www.samajalive.in
Monday, December 8, 2025
27.1 C
Bhubaneswar

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ; ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ଜେରା

ଭୁବନେଶ୍ବର : ସମାଜସେବୀ/ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛିଦିନ ବିତି ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପ୍ରଥମେ ଆଦିତ୍ୟଙ୍କ ମୃତ୍ୟୁକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ଧିରେ ଧିରେ ଏହା ଆତ୍ମହତ୍ୟ ନୁହେଁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ତାଙ୍କ ବନ୍ଧୁମାନେ ଅଭିଯୋଗ କରିଥିଲେ । ଏନେଇ ପୁଲିସ ମଧ୍ୟ ତଦନ୍ତ ଜୋର ସୋରରେ ଆରମ୍ଭ କରିସାରିଛି । ଏହାରି ମଧ୍ୟରେ ଆଦିତ୍ୟଙ୍କ କିଛି ବନ୍ଧୁ ଓ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିସାରିଛି ଜିଆରପିର ଟିମ୍ । ଏହା ପରେ ଶନିବାର କଟକ ଖପୁରିଆ ବାସଭବନରେ ବିଦ୍ୟାଶ୍ରୀଙ୍କ ପରିବାରକୁ ଜେରା ଚାଲିଛି । ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ବର୍ତ୍ତମାନ ସମୟରେ ଜିଆରପିର ୪ ଜଣିଆ ଟିମ୍ ଜେରା କରୁଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ମାମଲାକୁ ନେଇ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ଗତ ୬ତାରିଖ ଦିନ କୌଣସି ଦୁର୍ଘଟଣା ହୋଇନଥିବା ଲୋକୋ ପାଇଲଟ ବୟାନ ଦେଇଥିଲେ । କୌଣସି ଲୋକ ସେହି ଦିନ ଆତ୍ମହତ୍ୟା ପାଇଁ ରେଳ ଲାଇନକୁ ଆସି ନ ଥିଲେ ବୋଲି ସେ କହିଥିଲେ । ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ ବିଷ୍ଣୁ ଚରଣ ସେଠୀ ଏହା କହିଥିଲେ । ଏହାସହ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଅନ୍ୟ ୨ଟି ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ଼ କରାଯିବ ବୋଲି ଜଣାପଡ଼ିଛି ।

- Advertisement -

ଉଲ୍ଲେଖଯୋଗ୍ୟ ଯେ, ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories