www.samajalive.in
Monday, December 8, 2025
20.1 C
Bhubaneswar

ସ୍ବିଡେନ୍‌ ସରକାରଙ୍କ କଳା ପରାମର୍ଶଦାତା ନିଯୁକ୍ତ ହେଲେ ପି.କେ.ମହାନନ୍ଦିଆ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ସ୍ବିଡେନ୍‌ ସରକାରଙ୍କ ପକ୍ଷରୁ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ପ୍ରଦାନ କରାଯାଇଛି। ସ୍ବିଡେନ୍‌ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବା ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପି.କେ.ମହାନନ୍ଦିଆଙ୍କ ସଫଳତା ରାଜ୍ୟ ପାଇଁ ଗୌରବ ଆଣିଛି। ଆଗାମୀ ଦିନରେ ସେ ଆହୁରି ଖ୍ୟାଦି ଅର୍ଜନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ ଯୋଗେ ପ୍ରକାଶ କରିଛନ୍ତି।
ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ପରବର୍ତ୍ତି ସମୟରେ ପି.କେ.ମହାନନ୍ଦିଆ ଭାବେ ପରିଚିତ ଲାଭ କରିଛନ୍ତି। ଅନୁଗୁଳ ଜିଲାର ଆଠମଲ୍ଲିକ ସବ୍‌ଡିଭିଜନ୍‌ ଅନ୍ତର୍ଗତ କନ୍ଧପଡ଼ା ଗ୍ରାମରେ ୧୯୪୯ରେ ତାଙ୍କର ଜନ୍ମ। ୧୯୭୫ରେ ସ୍ବିଡେନ୍‌ର ଚାର୍‌ଲୋଟ୍‌ ଭୋନ୍‌ଙ୍କ ସହ ଦିଲ୍ଲୀରେ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀଙ୍କୁ ଭେଟିବାକୁ ସାଇକଲ୍‌ ଚଳାଇ ସ୍ବିଡେନ୍‌ ଯାଇଥିଲେ। ୫ ମାସର ସାଇକଲ୍‌ ଯାତ୍ରାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ପି.କେ.ମହାନନ୍ଦିଆ। ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଜଣେ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ସ୍ବିଡେନ୍‌ରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ଏବେ ତାଙ୍କୁ ସ୍ବିଡେନ୍‌ ସରକାରଙ୍କ ପକ୍ଷରୁ କଳା ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories