ନିମନ୍ତେ ଜଳ ସ୍ତଗିତ ରହିଛି। କିନ୍ତୁ ଆଗାମୀ ଦିନରେ ଯଦି ଏଭଳି ପରିସ୍ଥିତି ଲାଗିରହେ ମାଲକାନଗିରି ସହରକୁ ପାନୀୟ ଜଳ ସଂକଟକୁ ଏଡାଇ ଦିଆ ଯାଇପାରିବ ନାହିା ଏହା ପୂର୍ବରୁ ମାଲକାନଗିରି ସଦର ମହକୁମା ସ୍ଥିତ ବାଲିସାଗରରୁ ସମସ୍ତ ସହରକୁ ଜଳ ଯୋଗାଣର ବ୍ୟବସ୍ଥା ରହିଥିଲ।। ଗତ କିଛିବର୍ଷ ତଳେ ଏହାକୁ ପରିବର୍ତ୍ତନ କରାଯାଇ ଅଧିକ ଜଳ ଯୋଗାଣ ନିମନ୍ତେ ସତିଗୁଡା ଜଳଭଣ୍ଡାରରୁ ଜଳ ଆଣି ସହରକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛିା ତେବେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ ମାଲକାନଗିରି ସହର ପାନୀୟ ଜଳ ସଂକଟର ସମ୍ମୁଖୀନ ହେବେ ଏଥିରୁ ଏଡାଇ ଦିଆ ଯାଇ ପାରିବ  ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହୋଇଛି। ଏହି ଜଳଭଣ୍ଡାରର ଜଳସ୍ତର କ୍ରମାଗତ ପରିପୂର୍ଣ୍ଣ ରୋକିବା ନିମନ୍ତେ ସପ୍ତଧାରା ନଦୀରୁ ଏକ କେନାଲ ମାଧ୍ୟମରେ ସତିଗୁଡା ଜଳଭଣ୍ଡାରକୁ ସଂଯୋଗ କରିବାର ବ୍ୟବସ୍ଥା ରହିଥିଲ।। ଯାହାଫଳରେ ଏହି ଜଳ ଭଣ୍ଡାରରେ ଜଳସ୍ତର ପରିପୂର୍ଣ୍ଣ ରହି ପାରିଥାନ୍ତ।। କିନ୍ତୁ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହି ପ୍ରକଳ୍ପ ସ୍ଥଗିତ ରହିଥିବାରୁ ବର୍ତ୍ତମାନ ଦିନରେ ମାଲକାନଗିରି ସହରକୁ ଜଳ ସଂକଟ ଉପୁଜିବ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସତିଗୁଡା କନିଷ୍ଠ ଯନ୍ତ୍ରୀ ଭଗବାନ ନାୟକଙ୍କୁ ପଚାରିବାରୁ ଜଳ ଭଣ୍ଡାରରେ ଯାହା ଜଳ ସ୍ତଗିତ ରହିଛି ତାହା ମାଲକାନଗିରି ସହର ନିମନ୍ତେ କିଛି ମାସ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇପାରିବା ଯଦି ଆଗାମୀ ଦିନରେ ବୃଷ୍ଟିପାତ ନ ହୁଏ ତେବେ ସହରକୁ ଜଳ ସଂକଟର ଆଶଙ୍କା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories