www.samajalive.in
Tuesday, December 9, 2025
17.1 C
Bhubaneswar

ପାଣ୍ଠି ପାଇଁ ପିସି; ପାଣ୍ଠି ପାଇଁ ଆଣ୍ଠେଇଛି ବିକାଶ

ବଲାଙ୍ଗିର: ପଶ୍ଚିମ ଓଡିଶା ବିକାଶ ପରିଷଦ ବଲାଙ୍ଗିର ଜିଲାରେ ସାଜିଛି ପଶ୍ଚିମ ଓଡିଶା ବିନାଶ ପରିଷଦ। ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି କିନ୍ତୁ ଏହି ପାଣ୍ଠିରେ ହେଉଥିବା କାମ ଯୋଗୁଁ ଲୋକମାନେ କେତେ ଉପକୃତ ହେଉଛନ୍ତି ସେ କଥା ଦେଖିବାକୁ କେହି ନାହାନ୍ତି ।  ଏପରିକି ବିନା ପିସିରେ ପାଣ୍ଠି ମିଳୁ ନ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।   ସୁବାଷ ଚୈାହାନଙ୍କ ମୃତ୍ୟୁ ପରେ ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦବୀ ଖାଲି ପଡିଥିବା ବେଳେ ପାଣ୍ଠି ପାଇଁ ପିସି କାରବାର ବୃଦ୍ଧି ପାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ବଲାଙ୍ଗିର ଜିଲାରେ ପଶ୍ଚିମଓଡିଶା ବିକାଶ ପରିଷଦ ପାଣ୍ଠି ଖର୍ଚ୍ଚ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି । ଏହାକୁ ନେଇ ବିଧାନସଭାରେ ତୁମ୍ଭୀତୋଫାନ ହୋଇଛି ।  ଏହି ପାଣ୍ଠି ଠିକ ଭାବେ ବିନିଯୋଗ ହେଉନଥିବା ନେଇ ଜନପ୍ରତିନିଧି ମାନେ ଅଭିଯୋଗ ଆଣିଛନ୍ତି ।  ଏପରିକି ପଶ୍ଚିମଓଡିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ସୁବାଷ ଚୈାହାନ ଜୀବିତ ଥିବା ସମୟରେ ବଲାଙ୍ଗିର ଜିଲାରେ ଖର୍ଚ୍ଚ ହୋଇଥିବା ପାଣ୍ଠିର ସମୀକ୍ଷା କରିଥିଲେ। ଏହାର କାର୍ଯ୍ୟକାରିତା, କାମର ମାନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ପଛୁଆ ଜିଲା ଭାବେ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଥିବା ବେଳେ ଅଞ୍ଚଳର ବିକାଶ କାହିିଁକି ହେଉନାହିଁ ତାହା ମୁଖ୍ୟ ପ୍ରସଙ୍ଗ। ତେବେ ଏତେ ଟଙ୍କା ଯାଉଛି କୁଆଡେ?

ଗତ କିଛି ମାସ ତଳେ  ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟିଥିଲା। ସେହିଦିନ ଠାରୁ ଏହି ପଦବୀ ଖାଲିପଡିଛି। ଜିଲାକୁ ଉକ୍ତ ପାଣ୍ଠିରୁ କେତେ ଟଙ୍କା ଅନୁଦାନ ଆସୁଛି କେତେ ଖର୍ଚ ହେଉଛି କେତେ ଖର୍ଚ୍ଚ ହୋଇନପାରି ଫେରିଯାଉଛି ତାହାର କୈାଣସି ସ୍ପଷ୍ଟ ସୂଚନା କାହା ପାଖରେ ମହଜୁଦ ନାହିଁ। ତେବେ ପାଣ୍ଠି ପାଇଁ ପିସି କାରବାର ଚରମସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛି ।  ଆବଶ୍ୟକତା କୁ ଦୃଷ୍ଟିରେ ରଖି ପ୍ରସ୍ତାବ ମଞ୍ଜୁରୀ ଦେବା ପରିବର୍ତ୍ତେ ଠିକାଦାରମାନଙ୍କ ଲାଭକୁ ଦୃଷ୍ଟିଦେଇ ପ୍ରସ୍ତାବ ମଞ୍ଜୁର ହେଉଥିବା ଜଣାପଡିଛି ମଧ୍ୟ ଅଭିଯୋଗ ଆସିଛି । ଏକ ନିର୍ଦିଷ୍ଟ ରାଜନୈତିକ ଦଳର କିଛି କୁଜି ନେତା ଠିକାଦାରଙ୍କୁ କାମ ଯୋଗାଇ ଦେବାକୁ ଅର୍ଥ ଆଦାୟ କରୁଥିବା ଏବଂ ୧୫% ପର୍ଯ୍ୟନ୍ତ କମିଶନ ନେଉଥିବା ଅଭିଯୋଗ ହୋଇଛି ।   ପଶ୍ଚିମଓଡିଶାର ବିକାଶ ପାଇଁ ଆସୁଥିବା ଏହି ପାଣ୍ଠିକୁ ଠିକ ଭାବେ ବିନିଯୋଗ କରାଯାଉନଥିବାରୁ ଏହା ବିକାଶ ପରିବର୍ତ୍ତେ ବିନାଶ ଆଡକୁ ଗତି କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ପାଣ୍ଠିର ସୁବିନିଯୋଗ ପାଇଁ ଲୋକଙ୍କ ଆବଶ୍ୟକତା ଅନୁସାରେ ପ୍ରସ୍ତାବ ମଞ୍ଜୁରି ସହ ପିସି କାରବାର ବନ୍ଦ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories