www.samajalive.in
Monday, December 8, 2025
27.1 C
Bhubaneswar

ବଜ୍ରପାତ ପୂର୍ବରୁ ସତର୍କ କରିବ ବୈଜ୍ଞାନିକ ପ୍ରସ୍ତୁତ କରିଥିବା ଏହି ମୋବାଇଲ ଆପ୍

ବଜ୍ରପାତ ପୂର୍ବରୁ ହିଁ ମୋବାଇଲରେ ଆସିବ ସତର୍କ ସୂଚନା। ଏଥିପାଇଁ ବୈଜ୍ଞାନିକ ମାନେ ଏକ ମୋବାଇଲ ଆପ ପ୍ରସ୍ତୁତ କରିଛନ୍ତି।ଦାମିନୀ ଆପ ମୋବାଇଲେରେ ଡ଼ାଉନଲୋଡ଼ ହେବା ଦ୍ୱାରା ଆକାଶରୁ ବିଜୁଳି , ବଜ୍ରପାତ ହେବା ପୂର୍ବରୁ ଏହାପ୍ରତି ସତର୍କ ସୂଚନା ଜାରି ହେବ। ଏହାଦ୍ୱାରା ସୁରକ୍ଷିତ ସ୍ଥାନରେ ରହିବା ପାଇଁ ସହଜ ହେବ। ବଜ୍ରପାତର ୩୦-୪୦ ମିନିଟ ପୂର୍ବରୁ ସୂଚନା ମିଳିବା ସହ ଏହା ସୁରକ୍ଷା ପାଇଁ ପ୍ରଣାଳୀ ମଧ୍ୟ ଜଣାଇବ। ଏହାଦ୍ୱାରା ନିଜ ଘରଠାରୁ ବାହାରେ ରହୁଥିବା କୃଷକ ଓ ଅନ୍ୟଲୋକେ ସୁରକ୍ଷିତ ସ୍ଥାନକୁ ଯାଇପାରିବେ। ବଜ୍ରପାତରେ ହୋଇଥିବା ମୃତ୍ୟୁ କାରଣରୁ ପୃଥବୀ ବିଜ୍ଞାନ ମନ୍ତ୍ରାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ପାଣିପାଗ ବିଭାଗ ସଂସ୍ଥାନ ପୁଣେର ବୈଜ୍ଞାନିକ ଏହି ଆପକୁ ପ୍ରସ୍ତୁତ କରିଛନ୍ତି।
ଲୋକେ କରୁଛନ୍ତି ଡ଼ାଉନଲୋଡ଼ –
ଆପ ପ୍ରସ୍ତୁତ ହେବା ପରେ କୃଷି ବିଭାଗ ଲୋକଙ୍କୁ ମୋବାଇଲରେ ଏହି ଆପକୁ ଡ଼ାଉନଲୋଡ଼ କରିବାର ଅଭିଯାନ ଆରମ୍ଭ କରିଛନ୍ତି। ଏଯାଏଁ ୩ହଜାର ରୁ ଅଧିକ ଲୋକେ ଏହି ଆପକୁ ଡ଼ାଉନଲୋଡ଼ କରି ସାରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories