www.samajalive.in
Tuesday, December 9, 2025
15.1 C
Bhubaneswar

ଏବେ ଗାଡିରେ ଲାଗିବ ସବୁଜ ରଙ୍ଗର ନମ୍ବର ପ୍ଲେଟ୍

ନୂଆଦିଲ୍ଲୀ : ଗାଡି ନମ୍ବର ପ୍ଲେଟକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନମ୍ବର ପ୍ଲେଟର ରଙ୍ଗ ପରିବର୍ତ୍ତନ ହେବାକୁ ଯାଉଛି। ବ୍ୟାଟେରୀ ଏବଂ ଇଲେକ୍ଟ୍ରିକ୍ କାରକୁ ବିଶେଷ ଧ୍ୟାନ ଦେଇ ନମ୍ବର ପ୍ଲେଟ୍ ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଗାଡି ଗୁଡିକରେ ବର୍ତ୍ତମାନ ସବୁଜ ନମ୍ବର ପ୍ଲେଟ୍ ରହିବ, ଯେଉଁଥିରେ ହଳଦିଆ ରଙ୍ଗରେ ନମ୍ବର ଲେଖା ହେବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ଯେ ଯାନବାହାନର ନମ୍ବର ପ୍ଲେଟକୁ ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଇଲେକ୍ଟ୍ରୋନିକ୍ ଯାନରେ ସବୁଜ ନମ୍ବର ପ୍ଲେଟ୍ ଲଗାଇବାକୁ ସରକାର କରିବାକୁ ନିଷ୍ପତ୍ତି ନେଇଛି।

ସବୁଜ ନମ୍ବର ପ୍ଲେଟ୍ ଥିବା ଗାଡିକୁ ବିଶେଷ ସୁବିଧା

- Advertisement -

ଇଲେକ୍ଟ୍ରୋନିକ୍ ଏବଂ ବ୍ୟାଟେରୀ ଚାଳିତ ଗାଡିରେ ସବୁଜ ନମ୍ବର ପ୍ଲେଟ୍ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଯାନଗୁଡ଼ିକରେ ସବୁଜ ନମ୍ବର ପ୍ଲେଟରେ ହଳଦିଆ ରଙ୍ଗରେ ନମ୍ବର ଲେଖାଯିବ। ଏହି ଗାଡି ଗୁଡ଼ିକୁ ପାର୍କିଂ ଏବଂ ଟୋଲ୍ ଗେଟରେ ବିଶେଷ ରିଆତି ଦିଆଯାଇପାରେ। ବ୍ୟାଟେରୀ ଏବଂ ବିଦ୍ୟୁତ ଚାଳିତ ଗାଡିଗୁଡିକୁ ପୃଥକ ପରିଚୟ ଦେବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ନମ୍ବର ପ୍ଲେଟକୁ ନେଇ ସରକାରଙ୍କ ଏହି ସୂଚନା

ପରିବହନ ମନ୍ତ୍ରଣାଳୟ ଗାଡିର ନମ୍ବର ପ୍ଲେଟ ସଂପର୍କରେ ସୂଚନା ଦେବା ସହ ଏହି ନିଷ୍ପତ୍ତିର କାରଣ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଗାଡିର ନମ୍ବର ପ୍ଲେଟର ରଙ୍ଗ ସଂପର୍କରେ ସ୍ପଷ୍ଟ କରି ସରକାର କରିଛନ୍ତି ଯେ, ବ୍ୟାଟେରୀ ଚାଳିତ ଗାଡିଗୁଡ଼ିକର ନମ୍ବର ପ୍ଲେଟ ସବୁଜ ହେବ ଏବଂ ତାହା ଉପରେ ହଳଦିଆ ରଙ୍ଗରେ ନମ୍ବର ଲେଖିବା କାର୍ଯ୍ୟ ଜାରି ରହିବ। ଏଥି ସହିତ, ଅସ୍ଥାୟୀ ଭାବେ ପଞ୍ଜୀକୃତ ଗାଡିଗୁଡିକର ନମ୍ବର ପ୍ଲେଟଗୁଡିକ ହଳଦିଆ ହେବ,ଯେଉଁଥିରେ ନମ୍ବର ଲାଲ ରଙ୍ଗରେ ଲେଖାଯିବ। ଏଥି ସହିତ, ଡିଲରମାନଙ୍କ ଗାଡିଗୁଡିକର ନମ୍ବର ପ୍ଲେଟଗୁଡିକ ଲାଲ ରଙ୍ଗରେ ରହିବ, ଯେଉଁଥିରେ ନମ୍ବର ଧଳା ରଙ୍ଗରେ ଲେଖାଯିବ। ମନ୍ତ୍ରଣାଳୟ କହିଛି ଯେ ନମ୍ବର ପ୍ଲେଟ ସମ୍ପର୍କରେ ସରକାର ଜାରି କରିଥିବା ବିଜ୍ଞପ୍ତି କେବଳ ନିୟମକୁ ସ୍ପଷ୍ଟ କରିବାକୁ ଜାରି କରାଯାଇଛି। ଏଥିରେ ନୂଆ କିଛି ଯୋଡା ଯାଇ ନାହିଁ।

ଏହି ଗାଡି ଗୁଡିକ ପାଇଁ ଲାଗୁ ହେବ ନିୟମ

ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ଏକ ତାରିଖରୁ ସମସ୍ତ ବିଏସ-୬, ଚାରିଚକିଆ ଯାନରେ ଏହି ନମ୍ବର ପ୍ଲେଟ ଲଗାଯିବ। ଏଥିରେ ଯାନଗୁଡିକର ନମ୍ବର ପ୍ଲେଟ ଉପରେ ଏକ ସବୁଜ ଷ୍ଟ୍ରିପ୍ ରହିବ, ଯାହା ଦ୍ବାରା ଏହି ଯାନଗୁଡିକ ସହଜରେ ଚିହ୍ନଟ କରାଯାଇ ପାରିବ। ଏହି ଷ୍ଟ୍ରିପ୍ ୧ ସେ.ମି ଚଉଡା ହେବ। ଏହି ଷ୍ଟ୍ରିପ୍ ଉପରେ ପେଟ୍ରୋଲ, ଡିଜେଲ୍ ଏବଂ ସିଏନଜି ଯାନ ଅନୁଯାୟୀ ଷ୍ଟିକର ଲଗାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories