www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ବିଗ୍-ବି ଅମିତାଭ ବଚ୍ଚନ

ମୁମ୍ବଇ : ବଲିଉଡ଼ର ଶାହେନଶାହା ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ପ୍ରତିଦିନ ପ୍ରଂଶସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି। ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ପ୍ରଶଂସକଙ୍କ ଏପରି ଭଲପାଇବା ଓ ସହଯୋଗ ପାଇଁ ସେ ଖୁବ ଖୁସି। ସଭିଁଙ୍କୁ ଜଣା ବିଗ୍ ବି ହସ୍ପିଟାଲରେ ରହିଲେ ମଧ୍ୟ ଲଗାତାର ସୋସିଆଲ ମିଡ଼ିଆ ଓ ଟ୍ୱିଟରରେ ନିଜ ପ୍ରଂଶସକଙ୍କ ସହ ଜଡ଼ିତ ହୋଇ ରହିଛନ୍ତି।ପ୍ରଂଶସକଙ୍କୁ ତାଙ୍କ ଭଲପାଇବା ଓ ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଓ କହିଛନ୍ତି ସେ କେବେ ମଧ୍ୟ ନିଜ ମନରୁ ଲୋକଙ୍କ ଭଲପାଇବା ଓ ସହଯୋଗକୁ ଭୁଲିପାରିବେ ନାହିଁ।
ବିଗ୍ ବି ଟ୍ୱିଟ କରି କହିଛନ୍ତି , ଆପଣ ଯେଉଁ ଭଲପାଇବା ଓ ସହଯୋଗ ପାଇଁ ମୋ ପ୍ରତି ହାତ ବଢାଇଛନ୍ତି, ତାହା ହିଁ ମୋର ଶକ୍ତି। ଏହାକୁ ମୁଁ ନିଜ ଭିତରୁ କେବେ ମଧ୍ୟ ଦୂର କରିବି ନାହିଁ। ଏଥିପାଇଁ ଭଗବାନ ମତେ ସବୁବେଳେ ସହାୟତା କରନ୍ତୁ। ଏହାସହ ଇଷ୍ଟାଗ୍ରାମରେ ମଧ୍ୟ ନିଜର କଥା କହି ଲେହିଛନ୍ତି, ଏହି ଜଲସା ଫାଟକ ସିଲ୍ଡ ରହିଛି, ସୁନଶାନ ରହିଛି, ମାତ୍ର ଆଶାରେ ସାରା ଦୁନିଆ ଚାଲିଛି। ଭଗବାନଙ୍କ ଇଚ୍ଛାରେ ସବୁକିଛି ପୂର୍ବଭଳି ହୋଇଯିବ ଓ ଭଲପାଇବାରେ ଭରି ଯିବ।
ଅମିତାଭଙ୍କ ଏହି ଟ୍ୱିଟପରେ ପ୍ରଂଶସକ ମଧ୍ୟ ଖୁବ ଖୁସି ହୋଇଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ଆପଣ ମୋ ସମେତ ଅନେକ ଲୋକଙ୍କ ଶକ୍ତି, ସମ୍ମାନର ପ୍ରତି ଅଂଶ ମୁଁ ଆପଣଙ୍କୁ ସମର୍ପିତ କରୁଛି। ମୁଁ ଭାବୁଛି ଆପଣ ଏହାକୁ ଦେଖିବେ। ଏଭଳି ବହୁ ବ୍ୟକ୍ତି ଅମିତାଭଙ୍କ ପାଇଁ ଟ୍ୱିଟ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories