www.samajalive.in
Monday, December 8, 2025
27.1 C
Bhubaneswar

ଭାରତର ନୂଆ ରେକର୍ଡ : ଗୋଟିଏ ଦିନରେ ପରୀକ୍ଷା ହେଲା​ ୪ଲକ୍ଷ ୨୦ ହଜାରରୁ ଅଧିକ କୋଭିଡ୍‍ ନମୁନା

ନୂଆଦିଲ୍ଲୀ : ଗୋଟିଏ ଦିନରେ ୪ଲକ୍ଷରୁ ଅଧିକ କୋଭିଡ୍‍ ନମୁନା ପରୀକ୍ଷା କରି ଭାରତ ଆଜି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତୀୟ ଡାକ୍ତରୀ
ଗବେଷଣା ପରିଷଦ କହିଛି, ଗତ ୨୪ ଘଣ୍ଟା ଭିତରେ ୪ଲକ୍ଷ ୨୦ ହଜାର ୮୯୮ଟି ନମୁନାର ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ସର୍ବମୋଟ୍‍ ୧ ,୫୮, ୪୯,୦୬୮ଟି ନମୁନାର ପରୀକ୍ଷା କରାଯାଇଛି।
କରୋନା ମହାମାରୀ ସମୟରେ ଦେଶରେ ପ୍ରଥମେ ଗୋଟିଏ ଦିନରେ ୧୦୦ଟି ନମୁନା ପରୀକ୍ଷା କରାଯାଉଥିଲା। ଧୀରେ ଧୀରେ ନମୁନା ପରୀକ୍ଷାର ମାତ୍ରା ବୃଦ୍ଧି ପାଇବାରେ ଲାଗିଲା ଓ ମାତ୍ର ଅଳ୍ପ କିଛି ମାସ ଭିତରେ ଏହି ସଫଳତା ହାସଲ କରାଯାଇ ପାରିଛି। ଏଥିପାଇଁ ବିଭିନ୍ନ ପରୀକ୍ଷାଗାରର ଡାକ୍ତରୀ ଦଳ, ମେଡ଼ିକାଲ କଲେଜ, ପରୀକ୍ଷାଗାର, ମନ୍ତ୍ରଣାଳୟ, ବିମାନ ଚଳାଚଳ ସଂସ୍ଥା ଓ ଡାକ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।

ସରକାର ସ୍ବତନ୍ତ୍ର ରଣକୌଶଳ ପ୍ରସ୍ତୁତ କରି ସଂକ୍ରମିତ ଲୋକମାନଙ୍କୁ ଆଗୁଆ ଚିହ୍ନଟ କରିଛନ୍ତି ଓ କୋଭିଡ୍‍-୧୯ ବ୍ୟାପିବାରୁ ରୋକିପାରିଛନ୍ତି।
ରାଜ୍ୟ ସରକାରମାନେ ଏହି ରଣକୌଶଳକୁ ଖୁବ୍‍ ଜୋରସୋରରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ
ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି। ନମୁନା ପରୀକ୍ଷାରେ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର ଦେଶୀୟ ଜ୍ଞାନକୌଶଳରେ ପରୀକ୍ଷା ସରଞ୍ଜାମର
ନିର୍ମାଣକୁ ପ୍ରୋତ୍ସାହିତ କରିଛନ୍ତି।
ଗତ ଜାନୁୟାରୀ ମାସରେ କୋଭିଡ୍‍ ନାଇଣ୍ଟିନ୍‍ ନମୁନା ପରୀକ୍ଷା ପାଇଁ ଦେଶରେ କେବଳ ପୁଣେସ୍ଥିତ ଜାତୀୟ ଭୂତାଣୁ ଅଧ୍ୟୟନ ଅନୁଷ୍ଠାନରେ ଗୋଟିଏ ମାତ୍ର ପରୀକ୍ଷାଗାର ଥିଲା। ଦେଶରେ ଏବେ ୧୩ ଶହରୁ ଅଧିକ ସରକାରୀ ଓ ବେସରକାରୀ ପରୀକ୍ଷାଗାରରେ କୋଭିଡ୍‍-୧୯ ନମୁନା ପରୀକ୍ଷା କରାଯାଉଛି। ଭାରତ ମଧ୍ୟ ଲକ୍ଷଲକ୍ଷ ଉତ୍ତମ ମାନର ଶସ୍ତାରେ ଉପଲବ୍ଧ ଟେଷ୍ଟିଂ ଉପକରଣ ଉତ୍ପାଦନ କରୁଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଓ ଆଇସିଏମ୍‍ଆର ଉପଲବ୍ଧ ନମୁନା ପରୀକ୍ଷା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ପଦ୍ଧତିଗୁଡ଼ିକର ଉପଯୋଗ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories