www.samajalive.in
Tuesday, December 9, 2025
17.1 C
Bhubaneswar

ଘରେ ପଶିଲା ବର୍ଷା ଜଳ, ପ୍ରଭାବିତ ହେଲେ ୪୦ ପରିବାର

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ବାମଣ୍ଡା ପଞ୍ଚାୟତର ବିରିଗଡ କେନାଲଉପର ସାହିରେ ଗୁରୁବାର ପାହାଡିଆ ବର୍ଷା ଜଳ ପାଣି ଲୋକଙ୍କ ଘରେ ପଶି କୃତ୍ରିମ ବନ୍ୟା ସୃଷ୍ଟି କରିଛି। ଏଥିରେ ପଞ୍ଚାୟତର ୪ନଂ ଓାର୍ଡର ୪୦ଟି ପରିବାର ପ୍ରଭାବିତ ହେବା ସହିତ ଅନେକ ଲୋକଙ୍କ ମାଟିଘର ଭାଙ୍ଗି ନଷ୍ଟ ହୋଇଥିବା ଜଣାପଡିଛି। ଖବରପାଇ ଦେବଗଡ ରାଜସ୍ୱ ନୀରିକ୍ଷକ ଜଳନ୍ତ ନାଏକ ଏବଂ ସ୍ଥାନୀୟ ପଞ୍ଚାୟତ ଜି.ଆର.ଏସ ଅମ୍ଲାନ ଜ୍ୟୋତି ଦାଶ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହିତ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି।
ପ୍ରକାଶ ଯେ ବାମଣ୍ଡା ପଞ୍ଚାୟତ ଅଧିନସ୍ଥ ୪ନଂ ଓାର୍ଡଅର୍ନ୍ତଗତ ବିରିଗଡ ଗ୍ରାମଟି ଲେସାଫୁଟା ପାହାଡ ତଳେ ଅବସ୍ଥିତ। ଏହି ଗ୍ରାମର ତିନିଟି ବସ୍ତିରେ ୧୫୦ଟି ପରିବାରରେ ପାଖାପାଖି ୬ଶହ ଜଣ ଲୋକ ବସବାସ କରନ୍ତି। ଗ୍ରାମର କେନାଲ ଉପରସାହିଟି ପାହାଡତଳେ ଅବସ୍ଥିତ। ବର୍ଷାଦିନେ ପାହାଡିଆ ବର୍ଷା ଜଳ ନିକଟସ୍ଥ ନାଳ ମଧ୍ୟଦେଇ ନିଷ୍କାସନ ହୋଇଥାଏ। ପାହାଡିଆ ବର୍ଷାଜଳ ପଶି ଚାଷଜମି ନଷ୍ଟ ହେଉଥିବାରୁ ଚଳିତବର୍ଷ ଜନୈକ ଜମି ମାଲ୍ଲିକ ପାହାଡିଆ ପାଣିକୁ ଅବରୋଧ କରିବା ପାଇଁ ଏହାର ଉପରିଭାଗରେ ଏକ ମାଟିହୁଡା ନିର୍ମାଣ କରିଛନ୍ତି। ଫଳରେ ନାଳରେ ବର୍ଷା ପାଣି ନିଷ୍କାସନ ନ ହୋଇ ଗ୍ରାମରେ ପାହାଡିଆ ବନ୍ୟାପାଣି ପଶି ଏଭଳି କୃତ୍ରିମ ବନ୍ୟା ସୃଷ୍ଟି କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଫଳରେ କେନାଲ ଉପରସାହିରେ ରହୁଥିବା କୁଶ ଦେହୁରୀ, ଲବ ଦେହୁରୀ, ବୀର ଭୋଇ, ସୁବାଷ ଦେହୁରୀ, ରାମ ବଗର୍ତୀ, ସୁଦାମ ବଗର୍ତୀ, ପ୍ରକାଶ ବେହେରା, ପଞ୍ଚାନନ ପ୍ରଧାନ, ସୁଧିର ସାହୁ, କୁଲୁ ସାହୁ, ନାରାୟଣ ପ୍ରଧାନ, ନଟବର ବାଘ ପ୍ରମୁଖଙ୍କ ଘରେ ବନ୍ୟାଜଳ ପଶି ଘରଦ୍ୱାର ଭାଙ୍ଗିଥିବା ଜଣାପଡିିଛି। ତୁରନ୍ତ ପ୍ରଭାବିତ ପରିବାରକୁ କ୍ଷୟକ୍ଷତି ସହାୟତା ଯୋଗାଇବା ଦେବା ସହିତ ପାହାଡିଆ ପାଣି ଗ୍ରାମରେ କିଭଳି ପ୍ରବେଶ ନକରିବ ସେ ଦିଗରେ ସ୍ଥାୟୀପ୍ରତିକାର ପାଇଁ ଜିଲାପାଳ ଦୃଷ୍ଟିଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories